ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ଓ ସମାଜବାଦୀ ପାର୍ଟିକୁ କଂଗ୍ରେସର ଟାର୍ଗେଟ । ରବିବାର ଏକ ରାଜନୈତିକ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସରକାର ଓ ବିରୋଧୀ ସମାଜବାଦୀ ପାର୍ଟିକୁ ଭର୍ସନା କରିଛନ୍ତି ଭାରତୀୟ ଜାତୀୟ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାଏବରେଲିର ଜଗତପୁରରେ ଅନୁଷ୍ଠିତ ଏକ ସଭାରେ ବିଜେପି ସରକାର ରାଜ୍ୟର କୌଣସି ଉନ୍ନତି କରୁନଥିବା ବେଳେ ଖାଲି ଧର୍ମ ଓ ଜାତି କଥା ବାରମ୍ବାର ଉଠାଉଛନ୍ତି ବୋଲି କହି ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ।
ଏପରିକି ଭୋଟ ପାଇଁ ବିଜେପି ପାକିସ୍ତାନକୁ ବ୍ୟବହାର କରୁଛି ବୋଲି ପ୍ରିୟାଙ୍କା ଅଭିଯୋଗ କରିଛନ୍ତି । ତେବେ ଏହି ରାଜନୈତିକ ଦଳ ଦେଶର କୌଣସି ଉନ୍ନତି ଚାହୁଁ ନଥିବା ବେଳେ ଖାଲି କ୍ଷମତା ହାତେଇବା ଲକ୍ଷ୍ୟରେ ରହିଛନ୍ତି । ସେହିପରି ଦେଶର ନାଗରିକ ହିସାବରେ ଦେଶର ଉନ୍ନତି ପାଇଁ ଲୋକଙ୍କ ମଧ୍ୟରେ ସଚେତନା କରାଇବା ସହ କେଉଁ ସରକାରଙ୍କୁ ନିର୍ବାଚିତ କରାଇବା ଏହା ଆମର ଦାୟିତ୍ବ । ଅପରପକ୍ଷେ ସମାଜବାଦୀ ପାର୍ଟି ମଧ୍ୟ ଅନ୍ୟ ରାଜନୈତିକ ଦଳ ଭଳି ବୋଲି ପ୍ରିୟଙ୍କା କହିଛନ୍ତି ।
ସୂଚନା ଥାଉକି, ରବିବାର ପ୍ରିୟଙ୍କା ୟୁପିରେ ୬ଟି ରାଜନୈତିକ ପ୍ରଚାର, ୨ଟି ନିର୍ବାଚନୀ ସଭା ଓ ରୋଡ୍ ସୋରେ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ