ETV Bharat / bharat

ଜି20 ଭର୍ଚ୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ: ଗାଜାରେ ସାଧାରଣ ଲୋକଙ୍କ ପ୍ରାଣହାନୀକୁ ନିନ୍ଦା, ମାନବୀୟ ସହାୟତାକୁ ଗୁରୁତ୍ବ

author img

By ETV Bharat Odisha Team

Published : Nov 22, 2023, 10:54 PM IST

ଜି20 ଭର୍ଚ୍ଚୁଆଲ ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଉଠାଇଲେ ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟଣା । ଆତଙ୍କବାଦ ଓ ହିଂସାକୁ କଲେ ନିନ୍ଦା । ଅଧିକ ପଢନ୍ତୁ

ଜି20 ଭର୍ଚ୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ: ଇସ୍ରାଏଲ ହମାସ ଯୁଦ୍ଧରେ ସାଧାରଣ ଲୋକଙ୍କ ପ୍ରଣହାନୀକୁ ନିନ୍ଦା, ମାନବୀୟ ସହାୟତାକୁ ଗୁରୁତ୍ବ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ହଜାର ହଜାର ଗାଜାବାସୀଙ୍କ ପ୍ରାଣହାନୀ ଜିଓ-ପଲିଟିକାଲ ସ୍ଥିତିରେ ଚର୍ଚ୍ଚାରେ ଥିବା ବେଳେ ଆଜି ଜି20 ଭର୍ଚ୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଇସ୍ରାଏଲ- ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ପ୍ରାଣହାନୀକୁ ସେ ନିନ୍ଦା କରିଛନ୍ତି । ପଶ୍ଚିମ-ୟୁରୋପରେ ସୃଷ୍ଟି ହୋଇଥିବା ସଂଘର୍ଷ ଓ ଅସ୍ଥିରତାକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ସେହିପରି ଇସ୍ରାଏଲ ହମାସ ସଂଘର୍ଷରେ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ନେଇ ଜାରି ରହିଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆତଙ୍କବାଦ କିମ୍ବା ହିଂସା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ସାଧାରଣ ନାଗରିକଙ୍କ ପ୍ରାଣହାନୀ ମଧ୍ୟ ନିନ୍ଦନୀୟ । ପଣବନ୍ଦୀଙ୍କୁ ମୁକ୍ତ କାରଯିବା ପ୍ରକ୍ରିୟାକୁ ଆମେ ସ୍ବାଗତ କରୁଛୁ । ମାନବୀୟ ସହାୟତା ଯୋଗାଣ ଯଥା ସମୟରେ ଓ ନିରନ୍ତର ହେବା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି ।’’ ସେହିପରି ଦୀର୍ଘ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ସଂଘର୍ଷରେ ‘ଦୁଇ ଦେଶ ନୀତି’ର କାର୍ଯ୍ୟକାରିତା ହିଁ ସ୍ଥାୟୀ ସମାଧାନ ବୋଲି ଭାରତର ମୂଳ ଆଭିମୁଖ୍ଯକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ । ଦୁଇଟି ଦେଶ ଅର୍ଥାତ ପାଲେଷ୍ଟାଇନକୁ ଏକ ସ୍ବତନ୍ତ୍ର ଓ ସୁରକ୍ଷିତ ସୀମା ସହ ସାର୍ବଭୌମ୍ୟ ଦେଶ ଭାବେ ମାନ୍ୟତା ଦେବା ହିଁ ଏହି ସଙ୍କଟର ସ୍ଥାୟୀ ସମାଧାନ ବୋଲି ଭାରତ ପୂର୍ବରୁ କହି ଆସିଛି । ଏହି ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହମାସ ଗୋଷ୍ଠୀ କରିଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ମୋଦି ନିନ୍ଦା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଘାଟିରେ ଏନକାଉଣ୍ଟର: ଜଣେ ସେନାଧିକାରୀଙ୍କ ସମେତ 4 ଶହୀଦ

ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଦୂରୋପଯୋଗ ଓ ଏହାର କୁପ୍ରଭାବକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । କୃତ୍ରିମ ବୁଦ୍ଧିମତା ସଠିକ ଓ ସୁରକ୍ଷିତ ଢଙ୍ଗରେ ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ମତ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ଯ ବର୍ତ୍ତମାନର ବୈଶ୍ବିକ ସ୍ଥିତିରେ ନିଜର ଗମ୍ଭୀରତା ପ୍ରକାଶ କରିଛନ୍ତି । ଜି20 ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସହମତି ପ୍ରକାଶ ପାଇଛି । ସମସ୍ତେ ଏ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି କହି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆସନ୍ତା ଜି20 ସଂସ୍କରଣର ଅଧ୍ୟକ୍ଷତା ବ୍ରାଜିଲ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ଏହାକୁ ସମର୍ଥନ ଜଣାଇବା ସହ ବ୍ରାଜିଲକୁ ମଧ୍ୟ ସଫଳ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.