ETV Bharat / bharat

ମୋଦି-ବାଇଡେନ ଭେଟଘାଟ, ହ୍ବାଇଟ ହାଉସରେ ହାଇପ୍ରୋଫାଇଲ ବୈଠକ

author img

By

Published : Sep 24, 2021, 9:29 PM IST

ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆରମ୍ଭ ହୋଇଛି ଦ୍ବିପାକ୍ଷିକ ବୈଠକ । ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ଦୁଇ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ । ଅଧିକ ପଢନ୍ତୁ...

ମୋଦି-ବାଇଡେନ ଭେଟଘାଟ, ହ୍ବାଇଟହାଉସରେ ହାଇପ୍ରୋଫାଇଲ ବୈଠକ

ୱାଶିଂଟନ: ହ୍ବାଇଟହାଉସରେ ପହଁଞ୍ଚିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆରମ୍ଭ ହୋଇଛି ଦ୍ବିପାକ୍ଷିକ ବୈଠକ । ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ଦୁଇ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଟ୍ବିଟ କରି କହିଥିଲେ । ଏହି ଟ୍ବିଟରେ ବାଇଡେନ ଲେଖିଛନ୍ତି, ଆଜି ସକାଳେ ମୁଁ ଦ୍ବିପାକ୍ଷିକ ବୈଠକ ପାଇଁ ହ୍ବାଇଟ ହାଉସରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବି । ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କକୁ ମଜବୁତ କରିବାକୁ, ଏକ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ୍ ବଜାୟ ରଖିବାକୁ ଏବଂ କୋରୋନାଠାରୁ ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା କରିବାକୁ ତତ୍ପର ଥିବା ଲେଖିଛନ୍ତି ବାଇଡେନ ।

ପିଏମ ମୋଦି ଏବଂ ରାଷ୍ଟ୍ରପତି ବାଇଡେନଙ୍କ ସାକ୍ଷାତ ପୂର୍ବରୁ ଭାରତୀୟ ସମୁଦାୟ ହ୍ବାଇଟ ହାଉସ ସମ୍ମୁଖରେ ଏକାଠି ହୋଇଥିଲେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ବିପାକ୍ଷିକ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟହାଉସ ନିକଟରେ ପହଞ୍ଚିବା ପରେ ଭାରତୀୟ ସମୁଦାୟର ବହୁ ସଂଖ୍ୟକ ଲୋକ ହ୍ବାଇଟ ହାଉସ ସମ୍ମୁଖରେ ଏକାଠି ହୋଇ ସ୍ବାଗତ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଥମ ସାକ୍ଷାତକାର ସମୟରେ ଦୁଇ ନେତା COVID-19 ଏବଂ ଜଳବାୟୁ ପରିବର୍ତ୍ତନ ସହ ଆର୍ଥିକ ସହଯୋଗ ଏବଂ ଆଫଗାନିସ୍ତାନ ପ୍ରସଂଗକୁ ପ୍ରାଧାନ୍ୟ ଦେବେ। ଏହି ବିଷୟଗୁଡ଼ିକ ଉପରେ ଆଲୋଚନା ହେବାର ଆଶା କରାଯାଉଛି ।

ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ଭେଟଘାଟ ହୋଇଥିଲେ ମଧ୍ୟ ବାଇଡେନ ସେତେବେଳେ ଆମେରିକାର ଉପରାଷ୍ଟ୍ରପତି ଥିଲେ । ଜାନୁଆରୀରେ ଆମେରିକାର 46 ତମ ରାଷ୍ଟ୍ରପତି ହେବା ପରେ ବାଇଡେନ ଏବଂ ମୋଦିଙ୍କ ମଧ୍ୟରେ ଏହା ପ୍ରଥମ ଥର ଭେଟଘାଟ । ବାଇଡେନ ରାଷ୍ଟ୍ରପତି ହେବା ପରଠାରୁ ଏହି ଦୁଇ ନେତାଙ୍କର ଅନେକ ଫୋନରେ ବାର୍ତ୍ତାଳାପ ହୋଇଛି ଏବଂ କିଛି ଡିଜିଟାଲ୍ ସମ୍ମିଳନୀରେ ମଧ୍ୟ ଭାଗ ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.