ETV Bharat / bharat

ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ, 5500 କୋଟିରୁ ଅଧିକ ମୂଲ୍ୟ ପ୍ରକଳ୍ପର ଉଦଘାଟନ

author img

By

Published : May 10, 2023, 4:03 PM IST

ରାଜସ୍ଥାନବାସୀଙ୍କୁ 5500 କୋଟିର ପ୍ରକଳ୍ପ ଦେବେ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ନସଭାକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi visit Rajasthan
pm modi Rajasthan visit

ଜୟପୁର: ରାଜସ୍ଥାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନବାସୀଙ୍କୁ 5500 କୋଟିର ପ୍ରକଳ୍ପ ଦେବେ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନାଥଦ୍ବାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । ଜନସଭାକୁ ସମ୍ଭୋଧନ କରି ରାଜ୍ୟର ବିକାଶରେ ଦେଶର ବିକାଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ରାଜସ୍ଥାନବାସୀଙ୍କୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"ରାଜ୍ୟର ବିକାଶରେ ଦେଶର ବିକାଶ । ଭାରତ ସରକାର ରାଜ୍ୟର ବିକାଶର ମନ୍ତ୍ର ଉପରେ ଭରସା କରନ୍ତି । ରାଜସ୍ଥାନ ଦେଶର ସବୁଠୁ ବଡ ରାଜ୍ୟ ମଧ୍ୟରେ ଗୋଟିଏ । ଭାରତର ଗର୍ବ ରାଜସ୍ଥାନ । ଦେଶର ସଂସ୍କୃତିର ବାହାକ ରାଜସ୍ଥାନ । ରାଜସ୍ଥାନ ଯେତେ ବିକଶିତ ହେବ ଭାରତର ବିକାଶକୁ ସେତେ ଗତି ମିଳିବି । ଆଧୁନିକ ଇନଫ୍ରାଷ୍ଟ୍ରକ୍ଚର ସହର ଓ ଗାଁରେ ଯୋଗଯୋଗ ସୁଗମ ହୋଇଛି । ଆଧୁନିକ ଇନଫ୍ରାଷ୍ଟ୍ରକ୍ଚର ଜୀବନକୁ ସହଜ କରିଛି । ସୁବିଧା ବଢାଇଛି । ଡିଜିଟାଲ ସୁବିଧା ବଢାଇବା ସହ ଲୋକଙ୍କ ଜୀବନକୁ ସହଜ କରିବା ସହ ବିକାଶକୁ ଗତି ଦେଇଛି । ଭାରତ ସରକାର ଆଜି ଗାଁକୁ ରାସ୍ତା ପହଞ୍ଚାଇବା ସହ ସହରକୁ ଆଧୁନିକ ହାଇ-ୱେ ସହ ଯୋଡ଼ିବାରେ ଲାଗିଛନ୍ତି 2014 ପରେ ଦେଶରେ ନ୍ୟାସନାଲ ହାଇୱେ ନିର୍ମାଣ ଦ୍ବିଗୁଣା ବଢିଛି ।"

ବିରୋଧୀଙ୍କ ଉପରେ ବର୍ଷିଲେ: କିଛି ଲୋକ ନାକାରତ୍ମକ ଚିନ୍ତାଧାରା ରଖିଥାନ୍ତି । ରାଜନୀତିରୁ ଉର୍ଦ୍ଧ୍ବରୁ ଉଠି ସେମାନେ କିଛି ଭାବନ୍ତି ନାହିଁ । ନାକାରତ୍ମକ ଚିନ୍ତାଧାରା ଭରି ରହିଥାଏ । ଦେଶର କିଛି ଭଲ ଦେଖିପାରନ୍ତି ନାହିଁ । ସେମାନେ କେବଳ ବିବାଦ ସୃଷ୍ଟି କରନ୍ତି । ଭାରତ ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ଦେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ରାଜସ୍ଥାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 5500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଭିତ୍ତିଭୂମି, ଯୋଗାଯୋଗ । ଏଥିରେ ସଡ଼କ ଓ ରେଳ ପ୍ରକଳ୍ପ ରହିଛି । ଯାହା ଦ୍ବାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ । ପ୍ରଧାନମନ୍ତ୍ରୀ ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନର ରାସ୍ତାର ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ବ୍ୟତୀତ ଉଦୟପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିଭୂମି ରଖିଛନ୍ତି ।

ଗେଜ ରୂପାନ୍ତର ପ୍ରକଳ୍ପ ତଥା ନାଥୱାରା ଠାରୁ ରାଜସମନ୍ଦର ନାଥଦ୍ବାର ଟାଉନ ପର୍ଯ୍ୟନ୍ତ ଏକ ନୂତନ ଲାଇନ ସ୍ଥାପନ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ବାଦ ପ୍ରଧାନମନ୍ତ୍ରୀ ଦେଶକୁ 3ଟି ଜାତୀୟ ରାଜପଥ ଉଦଘାଟନ କରିଛନ୍ତି । ଏଥିରେ ସାମିଲ ରହିଛି ଏନଏଚ-48 ରେ 114 କିମିର 6 ଲେନ ଉଦୟପୁରରୁ ସାମଲାଜି ସେକ୍ସନ, ଏନଏଚ- 25 ରେ ବାର-ବିଲାରା-ଜୋଧପୁର ସେକ୍ସନରେ 110 କିମି ଦୀର୍ଘ ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ସହିତ 4 ଲେନ୍‌ ପେଭଡ ସୋଲଡର ଓ ଏନଏଚ 58ଇ ରେ ପେଭଡ ସୋଲଡର ସେକ୍ସନ ସହିତ 47 କିମି ଲମ୍ବର ଦୁଇ ଲେନ ସଡ଼କ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.