ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ନୌର ବରେଲିରେ ଅଗସ୍ତ୍ୟ ମୁନି ଆଶ୍ରମରୁ ଶୁଣିବାକୁ ମିଳିଛି ଅଜବ ଘଟଣା (Priest of agastyamuni ashram in Bareilly ) । ଏହି ଆଶ୍ରମର ଜଣେ ପୁରୋହିତ କେ.କେ ଶଙ୍କରଧର ଏପରି କାମ କରିଛନ୍ତି ଯାହାକୁ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ପୁରୋହିତ ଜଣକ ଜାତି ଧର୍ମକୁ ଅବମାନନା କରି କରାଇଛନ୍ତି ଆନ୍ତଃ ଧର୍ମ ବିବାହ (solemnising inter faith marriage) । ଏନେଇ ଏବେ ତାଙ୍କୁ ମିଳୁଛି ହତ୍ୟା ଧମକ । ତେବେ ପୁରୋହିତ ଜଣକ ନିଜକୁ ସୁରକ୍ଷିତ ଦେବାପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ସୂଚନାନୁସାରେ ବରେଲିରେ ଗତ ୬ ବର୍ଷ ଭିତରେ ପୁରୋହିତ ପଣ୍ଡିତ କେ.କେ ଶଙ୍କରଧର ପାଖାପାଖି ୬୪ଟି ମୁସଲିମ ଝିଅଙ୍କ ସହ ହିନ୍ଦୁ ପୁଅଙ୍କର ବିବାହ କରାଇଛନ୍ତି । ତେବେ 2022 ମସିହାରେ ଏପର୍ଯ୍ୟନ୍ତ ସେ 20ଟି ବିବାହ କରାଇ ସାରିଲେଣି । ମୋଟ ୮୪ଟି ଆନ୍ତଃ ଧର୍ମ ବିବାହ କରାଇଛନ୍ତି ପଣ୍ଡିତ ଜଣକ । ଆଉ ଏହି ସବୁ ବିବାହ ଉଭୟଙ୍କ ଇଚ୍ଛାରେ ହୋଇଥାଏ ବୋଲି ପଣ୍ଡିତ କହିଛନ୍ତି ।
ଏହି ଆନ୍ତଃ ଧର୍ମ ବିବାହ ପାଇଁ ପୁରୋହିତ ପଣ୍ଡିତ କେ.କେ ଶଙ୍କରଧର ମଧ୍ୟ ବରେଲିରେ ବେଶ ପ୍ରସିଦ୍ଧ । ହେଲେ ଏବେ ତାଙ୍କୁ ପ୍ରତିଦିନ ଧମକପୂର୍ଣ୍ଣ କଲ ଆସୁଛି । ଏପରିକି ଅନ୍ୟ ସମ୍ପ୍ରଦାୟର ଯୁବକମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ବୋଲି ପୋଲିସ ଆଗରେ କହିଛନ୍ତି ।
ନିକଟରେ ଏକ ଧାର୍ମିକ ସ୍ଥାନ ପାଖରେ କିଛି ଯୁବକ ତାଙ୍କୁ ଅଟକାଇ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । କାରଣ ସେ ହିନ୍ଦୁ ପୁରୁଷମାନଙ୍କୁ ବିବାହ କରିଥିବା ଅଣ-ହିନ୍ଦୁ ମହିଳାମାନଙ୍କ ପାଇଁ ରୀତିନୀତି କରନ୍ତି । ଏହାସହ ସେମାନଙ୍କୁ ବିବାହ ପୂର୍ବରୁ ସେମାନଙ୍କର ଧର୍ମ ପରିବର୍ତ୍ତନ କରିବାରେ ସାହାଯ୍ୟ କରନ୍ତି । ହେଲେ କୌଣସି ପ୍ରକାରେ କେ.କେ ଶଙ୍କରଧର ସେଠାରୁ ଦୌଡ଼ି ପଳାଇ ଆସି ନିଜ ଜୀବନ ରକ୍ଷା କରିଥିଲେ ।
ଏ ସମ୍ପର୍କରେ ସ୍ଥାନୀୟ ଏସଏସପି ଅଖିଳେଶ ଚୌରାସିଆ କହିଛନ୍ତି ଯେ ସ୍ଥାନୀୟ ଗୁପ୍ତଚର ବିଭାଗର ସର୍କଲ ଅଧିକାରୀଙ୍କ ନିକଟକୁ ଶଙ୍କରଧରଙ୍କ ଆବେଦନ ପଠାଯାଇଛି । ଏହା ଉପରେ ଇଣ୍ଟେଲିଜେନ୍ସ ପକ୍ଷରୁ ଏକ ରିପୋର୍ଟ ମଗାଯାଇଛି । ପୁରୋହିତଙ୍କୁ ସୁରକ୍ଷା ଯୋଗାଇବାର ନିଷ୍ପତ୍ତି ରିପୋର୍ଟ ଆଧାରରେ ନିଆଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ