ETV Bharat / bharat

CS Conference: ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ - ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ମୁଖ୍ୟ ଶାସନ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୧୫ ରୁ ୧୭ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୨୦୦ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରିବେ । ଯେଉଁଥିରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଡୋମେନ ବିଶେଷଜ୍ଞମା (Central Government, all States UT and domain experts) ମାନେ ସାମିଲ ହେବେ । ଅଧିକ ପଢନ୍ତୁ

Prime Minister Modi to Chair First National Conference of Chief Secretaries in Dharamshala  HP
CS Conference: ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
author img

By

Published : Jun 16, 2022, 1:21 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ହିମାଚଳ ପ୍ରଦେଶର ଧର୍ମଶାଳାର (Himachal Pradesh Cricket Association Stadium Dharamshala) ଷ୍ଟାଡିୟମରେ ଦେଶର ସମସ୍ତ ମୁଖ୍ୟ ଶାସନ ସଚିବ ମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ (First National Conference of Chief Secretaries) ଅଧ୍ୟକ୍ଷତା କରିବେ । ଏହି କାର୍ଯ୍ୟକ୍ରମ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ମୁଖ୍ୟ ଶାସନ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୧୫ରୁ ୧୭ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୨୦୦ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରିବେ । ଯେଉଁଥିରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଡୋମେନ ବିଶେଷଜ୍ଞ (Central Government, all States UT and domain experts) ସାମିଲ ହେବେ । ତିନି ଦିନ ମଧ୍ୟରେ, ଏହା ରାଜ୍ୟ ସହ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋଚାନ ହେବ । ଟିମ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା, ସମ୍ମିଳନୀ ସ୍ଥିରତା, ଚାକିରି ସୃଷ୍ଟି, ଶିକ୍ଷା, ଜୀବନଯାପନ ସହଜତା ଏବଂ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସହିତ ଉଚ୍ଚ ଅଭିବୃଦ୍ଧି ପାଇଁ ସହଯୋଗୀ କାର୍ଯ୍ୟ ଲାଗି ମୂଳଦୁଆ ପକାଇବ ଉପରେ ଆଲୋଚନା ହେବ । ଏହି ସମ୍ମିଳନୀରେ ସାଧାରଣ ବିକାଶର ଏଜେଣ୍ଡା ଏବଂ ଲୋକମାନଙ୍କର ଆକାଂକ୍ଷା ହାସଲ କରିବା ପାଇଁ ମିଳିତ କାର୍ଯ୍ୟ ପାଇଁ ବ୍ଲୁ ପ୍ରିଣ୍ଟ୍‍ ପ୍ରସ୍ତୁତି ଏବଂ କାର୍ଯ୍ୟାନ୍ୱୟନ ଉପରେ ନୀତି ନିର୍ଦ୍ଧାରଣ ହେବ ।

ଛଅ ମାସ ଧରି ବିଚାର ବିମର୍ଶ ପରେ ଏହି ସମ୍ମିଳନୀ ପାଇଁ ଯୋଜନା ନୀତି ଲକ୍ଷ୍ୟ ପ୍ରସ୍ତୁତ ହୋଇଛି । ସମ୍ମିଳନୀରେ ବିସ୍ତୃତ ଆଲୋଚନା ପାଇଁ ତିନୋଟି ବିଷୟବସ୍ତୁ ସ୍ଥିର ହୋଇଛି । ପ୍ରଥମତଃ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ଦ୍ବିତୀୟରେ ସହରାଞ୍ଚଳ ପ୍ରଶାସନ ଓ ତୃତୀୟରେ ଫସଲର ବିବିଧକରଣ ଏବଂ ତୈଳବୀଜ, ଡାଲି ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟରେ ଆତ୍ମର୍ନିଭରଶୀଳତା ହାସଲ ।

ଏହାବାଦ ଆଜାଦି କା ସ୍ବର୍ଣ୍ଣିମ ମହୋତ୍ସବ ୨୦୪୭’ ପାଇଁ ଏକ ରୋଡମ୍ୟାପ (Roadmap to 2047) ପ୍ରସ୍ତୁତି ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ବ୍ୟବସାୟର ସରଳତା, ଛୋଟଛୋଟ ଅପରାଧ ସଂକ୍ରାନ୍ତୀୟ ମାମଲା ହ୍ରାସ କରିବା ଓ ଅନ୍ୟାନ୍ୟ କିଛି ଅତିରିକ୍ତ ବିଷୟ ଉପରେ ମଧ୍ୟ ଅଧିବେଶନ ହେବ । ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲକ୍ଷ୍ୟ ହାସଲ କେନ୍ଦ୍ର-ରାଜ୍ୟ ସମନ୍ୱୟ ଏବଂ ଶେଷ ସୀମା ପର୍ଯ୍ୟନ୍ତ ବିତରଣକୁ ନିଶ୍ଚିତ କରିବା, ପିଏମ ଗତି ଶକ୍ତି ମାଧ୍ୟମରେ ଭାରତର ଭିତ୍ତିଭୂମିରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଉପରେ ଅଧିକ ବିଚାର ବିମର୍ଶ, ପରାମର୍ଶ ଆଦାନ ପ୍ରଦାନ ହେବ

ଏହି ସମ୍ମିଳନୀର ଗୃହିତ ହୋଇଥିବା ପ୍ରସ୍ତାବ, ପରାମର୍ଶକୁ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ (Governing Council Meeting of NITI Aayog) ତର୍ଜମା ହେବ । ଯେଉଁ ବୈଠକ ଗୁଡିକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନେ ଉପସ୍ଥିତ ରହିବେ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.