ମୁମ୍ବାଇ: ମହାରାଷ୍ଟ୍ର କୋଭିଡ ହସ୍ପିଟାଲ ନିଆଁ ଲାଗିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ । ଏହାସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।
ମହାରାଷ୍ଟ୍ର ପାଲଘର ଜିଲ୍ଲାର ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିବାବେ ଏଥିରେ ମୃତକଙ୍କ ସଂଖ୍ୟା 13କୁ ବୃଦ୍ଧି ପାଇଛି ।
ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୃତକଙ୍କ ପରିବାରକକୁ 5 ଲକ୍ଷ ଟଙ୍କାର ଅନୁକମ୍ଫା ମୂଳକ କ୍ଷତିପୂରଣ ରାଶି ଓ ଆହତଙ୍କୁ 50 ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତେବେ କେମିତି ହସ୍ପିଟାଲରେ ନିଆଁ ଲାଗିଲା, ତାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଗୁରୁତରଙ୍କୁ 50 ହଜାର କ୍ଷତିପୂରଣ ଦେବାକୁ ପିଏମଙ୍କ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ