ETV Bharat / bharat

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, 16ତମ G-20 ସମ୍ମିଳନୀରେ ଦେବେ ଯୋଗ

author img

By

Published : Oct 29, 2021, 8:24 AM IST

ଆଜି(ଶୁକ୍ରବାର) ଠାରୁ ନଭେମ୍ବର 2 ପର୍ଯ୍ୟନ୍ତ ରୋମ, ଇଟାଲୀ ଏବଂ ଗ୍ଲାସଗୋ(Glasgow) ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

Prime Minister Narendra Modi leaves for Italy to attend 16th G20 Leaders' Summit in Rome
ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, 16ତମ G-20 ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ: ଆଜି(ଶୁକ୍ରବାର) ଠାରୁ ନଭେମ୍ବର 2 ପର୍ଯ୍ୟନ୍ତ ରୋମ, ଇଟାଲୀ ଏବଂ ଗ୍ଲାସଗୋ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ 16ତମ G-20 ସମ୍ମିଳନୀରେ ଯୋଗଦେବେ । ଏଥିସହ COP-26ର ବିଶ୍ବ ନେତୃବୃନ୍ଦ ସମ୍ମିଳନୀରେ ମଧ୍ୟ ଯୋଗଦେବେ । ରୋମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

ସେହିପରି ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କ ସହ ମଧ୍ୟ ବୈଠକ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର ଟୁଇଟ୍ କରି କହିଛନ୍ତି । ସେ କହିଛନ୍ତି ଯେ, ରୋମରେ ମୁଁ 16ତମ G-20 ନେତାଙ୍କ ସମ୍ମିଳନୀରେ ଯୋଗଦେବି, ଯେଉଁଠାରେ ମହାମାରୀ, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନରୁ ବିଶ୍ୱ ଅର୍ଥନୈତିକ ଏବଂ ସ୍ୱାସ୍ଥ୍ୟ ପୁନରୁଦ୍ଧାର ଉପରେ ଆଲୋଚନା ମୁଖ୍ୟ ବିଷୟବସ୍ତୁ ରହିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, 2020ରେ ମହାମାରୀ ଆରମ୍ଭ ହେବା ପରେ G-20 ର ଏହା ହେଉଛି ପ୍ରଥମ ସମ୍ମିଳନୀ, ଯେଉଁଥିରେ ସମସ୍ତେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ । ଆମକୁ ବର୍ତ୍ତମାନର ବିଶ୍ବ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଏବଂ ଆର୍ଥିକ ସ୍ଥିରତାକୁ ଦୃଢ କରିବା ପାଇଁ G20 ସହାୟକ ହେବ ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବ୍ରିଟିଶ ପ୍ରତିପକ୍ଷ ବୋରିସ ଜନସନଙ୍କ ନିମନ୍ତ୍ରଣ କ୍ରମେ ନଭେମ୍ବର 1-2 ରୁ ବ୍ରିଟେନର ଗ୍ଲାସଗୋ ଯାତ୍ରା କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.