ETV Bharat / bharat

Ayodhya Ram Mandir Inauguration: 22 ଜାନୁୟାରୀରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ! - ରାମ ମନ୍ଦିର ଉଦଘାଟନ ଉତ୍ସବ ତାରିଖ ଘୋଷଣା

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 22 ଜାନୁୟାରୀ 2024 ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଆଗମନ ହେବ । ଏହି ଦିନ ମନ୍ଦିରର ଉଦଘାଟନ ହେବ । ଉଦଘାଟନ ଏକ ସପ୍ତାହ ପୂର୍ବରୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମ ଯଜ୍ଞ ଚାଲିବ । ଯାହା ମନ୍ଦିର ଉଦଘାଟନର ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ସନାତନ ଧର୍ମ ସଂସ୍କୃତି ବିଦ୍ଧି ମୁତାବକ ମନ୍ଦିର ପ୍ରତିଷ୍ଠା ହେବା ସହିତ ଉଦଘାଟନ କରାଯିବ । ଅଧିକ ପଢନ୍ତୁ

Ayodhya Ram Mandir Inauguration
Ayodhya Ram Mandir Inauguration
author img

By ETV Bharat Odisha Team

Published : Sep 9, 2023, 10:41 PM IST

ଅଯୋଧ୍ୟା: ଆସନ୍ତା ବର୍ଷ 22 ଜାନୁୟାରୀରେ ଅଯୋଧ୍ୟାର ଭବ୍ୟ ଦିବ୍ୟ ରାମ ମନ୍ଦିରର ହେବ ଉଦଘାଟନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାମ ମନ୍ଦିର ଉଦଘାଟନ ହେବ । 22 ଜାନୁୟାରୀରୁ ଗର୍ଭଗୃହରେ ପୂଜା ପାଇବେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲାଲା । ଏଥିପାଇଁ ପ୍ରସ୍ତୁତି ଜାରି ରହିଛି । ଆଜି ଏନେଇ ଏକ ବଡ ଖବର ଆସିଛି ।

  • श्री राम जन्मभूमि मंदिर - प्रथम तल

    Shri Ram Janmabhoomi Mandir - First Floor pic.twitter.com/OUEw7a9xLh

    — Shri Ram Janmbhoomi Teerth Kshetra (@ShriRamTeerth) September 5, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- Ayodhya Ram Mandir: ଜାନୁୟାରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦେଶବ୍ୟାପୀ କାର୍ଯ୍ୟକ୍ରମ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 22 ଜାନୁୟାରୀ 2024 ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଆଗମନ ହେବ । ଏହି ଦିନ ମନ୍ଦିରର ଉଦଘାଟନ ହେବ । ଉଦଘାଟନ ଏକ ସପ୍ତାହ ପୂର୍ବରୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମ ଯଜ୍ଞ ଚାଲିବ । ଯାହା ମନ୍ଦିର ଉଦଘାଟନର ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ସନାତନ ଧର୍ମ ସଂସ୍କୃତି ବିଦ୍ଧି ମୁତାବକ ମନ୍ଦିର ପ୍ରତିଷ୍ଠା ହେବା ସହିତ ଉଦଘାଟନ କରାଯିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଦେଶବ୍ୟାପୀ ଥିବା ମଠ ମନ୍ଦିରର ସାଧୁ ସନ୍ଥଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯିବ । ଏତତ ବ୍ୟତୀତ ଚାରିଧାମର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ବିଶେଷ ଭାବେ ନିମନ୍ତ୍ରଣ କରାଯିବ । ପ୍ରାୟ 50 ହଜାରରୁ ଅଧିକ ସାଧୁ ସନ୍ଥଙ୍କୁ ଅଯୋଧ୍ୟା ଆଣିବାକୁ ବ୍ୟବସ୍ଥା କରାଯିବ । ସମସ୍ତ ସାଧୁ ସନ୍ଥଗଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହିବେ । ଏତତ ବ୍ୟତୀତ ଦୈନିକ ପ୍ରାୟ 25 ହଜାର ସାଧାରଣ ଭକ୍ତଙ୍କ ଭୋଜନ ଓ ଆଶ୍ରୟ ପାଇଁ ମଧ୍ୟ ଟ୍ରଷ୍ଟ ବର୍ଡ ନିଶୁଲ୍କ ବ୍ୟବସ୍ଥା କରିବାକୁ ଯାଉଛି ।

ଏହାବି ପଢନ୍ତୁ- Ram Mandir Inauguration: ଭକ୍ତଙ୍କ ପାଇଁ ନିର୍ମାଣ ହେବ ଟେଣ୍ଟ ସିଟି, ମିଳିବ ନିଶୁଲ୍କ ସେବା

ଏତତ ବ୍ୟତୀତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଟ୍ରଷ୍ଟ ପକ୍ଷରୁ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଏହାବାଦ କିଛି ବିଦେଶୀ ଅତିଥୀଙ୍କୁ ମଧ୍ୟ ନିମନ୍ତ୍ରଣ ହେବ । ସେପଟେ ରାମ ମନ୍ଦିର ନିର୍ମାଣ ଯୋରଦାର ଆଗେଇ ଚାଲିଛି । ବର୍ତ୍ତମାନ ସୁଦ୍ଧା ମନ୍ଦିରର ତଳ ମହଲା ନିର୍ମାଣ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ, କେବଳ ଶେଷ ସ୍ପର୍ଶ ଦେବାକୁ ବାକି ଅଛି । ଉପର ମହଲା ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଯାହାର ଫଟୋ ମଧ୍ୟ ଆସୁଛି ।

ଏହାବି ପଢନ୍ତୁ- Ayodhya: ଆସନ୍ତାବର୍ଷ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ

ସୂଚନାଯୋଗ୍ୟ ଯେ ପୂର୍ବରୁ ରାମ ମନ୍ଦିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ବିଦ୍ଧିବଧ ଭାବେ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରଷ୍ଟ ପକ୍ଷରୁ 15 ଜାନୁୟାରୀରରୁ 27 ଜାନୁଯାରୀ ମଧ୍ୟରେ ଆସିବାକୁ ପ୍ରସ୍ତାବ ଦିଆଯାଇଥିଲା । ଗତ ସପ୍ତାହରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପରେ ଏହି ତାରିଖ ଚୂଡାନ୍ତ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.