ETV Bharat / bharat

ଅର୍ଥ ମନ୍ତ୍ରଣାଳୟର ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ - ଅର୍ଥ ମନ୍ତ୍ରଣାଳୟର ଆଇକନିକ ସପ୍ତାହ ସମାରୋହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜୁନ ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ସମାରୋହ ଆୟୋଜନ ହେବ। ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By

Published : Jun 6, 2022, 7:36 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (Finance and Ministry of Corporate affairs) ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜୁନ ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ସମାରୋହ ଆୟୋଜନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଋଣଭିତ୍ତିକ ସରକାରୀ ଯୋଜନା ଗୁଡିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରିଥିଲେ ।

ସେହିଭଳି ପ୍ରଧାନମନ୍ତ୍ରୀ ବିଗତ ଆଠ ବର୍ଷ ମଧ୍ୟରେ ଦୁଇ ମନ୍ତ୍ରଣାଳୟର ଜୟଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ଡିଜିଟାଲ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ସେ ମଧ୍ୟ ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ମୁଦ୍ରାର ସ୍ବତନ୍ତ୍ର ସିରିଜ ଉନ୍ମୋଚନ କରିଥିଲେ । ଏହି ସ୍ବତନ୍ତ୍ର ସିରିଜର କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିଛି ଏବଂ ଏହାକୁ ଦୃଷ୍ଟିହୀନ ଲୋକମାନେ ସହଜରେ ଚିହ୍ନଟ କରିପାରିବେ ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସ୍ବାଧୀନତାର ଲମ୍ବା ସଂଘର୍ଷରେ ଅଂଶଗ୍ରହଣ କରିଥିବା ଆମ ପୂର୍ବଜ ଏହି ଆନ୍ଦୋଳନକୁ ଏକ ନୂଆ ରୂପ ଦେଇଥିଲେ । କିଛି ଲୋକ ସତ୍ୟାଗ୍ରହର ମାର୍ଗ ଆପଣାଇଥିଲେ, ଆଉ କିଛି ଲୋକ ଅସ୍ତ୍ରଶସ୍ତ୍ରର ମାର୍ଗ ଚୟନ କରିଥିଲେ, ପୁଣି କେଉଁମାନେ ଆଧ୍ୟାତ୍ମିକତା ଓ ଆସ୍ଥାକୁ ଆପଣାଇଥିଲେ ଏବଂ ଅନ୍ୟ କେତେ ଜଣ ବୌଦ୍ଧିକ ମାର୍ଗରେ ସ୍ବାଧୀନତାର ବହ୍ନିକୁ ପ୍ରଜ୍ଜ୍ୱଳିତ ରଖିବାରେ ସହାୟତା କରିଥିଲେ । ସେମାନଙ୍କର ବଳିଦାନକୁ ସମ୍ମାନିତ କରିବାର ସମୟ ଆସିଛି ବୋଲି କହିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଆମେ ସମସ୍ତେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ । ତେଣୁ ପ୍ରତ୍ୟେକ ଦେଶବାସୀ ନିଜ ନିଜ ସ୍ତରରେ ଦେଶ ପାଇଁ କୌଣସି ବିଶେଷ ଯୋଗଦାନ ଦେବାର ଆବଶ୍ୟକତା ରହିଛି । ନୂଆ ଉତ୍ସାହ ସହିତ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନ ସାକାର ପାଇଁ ପ୍ରୟାସ କରିବା ଏବଂ ନୂତନ ସଂକଳ୍ପ ପ୍ରତି ନିଜକୁ ସମର୍ପିତ କରିବା ଲାଗି ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ବିଗତ ଆଠ ବର୍ଷ ମଧ୍ୟରେ ଭାରତ ଭିନ୍ନ ଭିନ୍ନ ଦିଗରେ କାର୍ଯ୍ୟ କରିବା ସହିତ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଅଧିକ ଜନ ଭାଗିଦାରୀ କାରଣରୁ ଦେଶର ବିକାଶଧାରା ତ୍ବରାନ୍ବିତ ହୋଇଛି । ଗରିବଲୋକଙ୍କ ସଶକ୍ତିକରଣ ହୋଇପାରିଛି । ସ୍ବଚ୍ଛ ଭାରତ ଅଭିଯାନ ଫଳରେ ଗରିବମାନଙ୍କୁ ସମ୍ମାନପୂର୍ବକ ଜୀବନ ବଞ୍ଚିବା ଲାଗି ଅବସର ମିଳିଛି । ପକ୍କା ଘର, ବିଦ୍ୟୁତ, ଗ୍ୟାସ, ପାଣି, ମାଗଣା ଚିକିତ୍ସା ଭଳି ସୁବିଧା ଗରିବଙ୍କ ଗରିମା ବଢାଇଛି, ସେମାନଙ୍କୁ ଅଧିକ ସୁବିଧା ମିଳିଛି। କରୋନା କାଳରେ ମାଗଣା ରାସନ ଯୋଜନା ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ କ୍ଷୁଧା ଆଶଙ୍କାରୁ ମୁକ୍ତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ସରଳୀକରଣ ଉପରେ ଗୁରୁତ୍ବ ଦେଇ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ଜିଏସଟି ଆସିବା ଫଳରେ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଥିବା ସଂଖ୍ୟାଧିକ ଟିକସ ଜାଲ ଆଉ ନାହିଁ । ସାରା ଦେଶ ଆଜି ଏହି ସରଳୀକରଣର ପରିଣାମ ଦେଖିପାରୁଛି । ଏବେ ପ୍ରତି ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଟପିବା ସାଧାରଣ କଥା ହୋଇଗଲାଣି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.