ଜୟପୁର: JEE ମେନ୍ ପରୀକ୍ଷା ଫଳ ପ୍ରକାଶ କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି । ସୋମବାର ଜାରି ହୋଇଥିବା ଏହି ପରୀକ୍ଷାଫଳରେ ଏକ ବଡ ବିଭ୍ରାଟ ସାମ୍ନାକୁ ଆସିଛି । ପରୀକ୍ଷାରେ ଜଣେ ଛାତ୍ରଙ୍କ ଦୁଇଟି ଅଲ୍ ଇଣ୍ଡିଆ ରାଙ୍କିଂ ଆସିଛି । ଛାତ୍ର ଜଣଙ୍କ ଦୁଇଟି ଅଲଗାଅଲଗା ସେସନରୁ ଫର୍ମ ପୂରଣ କରିଥିବାରୁ ଏଭଳି ବିଭ୍ରାଟ ଦେଖା ଦେଇଛି ।
ମଧ୍ୟ ପ୍ରଦେଶରେ ଏହି ଛାତ୍ର ତାଙ୍କର ଦୁଇଟି ରାଙ୍କ୍ ଆସିଥିବା ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ନିଜର ଦୁଇଟି ସ୍କୋରକାର୍ଡ ମଧ୍ୟ ଜାରି କରିଛନ୍ତି । ତାଙ୍କୁ ପ୍ରଥମ ରାଙ୍କିଂରେ ୩୫୮ କ୍ରମାଙ୍କ ସ୍କୋରକାର୍ଡରେ ମିଳିଥିବାବେଳେ ଦ୍ବିତୀୟ ରାଙ୍କିଂରେ ୩୫୮ କ୍ରମାଙ୍କରେ ମିଳିଛି । ଦୁଇଟି ସ୍କୋର୍ କାର୍ଡରେ ତାଙ୍କୁ ଯଥାକ୍ରମେ ୧୦୦୨୨୯୭ ଓ ୪୦୪୬୯ ରାଙ୍କ୍ ମିଳିଛି ।
ସେହିଭଳି ରାଜସ୍ଥାନର କୋଟାରେ ରାକେଶ ନାମକ ଛାତ୍ରଙ୍କ ସହ ମଧ୍ୟ ଏଭଳି ବିଭ୍ରାଟ ହୋଇଛି । ତାଙ୍କର JEE ମେନ୍ ପରୀକ୍ଷାର ଗୋଟିଏ ସ୍କୋର୍ କାର୍ଡରେ ୪୯ ହଜାର ରାଙ୍କିଂ ଆସିଛି । ଅନ୍ୟ ସ୍କୋର୍ କାର୍ଡରେ ୫୨ ହଜାର ରାଙ୍କିଂ ଆସିଛି । ତେବେ ଏହି ଛାତ୍ର କମ୍ ରାଙ୍କ୍ ଥିବା ସ୍କୋର୍କାର୍ଡ ମାଧ୍ୟମରେ JEE ଆଡଭାନ୍ସ ପରୀକ୍ଷା ଦେଇ ପାରିବେ ।
ଏହାକୁ ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଦୁଇ ଛାତ୍ରଙ୍କ ଦୁଇ ସ୍କୋର୍ କାର୍ଡ Merge(ମିଶାଇ) ହୋଇ ପାରିବ । ଏହାକୁ ନେଇ ଦୁଇ ଛାତ୍ର ଆବେଦନ ମଧ୍ୟ କରିଛନ୍ତି । ତେବେ ଏହାଦ୍ବାରା ଦୁଇ ଛାତ୍ରଙ୍କ ଅଲ୍ ଇଣ୍ଡିଆ ରାଙ୍କ୍ କମ୍ ମଧ୍ୟ ହୋଇ ପାରେ । ଏହାକୁ ନେଇ JEE ମେନ୍ ପରୀକ୍ଷା ଦେଇଥିବା ବହୁ ଛାତ୍ରଛାତ୍ରୀ ଅସନ୍ତୋଷ ଜାହିର କରିଛନ୍ତି ।