ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଇନ୍ଧନ ମୂଲ୍ୟରେ ବୃଦ୍ଧି ହେତୁ ଭାରତକୁ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି କରିବାକୁ ପଡୁଛି । କିନ୍ତୁ ଏହି ବୃଦ୍ଧି ସାମୟିକ ସମୟ ପାଇଁ । ଧିରେ ଧିରେ ଭାରତୀୟ ବଜାରରେ ଇନ୍ଧନର ଦର ସ୍ବାଭାବିକ ସ୍ତରକୁ ଖସିବ । ଆଜି ଏପରି ଭାବେ ଇନ୍ଧନ ଦର ବୃଦ୍ଧି ନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ଇନ୍ଧନ ଉପରେ ଟିକସ ଆଦାୟ କରୁଛନ୍ତି । 'ସମ୍ବଳ' ଯାହା ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ଇନ୍ଧନ ଉପରେ ଟ୍ୟାକ୍ସ ଆଦାୟ କରାଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେଣୁ ଏହି ସମସ୍ୟା ଅସ୍ଥାୟୀ ଓ ଏହା ଖୁବ ଶିଘ୍ର ନିୟନ୍ତ୍ରଣକୁ ଆସିବା ନେଇ ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର । ଗତ କିଛି ମାସରେ ଦେଶରେ ଇନ୍ଧନ ଓ ତୈଳଦର ବୃଦ୍ଧି ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ