ETV Bharat / bharat

One Year of Farmers Protest: ଜାତୀୟ ରାଜପଥ ବନ୍ଦ କଲା ଦିଲ୍ଲୀ ପୋଲିସ - ଦିଲ୍ଲୀ ପୋଲିସର ସୁରକ୍ଷା ବ୍ୟବସ୍ଥା

ଆସନ୍ତାକାଲି କୃଷକ ଆନ୍ଦୋଳନକୁ ବର୍ଷେ ପୂର୍ତ୍ତି । ଦିଲ୍ଲୀ ଅଭିମୁଖେ ଚାଷୀ । ଜାତୀୟ ରାଜପଥ ବନ୍ଦ କରିବା ସହ ସୁରକ୍ଷା ବଢାଇଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

One Year of Farmers Protest: ଜାତୀୟ ରାଜପଥ ବନ୍ଦ କଲା ଦିଲ୍ଲୀ ପୋଲିସ

author img

By

Published : Nov 25, 2021, 10:48 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବିବାଦୀୟ କୃଷି ଆଇନ (Farm laws Repealed) ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ସୁଦ୍ଧା କୃଷକ ଆନ୍ଦୋଳନ (farmer protest) ପ୍ରତ୍ୟାହୃତ ହେବାର ନାଁ ଧରୁନାହିଁ ।

ଏହାରି ମଧ୍ୟରେ ଆସନ୍ତାକାଲି (ଶୁକ୍ରବାର)ରେ ଏହି ଆନ୍ଦୋଳନକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ତେବେ ଆନ୍ଦୋଳନର ଏକବର୍ଷ ପୂର୍ତ୍ତି (One Year of Farmers Protest)ଅବସରରେ ଆନ୍ଦୋଳନକାରୀ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଆହ୍ବାନ ଦେଇଛନ୍ତି । କୃଷକ ସଂଗଠନଗୁଡ଼ିକର ଏହି ଆହ୍ବାନକୁ ଦୃଷ୍ଟିରେ ରଖି ଏବେ ପୁଣି ଥରେ ଦିଲ୍ଲୀ ସୀମାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜପଥର ବହୁ ସଂଖ୍ୟକ ବ୍ୟାରିକେଡ୍ ଲଗାଯିବା ସହ ବହୁ ମାତ୍ରାରେ ସୁରକ୍ଷାବଳ ମୂତୟନ କରିବାରେ ଲାଗିଛି ଦିଲ୍ଲୀ ପୋଲିସ ।

ସଂଯୁକ୍ତ କିଶାନ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ ଗତ ଏକ ବର୍ଷଧରି ସିଂଘୁ ସୀମାରେ ଚାଷୀଙ୍କ ସହ ରହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି । କିଛି ମାସ ପୂର୍ବେ ସୀମାରେ ଲାଗିଥିବା ବାରିକେଡ ହଟାଯିବା ସହ ସୁରକ୍ଷାବଳ ମୂତୟନକୁ ମଧ୍ୟ ହ୍ରାସ କରାଯାଇଥିଲା । କିନ୍ତୁ ଏକ ବର୍ଷ ପୂର୍ତ୍ତି ଅବସରରେ ଚାଷୀ ପୁଣି ଥରେ ଦିଲ୍ଲୀ ଆଡକୁ ମୁହାଁଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.