ETV Bharat / bharat

ସାମ୍ବାଦିକ କୋଭିଡ ଯୋଦ୍ଧା: ଓଡିଶାକୁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପ୍ରଶଂସା - ପ୍ରେସ କାଉନସିଲ ଅଫ ଇଣ୍ଡିଆ

ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଆଉ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉଛି ଟିକା । ଓଡିଶାର ଏଭିଳ ପ୍ରୟାସ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ଭାରତୀୟ ପ୍ରେସ ପରିଷଦ (ପ୍ରେସ କାଉନସିଲ ଅଫ ଇଣ୍ଡିଆ) । ଅଧିକ ପଢନ୍ତୁ...

ଓଡିଶାକୁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପ୍ରଶଂସା, ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଦା ଘୋଷଣା ଦାବି

author img

By

Published : May 6, 2021, 8:41 PM IST

Updated : May 6, 2021, 8:52 PM IST

ଭୁବନେଶ୍ବର: ମହାମାରୀ ସଙ୍କଟ ସମୟରେ ସଞ୍ଜିବନୀ ଯୋଗାଇ ଅନ୍ୟ ରାଜ୍ୟ ଆଗରେ ଉଦାହରଣ ପାଲଟିଥିବା ଓଡିଶା ଏବେ କୋଭିଡ ବିରୋଧରେ ଜାରି ରଖିଛି ନିରବଚ୍ଛିନ୍ନ ଯୁଦ୍ଧ । ଏହି ଯୁଦ୍ଧରେ ସାମିଲ ହୋଇ ଦିନରାତି ଜନସାଧାରଣଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଆଉ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉଛି ଟିକା । ଓଡିଶାର ଏଭିଳ ପ୍ରୟାସ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ଭାରତୀୟ ପ୍ରେସ ପରିଷଦ (ପ୍ରେସ କାଉନସିଲ ଅଫ ଇଣ୍ଡିଆ) ।

ପ୍ରେସ କାଉନସିଲ ଅଫ ଇଣ୍ଡିଆ (PCI) ଗୁରୁବାର କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ କରିଥିବା ସୁପାରିଶକୁ ଦୋହରାଇଛି । ସାମ୍ବାଦିକମାନଙ୍କୁ କୋରୋନା ଯୋଦ୍ଧା ବର୍ଗରେ ଅନ୍ତର୍ଭୁକ୍ତ କରାଯିବା ସହ ସେମାନଙ୍କୁ ବୀମା ସୁରକ୍ଷା ଦେବାକୁ ଦାବି କରିଛି ପିସିଆଇ ।

ଏକ ବିବୃତ୍ତିରେ ପିସିଆଇ ଓଡିଶା, ବିହାର ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛି । ମହାମାରୀ ପରିସ୍ଥିତିରେ କଠିନ ପରିଶ୍ରମ କରୁଥିବା ସାମ୍ବାଦିଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିଥିବାରୁ ଏହି ସବୁ ରାଜ୍ୟର ସରକାରଙ୍କୁ ପ୍ରଂଶସା କରିଛି ପିସିଆଇ ।

ମେ 2ରେ ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେଇଥିଲେ ରାଜ୍ୟ ସରକାର । ଏନେଇ ବିଧିବଦ୍ଧ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟରେ 6,944 କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2021, 8:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.