ETV Bharat / bharat

କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କଲେ ପ୍ରିୟଙ୍କା, କହିଲେ ଚାଷୀଙ୍କ ସହ ସବୁବେଳେ ଅଛି କଂଗ୍ରେସ

author img

By

Published : Mar 7, 2021, 10:26 PM IST

କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକ ସମାବେଶକୁ ସମ୍ବୋଧିତ କଲେ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ....

କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କଲେ ପ୍ରିୟଙ୍କା , କହିଲେ ଚାଷୀଙ୍କ ସହ କଂଗ୍ରସ  ସବୁବେଳେ ଅଛି

ଲକ୍ଷ୍ନୌ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ 100 ଦିନ ପୂରଣ ହୋଇଥିବାବେଳେ କିସାନ ପଞ୍ଚାୟତକୁ ସମ୍ବୋଧିତ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ। ରବିବାର ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ମେରୁତର କଲି ଗ୍ରାମରେ ଆୟୋଜିତ ହୋଇଥିବା କିସାନ ମହାପଞ୍ଚାୟତକୁ ସମ୍ବୋଧନ କରିଥିଲେ। କୃଷକମାନଙ୍କୁ ସମ୍ବୋଧିରେ ପ୍ରିୟଙ୍କା ଗାନ୍ଧୀ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ ପରାମର୍ଶ ଦେଇଥିବାବେଳେ ବିଜେପି ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କୁ ଟାର୍ଗେଟ କରି "ହମ ଦୋ, ହମାରେ ଦୋ"ବୋଲି କହିଥିଲେ । କୃଷକମାନେ ସେମାନଙ୍କ ଅଧିକାର ପାଇଁ ଆନ୍ଦୋଳନ କରୁଛନ୍ତି ଏବଂ ଏହି କଳା ନିୟମ ନ ଫେରିବା ପର୍ଯ୍ୟନ୍ତ ଆପଣଙ୍କୁ ଏଥିପାଇଁ ଆନ୍ଦୋଳନ ଜାରି ରଖିବାକୁ ପଡିବ ବୋଲି କୃଷକମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରିୟଙ୍କା । ଏହି ସଂଗ୍ରାମ ପାଇଁ କଂଗ୍ରସ ସବୁବେଳେ କୃଷକମାନଙ୍କ ସହ ରହିବ ବୋଲି ମଧ୍ୟ ପ୍ରିୟଙ୍କା ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଥିଲା ।

ପ୍ରିୟଙ୍କା କହିଛନ୍ତି ଦେଶର ଅର୍ଥନୀତି କ୍ଷେତ୍ରରେ କୃଷକଙ୍କ ସବୁଠାରୁ ବଡ ଅବଦାନ ରହିଛି। କିନ୍ତୁ ଏହି ଆଇନ ବଳରେ କୃଷକ ମାନଙ୍କ ପରିବର୍ତ୍ତେ ପୁଞ୍ଜିବାଦୀମାନେ ହିଁ ଉପକୃତ ହେବେ । ବିଜେପି ନେତାଙ୍କ କୋଟିପତି ବନ୍ଧୁମାନଙ୍କ ପାଇଁ କେନ୍ଦ୍ର ସରକାର ଏହି ଆଇନ ଆଣିଥିବା ସେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । 1955 ମସିହାରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ହୋର୍ଡିଂ ବନ୍ଦ କରିବା ପାଇଁ ଏକ ଆଇନ କରିଥିଲେ । ଉକ୍ତ ଆଇନକୁ କେନ୍ଦ୍ରର ବିଜେପି ସରକାର ପରିବର୍ତ୍ତନ କରିଦେଇଛନ୍ତି । ଯାହା ପ୍ରକୃତ କୃଷକ ବିରୋଧୀ ବୋଲି କହି ସରକାରକୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.