ETV Bharat / bharat

ପୁଣି ୩୫ ପଇସା ବଢିଲା ପେଟ୍ରୋଲ-ଡିଜେଲ - ଡିଜେଲ

ଦୁଇ ଦିନର ବ୍ୟବଧାନ ପରେ ଦେଶରେ ପୁଣି ବଢିଲା ତୈଳ ଦର । ପେଟ୍ରୋଲ-ଡିଜେଲରେ ୩୫ ପଇସା ଲେଖାଏଁ ବଢାଇଲେ ତୈଳ କମ୍ପାନୀ । ଅଧିକ ପଢନ୍ତୁ...

ପୁଣି ୩୫ ପଇସା ବଢିଲା ପେଟ୍ରୋଲ-ଡିଜେଲ
ପୁଣି ୩୫ ପଇସା ବଢିଲା ପେଟ୍ରୋଲ-ଡିଜେଲ
author img

By

Published : Oct 27, 2021, 1:00 PM IST

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ଦେଶରେ ପୁଣି ବଢିଲା ତୈଳ ଦର । ଆଜି ପୁନର୍ବାର ପେଟ୍ରୋଲ-ଡିଜେଲ ଦାମ୍ ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଆଜି ପେଟ୍ରୋଲ-ଡିଜେଲ ଲିଟର ପିଛା ପୁଣି ୩୫-୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

IOCL ଅନୁଯାୟୀ, ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୯୪ ଟଙ୍କା ଏବଂ ଡିଜେଲ ୯୬.୬୭ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଏହି ଦର ୧୧୩.୮୦ ଟଙ୍କା ଏବଂ ୧୦୪.୭୫ ଟଙ୍କା ହୋଇଯାଇଛି । ଯଦି ଅନ୍ୟ ମହାନଗର କଥା କହିବା, ତେବେ କୋଲକାତାରେ ଏହି ଦର ଯଥାକ୍ରମେ ୧୦୮.୪୫ ଟଙ୍କା ଏବଂ ୯୯.୭୮ ଟଙ୍କା ରହିଥିବାବେଳେ ଚେନ୍ନାଇରେ ପେଟ୍ରୋଲ-ଡିଜେଲ ୧୦୪.୮୩ ଟଙ୍କା ଏବଂ ୧୦୦.୯୨ ଟଙ୍କା ରହିଛି ।

ସେହିପରି ବର୍ତ୍ତମାନ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲ ମୂଲ୍ୟ ଶତକ ପାର୍ କରିସାରିଛି । ଉଲ୍ଲେଖଯୋଗ୍ୟ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ବଜାରରେ ବେଞ୍ଚମାର୍କ ଇନ୍ଧନର ହାରାହାରି ମୂଲ୍ୟ ଓ ବୈଦେଶିକ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ପେଟ୍ରୋଲ-ଡିଜେଲ ମୂଲ୍ୟ ସଂଶୋଧନ କରିଥାନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.