ETV Bharat / bharat

PM Modi in Special Jacket: ନୀଳ ଜ୍ୟାକେଟରେ ନଜର ଆସିଲେ ମୋଦି, ଜାଣନ୍ତୁ କଣ ରହିଛି ଖାସ

ଖାସ ଜ୍ୟାକେଟ ପିନ୍ଧି ଲୋକସଭାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖିବା ଅବସରରେ ବୁଧବାର ମୋଦି ଏହି ଜ୍ୟାକେଟରେ ନଜର ଆସିଛନ୍ତି । ମୋଦିଙ୍କ ଏହି ଜ୍ୟାକେଟକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଜାଣନ୍ତୁ କଣ ରହିଛି ଏଥିରେ ବିଶେଷତା । ଅଧିକ ପଢନ୍ତୁ

PM Modi in Special Jacket
PM Modi in Special Jacket
author img

By

Published : Feb 8, 2023, 5:14 PM IST

ନୂଆଦିଲ୍ଲୀ: ସଂସଦରେ ଖାସ ନୀଳ ଜ୍ୟାକେଟ ପିନ୍ଧି ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦରେ ବଜେଟ ଅଧିବେଶନ ଜାରି ରହିଥିବା ବେଳେ ମୋଦିଙ୍କ ଏହି ଖାସ ଜ୍ୟାକେଟକୁ ନେଇ ବେଶ ଚର୍ଚ୍ଚା ହୋଇଛି । ଏହି ଜ୍ୟାକେଟ ପୁନଃ ବ୍ୟବହାରଯୋଗ୍ୟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବୋତଲରୁ ତିଆରି ହୋଇଛି । ସୋମବାର ବେଙ୍ଗାଲୁରୁରେ ଆୟୋଜିତ 'ଭାରତ ଶକ୍ତି ସପ୍ତାହ' କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଜ୍ୟାକେଟ ଉପହାରରେ ଦେଇଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖିବା ଅବସରରେ ବୁଧବାର ମୋଦି ଏହି ଜ୍ୟାକେଟରେ ନଜର ଆସିଛନ୍ତି ।

ମୋଦିଙ୍କ ଏହି ନୀଳ ଜ୍ୟାକେଟକୁ ପ୍ରାୟ ୨୮ଟି ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ତିଆରି ହୋଇଛି । ଏହାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ବାରା ତିଆରି କରାଯାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ୧୦କୋଟି ବୋତଲର ପୁନଃ ବ୍ୟବହାରକ୍ଷମ କରିବା ଲାଗି ଲକ୍ଷ୍ୟ ରଖିଛି । ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ବୋତଲରୁ ପ୍ରସ୍ତୁତ ପୋଷାକ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେଉଁ ଜ୍ୟାକେଟ ଉପହାରରେ ଦିଆଯାଇଛି ତାହାର କପଡ଼ା ତାମିଲନାଡୁ କରୁରରୁ ଏକ କମ୍ପାନୀରେ ପ୍ରସ୍ତୁତ କରାଯାଇଛି ।

ଏହା ବି ପଢନ୍ତୁ- Rajyasabha News: ଜମ୍ମୁକାଶ୍ମୀରରେ ଗତ ୫ବର୍ଷରେ 1000 ଆତଙ୍କୀ ସଫା, 306 ସୁରକ୍ଷାକର୍ମୀ ଶହୀଦ

ସୂଚନା ଥାଉ କି ଇଣ୍ଡିଆନ ଅଏଲ କମ୍ପାନୀ ଗତ ବର୍ଷ ନଭେମ୍ବର ମାସରେ "Unbottled - Towards a Greener Future" ନାମରେ ଏକ କାର୍ଯ୍ୟକ୍ରମ ଲଞ୍ଚ କରିଥିଲା । ଏଥିରେ ୩ ଲକ୍ଷ ଇଣ୍ଡିଆନ ଅଏଲ କମ୍ପାନୀର କର୍ମଚାରୀଙ୍କୁ ଏହି ବୋତଲ ଦ୍ବାରା ପ୍ରସ୍ତୁତ ଡିଜାଇନ ୟୁନିଫର୍ମ ପ୍ରଦାନ କରାଯିବ । ଏହାସହ Indane LPG Gas ଡେଲିଭରି କରୁଥିବା କର୍ମଚାରୀଙ୍କୁ ମଧ୍ୟ ଏହି ସ୍ବତନ୍ତ୍ର ଧରଣର ୟୁନିଫର୍ମ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହି ସିଙ୍ଗଲ ୟୁଜ ବୋତଲକୁ ବିଶେଷ ପ୍ରକ୍ରିୟା ମାଧ୍ୟମରେ ପିନ୍ଧିବା ଉପଯୋଗୀ ବସ୍ତ୍ର ପ୍ରସ୍ତୁତ କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ଜ୍ୟାକେଟ ପିନ୍ଧିବା ପଛରେ ଏକ ଗୁରୁତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ରହିଛି । କାରଣ କେନ୍ଦ୍ର ସରକାର ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ୨୦୨୩ ବଜେଟରେ ୧୯,୭୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଆରମ୍ଭ କରିଛନ୍ତି । ଏହା ନିମ୍ନ ଅଙ୍ଗାରକାମ୍ଳର ତୀବ୍ରତାକୁ ସୁଗମ କରିବା ସହିତ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ । ଏହା ସହିତ ଏହି ସେକ୍ଟରରେ ଦେଶକୁ ଟେକ୍ନୋଲୋଜି ଏବଂ ବଜାରରେ ନେତୃତ୍ବ ଗ୍ରହଣ କରିବା ଦିଗରେ ମଧ୍ୟ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.