ETV Bharat / bharat

Air Bubble Agreement: ସାଉଦି ଆରବ ସମେତ ୧୦ ଦେଶକୁ ଭାରତର ପ୍ରସ୍ତାବ

author img

By

Published : Dec 2, 2021, 8:10 PM IST

Air bubble Agreement ପାଇଁ ୧୦ ଦେଶକୁ ଭାରତର ପ୍ରସ୍ତାବ । ସଂସଦରେ ଉତ୍ତର ରଖିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ

Air bubble agrement: ସାଉଦି ଆରବ ସମେତ ୧୦ ଦେଶକୁ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ: ଏୟାର ବବୁଲ ଚୁକ୍ତିନାମା (Air bubble Agreement)ଅନୁଯାୟୀ ବିମାନ ଚଳାଚଳ ପାଇଁ ସାଉଦି ଆରବିଆ ଏବଂ ଅନ୍ୟ 9 ଟି ଦେଶକୁ ପ୍ରସ୍ତାବ ପଠାଇଛି ଭାରତ । ସମ୍ପ୍ରତି ବିଭିନ୍ନ ଦେଶ ସହିତ ଦ୍ବିପାକ୍ଷିକ Air bubble Agreementରେ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସୀମିତ ଭାବେ ପରିଚାଳିତ ହେଉଛି । ବର୍ତ୍ତମାନ ଆଉ ୧୦ ଦେଶକୁ ପ୍ରସ୍ତାବ ପଠାଯାଇଥିବାବେଳେ ସେମାନଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି ବୋଲି ଲୋକସଭାରେ ଉତ୍ତର ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ ।

ସିନ୍ଧିଆ କହିଛନ୍ତି, ନଭେମ୍ବର 24 ସୁଦ୍ଧା ଭାରତ 31ଟି ଦେଶ ସହିତ ଦ୍ବିପାକ୍ଷୀକ ଏୟାର ବବୁଲ ବ୍ୟବସ୍ଥାରେ ବିମାନ ସେବା ଜାରି ରଖିଛି । ବର୍ତ୍ତମାନ ଏହି ଦିଗରେ ଚୁକ୍ତି ପାଇଁ ଭାରତ ପକ୍ଷରୁ 10ଟି ପ୍ରସ୍ତାବ ବିଚାରାଧୀନ ଅଛି । ଆମେ ଏହି ପ୍ରସ୍ତାବଗୁଡ଼ିକୁ ସାଉଦି ଆରବିଆ ସମେତ ଅନ୍ୟ ୯ ଦେଶକୁ ପଠାଇ ସେମାନଙ୍କ ମତାମତକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି ସିନ୍ଧିଆ । ଗୃହରେ ମହମ୍ମଦ ବଶୀରଙ୍କ ଦ୍ବାରା ପଚରାଯାଇଥିବା ଏହି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସିନ୍ଧିଆ ଏହି ତଥ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.