ETV Bharat / bharat

ସର୍ବଦଳୀୟ ବୈଠକରେ ମୋଦିଙ୍କ ବାର୍ତ୍ତା, 'ଚାଷୀ ଓ ମୋ ଭିତରେ ଗୋଟିଏ ଫୋନ କଲର ଦୂରତା' - ବଜେଟ ଅଧିବେଶନ

ବଜେଟ ଅଧିବେଶନକୁ ନେଇ ହୋଇଥିବା ସର୍ବଦଳୀୟ ବୈଠକରେ ଚାଷୀ ଆନ୍ଦୋଳନକୁ ନେଇ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ ଓ ମୋ ଭିତରେ କେବଳ ଗୋଟିଏ ଫୋନ କଲର ଦୂରତା ଥିବା କହିଛନ୍ତି ପିଏମ ମୋଦି । ଅଧିକ ପଢନ୍ତୁ...

ସର୍ବଦଳୀୟ ବୈଠକରେ ମୋଦିଙ୍କ ସନ୍ଦେଶ, 'ଚାଷୀ ଓ ମୋ ଭିତରେ ଗୋଟିଏ ଫୋନ କଲର ଦୂରତା'

author img

By

Published : Jan 30, 2021, 4:22 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଛି ସର୍ବଦଳୀୟ ବୈଠକ । ବଜେଟ ଅଧିବେଶନକୁ ନେଇ ହୋଇଥିବା ସର୍ବଦଳୀୟ ବୈଠକରେ ଚାଷୀ ଆନ୍ଦୋଳନକୁ ନେଇ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ସମସ୍ତ ଦଳର ନେତାଙ୍କୁ କହିଛନ୍ତି ଯେ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନାର ରାସ୍ତା ସର୍ବଦା ଖୋଲା ରହିଛି । ସେ କହିଛନ୍ତି, ମୁଁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କଥା ଦୋହରାଇବାକୁ ଚାହୁଁଛି । ଯଦିଓ ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନାରେ ନିଷ୍କର୍ସ ବାହାରିପାରିନାହିଁ, ତଥାପି ଚାଷୀଙ୍କ ସାମ୍ନାରେ ବିକଳ୍ପ ରଖିଛୁ । ସେମାନେ ଏହା ଉପରେ ଚର୍ଚ୍ଚା କରନ୍ତୁ । ଚାଷୀ ଓ ମୋ ଭିତରେ କେବଳ ଗୋଟିଏ ଫୋନ କଲର ଦୂରତା ଥିବା କହିଛନ୍ତି ପିଏମ ମୋଦି ।

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ସମସ୍ତ ବିଷୟ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ । ଏହି ଆଲୋଚନାରେ ସମସ୍ତ ବିଷୟ ଉପରେ ଚର୍ଚ୍ଚା ହେବ । ସମସ୍ତ ଦଳଙ୍କୁ କହିବାର ସୁଯୋଗ ମିଳିବ । ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସର୍ବଦଳୀୟ ବୈଠକକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇ କହିଛନ୍ତି, ଆଜି ସର୍ବଦଳୀୟ ବୈଠକରେ 18ଟି ଦଳ ଯୋଗ ଦେଇଥିଲେ । ଏହି ବୈଠକରେ କୃଷି ଆଇନକୁ ନେଇ ଆଲୋଚନା ହୋଇଛି । ଏହି ସମୟରେ ଛୋଟ ଦଳଗୁଡିକୁ ଅଧିକ ସମୟ ଦେବା ନେଇ ସହମତି ପ୍ରକାଶ ପାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରଙ୍କ ପ୍ରସ୍ତାବ ଏବେ ବି ଅଛି । ଦୟାକରି ଆପଣଙ୍କର ସମର୍ଥକମାନଙ୍କୁ ଏହି କଥା କୁହନ୍ତୁ | ବୁଝାମଣା ମାଧ୍ୟମରେ ଏହି ସମାଧାନ ମିଳିବା ଉଚିତ । ଆମ ସମସ୍ତଙ୍କୁ ଏ ବିଷୟରେ ଚିନ୍ତା କରିବାକୁ ପଡିବ | ଆଲୋଚନା ମାଧ୍ୟମରେ ବିରୋଧ କରୁଥିବା ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ବୋଲି ସର୍ବଦଳୀୟ ବୈଠକରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.