ETV Bharat / bharat

ଶଯ୍ୟା ଅଭାବରୁ ସିଲିଣ୍ଡର ଧରି ଧାରଣାରେ ଥିଲେ କୋରୋନା ଆକ୍ରାନ୍ତ, ଆଜି ଚାଲିଗଲା ଜୀବନ - ନାସିକରେ ଶଯ୍ୟା ଅଭାବ

ଶଯ୍ୟା ଅଭାବରୁ ମହାରାଷ୍ଟ୍ରର ନାସିକରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଶଯ୍ୟା ଅଭାବରୁ ନାସିକରେ କୋରୋନା ଆକ୍ରାନ୍ତ ମୃତ

author img

By

Published : Apr 2, 2021, 5:13 PM IST

ମୁମ୍ବାଇ: ମହାରାଷ୍ଟ୍ରର ନାସିକ ମହାନଗର ନିଗମରେ ସ୍ବାସ୍ଥ୍ୟ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଶଯ୍ୟା ଅଭାବରୁ ସ୍ଥାନୀୟ ବିଟକୋ ହସ୍ପିଟାଲରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ହସ୍ପିଟାଲରେ ଶଯ୍ୟା ନ ମିଳିବାରୁ ଗୁରୁତର ଆକ୍ରାନ୍ତଙ୍କୁ ଧରି ଆନ୍ଦୋଳନ କରିଥିବା ସାମାଜିକ କର୍ମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ମୁତାବକ ରାଜ୍ୟର ସିଡକୋ ଅଞ୍ଚଳର କାମତୱାଡାଠାରେ ରହୁଥିବା 2 ଜଣ କୋରୋନା ଆକ୍ରାନ୍ତ ଗୁରୁତର ଅବସ୍ଥାରେ ନାସିକ ହସ୍ପିଟାଲକୁ ଆସିଥିଲେ । ତେବେ ସେଠାରେ ସେମାନଙ୍କୁ ଚିକିତ୍ସା ପାଇଁ ଶଯ୍ୟା ନ ମିଳିବାରୁ ସାମାଜିକ କର୍ମୀ ଦୀପକ ଡୋକ ନାସିକ ମୁନିସିପାଲ ହେଡକ୍ବାର୍ଟର ସମ୍ମୁଖରେ କୋରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ ସିଲିଣ୍ଡର ଲଗାଇ ଆନ୍ଦୋଳନ କରିଥିଲେ ।

ଏହାପରେ ମୁନିସିପାଲ କମିଶନର କୈଳାଶ ଯାଦବ ଆମ୍ବୁଲାନ୍ସ ଯୋଗେ ଆକ୍ରାନ୍ତଙ୍କୁ ବିଟକୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ 2 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଏଭଳି ଗୁରୁତର ଅବସ୍ଥାରେ କୋରୋନା ଆକ୍ରାନ୍ତଙ୍କୁ ଧରି ଶଯ୍ୟା ପାଇଁ ଆନ୍ଦୋଳନ କରିଥିବାରୁ କମିଶନର ଯାଦବ ସାମାଜିକ କର୍ମୀ ଦୀପକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଅନ୍ୟପଟେ ନାସିକରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବା ବେଳେ କୋରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟର ଓ ଶଯ୍ୟା ମିଳୁନଥିବା ଘଟଣା ସାମନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.