ETV Bharat / bharat

ସ୍କୁଲରେ ଜୟ ଶ୍ରୀରାମ ଜପ, 2 ଦିନ ପାଇଁ ଛାତ୍ରଙ୍କୁ ନିଲମ୍ବନ କଲେ ପ୍ରଧାନଶିକ୍ଷକ

author img

By

Published : Apr 13, 2023, 10:16 AM IST

ଶ୍ରେଣୀରେ ଜୟ ଶ୍ରୀ ରାମ କହି ନିଲମ୍ବିତ ହେଲେ ବିଦ୍ୟାର୍ଥୀ । 'ଜୟ ଶ୍ରୀ ରାମ' ଜପ କରିବାରୁ ପ୍ରଧାନଶିକ୍ଷକ ଶ୍ରେଣୀର ସମସ୍ତ ଛାତ୍ରଙ୍କୁ ଦୁଇ ଦିନ ପାଇଁ ନିଲମ୍ବିତ କରିଥିଲେ । ଅଧିକ ପଢ଼ନ୍ତୁ

ଶ୍ରେଣୀରେ ଜୟ ଶ୍ରୀ ରାମ କହି ସସପେଣ୍ଡ ହେଲେ ବିଦ୍ୟାର୍ଥୀ

ରାଞ୍ଚି: ସ୍କୁଲରେ ଜୟ ଶ୍ରୀରାମ କହିବାରୁ ବିଦ୍ୟାର୍ଥୀଙ୍କୁ ଦଣ୍ଡ ଦେଲେ ପ୍ରଧାନ ଶିକ୍ଷକ । ସମସ୍ତ ଦଶମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରୁ ଦୁଇ ଦିନ ପାଇଁ ନିଲମ୍ବିତ କରିଛନ୍ତି ପ୍ରଧାନ ଶିକ୍ଷକ । ଏପରି ଏକ ଘଟଣା ଝାଡଖଣ୍ଡର ବୋକାରୋ ଏକ ସ୍କୁଲରୁ ସାମ୍ନାକୁ ଆସିଛି । ବୋକାରୋ ଜିଲ୍ଲାର ଗୋମିଆରେ ଚାଲିଥିବା ଏକ ମିଶନାରୀ ବିଦ୍ୟାଳୟରେ 'ଜୟ ଶ୍ରୀ ରାମ' ଜପ କରିବାରୁ ପ୍ରଧାନଶିକ୍ଷକ ଶ୍ରେଣୀର ସମସ୍ତ ଛାତ୍ରଙ୍କୁ ଦୁଇ ଦିନ ପାଇଁ ନିଲମ୍ବିତ କରିଥିଲେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି ଛାତ୍ରଙ୍କ ଅଭିଭାବକଙ୍କୁ ସ୍କୁଲକୁ ଡକାଇଛନ୍ତି ପ୍ରଧାନ ଶିକ୍ଷକ ।

ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଶ୍ୱ ହିନ୍ଦୁ ପରିଷଦର ବିନୟ କୁମାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଲେଖି ବିଦ୍ୟାଳୟ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିନୟ କହିଛନ୍ତି, ଏପ୍ରିଲ ୫ ତାରିଖ ଦିନ ଲୋଇଲା ମିଶନାରୀ ବିଦ୍ୟାଳୟରେ ଶ୍ରେଣୀ ଚାଲିଥିଲା । ଯେଉଁଥିରେ ଜଣେ ୧୦ ଶ୍ରେଣୀର ବାଳକ ‘ଜୟ ଶ୍ରୀ ରାମ’ ଜପ କରୁଥିଲେ । ଏହି ଜପରେ ରାଗିଯାଇ ଶିକ୍ଷକ ସମସ୍ତ ଛାତ୍ରଙ୍କୁ ନିଲମ୍ବିତ କରି ଦଣ୍ଡିତ କରିଥିଲେ ।

ଅଧିକ ପଢ଼ନ୍ତୁ: ହନୁମାନ ଜୟନ୍ତୀ ବାଇକ ରାଲିରେ ଗୋଷ୍ଠୀ ସଂଘର୍ଷ; 15ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ, ୧୪୪ ଧାରା ଜାରି

ଅନ୍ୟପକ୍ଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, ପାଠପଢା ସମୟରେ ଏପରି କାର୍ଯ୍ୟକୁ ନେଇ କେବଳ ଗୋଟିଏ ଛାତ୍ରକୁ ଗୋଟିଏ ଦିନ ପାଇଁ ନିଲମ୍ବନ କରାଯାଇଥିଲା । ତେବେ ଏହି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ ବୋଲି ଡିଇଓ କହିଛନ୍ତି । ଏହି ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ଜଗନ୍ନାଥ ଲେହରୀ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ମଧ୍ୟପ୍ରଦେଶର ସାଗର ଜୋସେଫ୍ କନଭେଣ୍ଟ ସ୍କୁଲରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏଠାରେ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରମାନେ ମଧ୍ୟାହ୍ନ ଭୋଜନ ବିରତି ସମୟରେ 'ଜୟ ଶ୍ରୀ ରାମ'ର ସ୍ଲୋଗାନ ଦେଇଥିଲେ । ଯାହାକୁ ନେଇ ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବନ କରଥିଲେ । ପରେ କଥା ପ୍ରଘଟ ହେବା ପରେ ପ୍ରଧାନ ଶିକ୍ଷକ କ୍ଷମା ପ୍ରାର୍ଥନା କରିଥିଲେ । ସମାନ ଘଟଣା ଝାଡଖଣ୍ଡରେ ଘଟିବା ପରେ ଏହି ଘଟଣାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଶିକ୍ଷକଙ୍କ ଏଭଳି ଦଣ୍ଡ ବିଧାନକୁ ସାଧାରଣରେ ପସନ୍ଦ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.