ETV Bharat / bharat

ପ୍ରିୟଙ୍କାଙ୍କ ସାହାସ ବଢାଇଲେ ରାହୁଲ, କହିଲେ ଅନ୍ନଦାତାଙ୍କୁ ଜିତାଇବା ପଛକୁ ହଟନି - କଂଗ୍ରେସ ନେତ୍ରୀ ପ୍ରିୟଙ୍କା

ଖେରୀ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ପୋଲିସ । ଏହି ସମୟରେ ଭଉଣୀଙ୍କ ସାହାସ ଓ ଧୈର୍ଯ୍ୟ ବଢାଇଛନ୍ତି ଭାଇ ରାହୁଲ । ଅଧିକ ପଢନ୍ତୁ...

ପ୍ରିୟଙ୍କାଙ୍କ ସହାସ ବଢାଇଲା ଭାଇ ରାହୁଲ
ପ୍ରିୟଙ୍କାଙ୍କ ସହାସ ବଢାଇଲା ଭାଇ ରାହୁଲ
author img

By

Published : Oct 4, 2021, 2:24 PM IST

ନୂଆଦିଲ୍ଲୀ: ଉଗ୍ରରୂପ ଧାରଣ କରିଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣା । ଖେରୀ ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି । କଂଗ୍ରେସ ନେତ୍ରୀ ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି । ଫଳରେ ରାଜନୀତି ସରଗରମ ରହିଛି । ଏହି ସମୟରେ ଭଉଣୀଙ୍କ ସାହାସ ଓ ଧୈର୍ଯ୍ୟ ବଢାଇଛନ୍ତି ଭାଇ ରାହୁଲ ।

  • प्रियंका, मैं जानता हूँ तुम पीछे नहीं हटोगी- तुम्हारी हिम्मत से वे डर गए हैं।

    न्याय की इस अहिंसक लड़ाई में हम देश के अन्नदाता को जिता कर रहेंगे। #NoFear #लखीमपुर_किसान_नरसंहार

    — Rahul Gandhi (@RahulGandhi) October 4, 2021 " class="align-text-top noRightClick twitterSection" data=" ">

ଟ୍ବିଟ କରି ରାହୁଲ କହିଛନ୍ତି ପ୍ରିୟଙ୍କା କେବେ ବି ପଛକୁ ହଟିବେ ନାହିଁ । ଏହି ହିଂସାକାଣ୍ଡରେ ଆମେ ଅନ୍ନଦାତାଙ୍କୁ ଜିତାଇବା । ସେ ଆହୁରି କହିଛନ୍ତି ମୁଁ ଜାଣିଛି ପ୍ରିୟଙ୍କା ତୁମେ କେବେ ପଛକୁ ହଟିବ ନାହିଁ । ତୁମ ସାହାସ ଦେଖି ସେମାନେ ଡରିଗଲେ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହା ସହିତ ପ୍ରିୟଙ୍କାଙ୍କୁ ହେପାଜତକୁ ନେବା ଘଟଣାରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ଓ ଆନ୍ଦୋଳନ କୃଷକଙ୍କ ନ୍ୟାୟର ପ୍ରତିଧ୍ବନିକୁ ଆହୁରି ଦୃଢ କରିବ ।

ପ୍ରକାଶ ଥାଉ କି, ଲକ୍ଷ୍ମୀପୁରର ତିକୋନିୟାରେ ହୋଇଥିବା ହିଂସାରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ଜୀବନ ଯାଇଛି । ଆଜି(ସେମବାର) ମୃତକଙ୍କ ପରିବାରକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭେଟିବାକୁ ଯିବା ସମୟରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି । ଖାଲି ସେତିକି ନୁହେଁ ଅଖିଳେଶ ଯାଦବଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ଅଖିଳେଶ ନିଜ ବାସଭବନ ବାହାରେ ଖେରୀ ହିଂସାକୁ ନେଇ ଧାରଣାରେ ବସିଥିଲେ । ଏହାପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.