ETV Bharat / bharat

ଏପ୍ରିଲରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ !

author img

By

Published : Mar 26, 2022, 4:57 PM IST

ଏପ୍ରିଲ ପହିଲାରୁ ୩ ଦିନ ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

ଏପ୍ରିଲରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ !
ଏପ୍ରିଲରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: 3 ଦିନିଆ ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା । ଆସନ୍ତା ମାସ (ଏପ୍ରିଲ) ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ଆସିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି । ତେବେ ସରକାରୀ ଭାବେ ତାଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରିନାହିଁ ।

  • Prime Minister of Nepal Sher Bahadur Deuba will be visiting India from 1-3 April. He will be meeting PM on 2 April. Besides official engagements, he will be visiting Varanasi. This will be his first bilateral visit abroad after becoming PM in July 2021: Sources pic.twitter.com/1RA7lZIpvp

    — ANI (@ANI) March 26, 2022 " class="align-text-top noRightClick twitterSection" data=" ">

କେବଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ଗସ୍ତରେ ଆସିବାକୁ ଥିବା ନେପାଳ ପ୍ରଧାନମନ୍ତ୍ରୀ ଦେଉବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିପାରନ୍ତି । ଦୁଇ ଦେଶର ସାମ୍ପ୍ରତିକ ଦ୍ବିପାକ୍ଷିକ ସମ୍ପର୍କ ଆଲୋଚନାରେ ସ୍ଥାନ ପାଇପାରେ । ତେବେ ବାହାଦୁର ଦେଉବା ନେପାଳ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି । ଗତବର୍ଷ ଜୁଲାଇରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବାହାଦୂର ଦେଉବା ।

ଗୁରୁବାର ଚୀନ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିବାବେଳେ ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି । ବର୍ତ୍ତମାନ ସମୟରେ ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ବରେ କ୍ଷେତ୍ରୀୟ ପରିବର୍ତ୍ତନ ଓ ପାରସ୍ପାରିକ ତଥା ଦ୍ବିପାକ୍ଷିକ ସମ୍ପର୍କରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏପରି ସମୟରେ ରାଷ୍ଟ୍ରମୁଖ୍ୟଙ୍କ ଭାରତ ଗସ୍ତ ମଧ୍ୟ ଅନ୍ତର୍ଜାତୀୟ ସ୍ଥିରତା ଓ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.