ନୂଆଦିଲ୍ଲୀ: ଆଜି ବସିବ ରାଜ୍ୟପାଳଙ୍କ ସମ୍ମିଳନୀ । ୫୧ ତମ ରାଜ୍ୟପାଳ ସମ୍ମିଳନୀର ସଭାପତିତ୍ବ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି(ଗୁରୁବାର) ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଜ୍ୟପାଳଙ୍କ ସମ୍ମିଳନୀ ଉଦଘାଟନ ହେବ । ଏହି ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ ଉପସ୍ଥିତ ରହିବେ ।
ରାଜ୍ୟପାଳଙ୍କ ସମ୍ମିଳନୀ ଦେଶର ସ୍ବାଧୀନତା ପରି ଏକ ପରମ୍ପରା । 1949 ମସିହାରେ ରାଜ୍ୟପାଳ ଭବନରେ ରାଜ୍ୟପାଳଙ୍କ ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ସି ରାଜାଗୋପାଲାଚରୀ ଅଧ୍ୟକ୍ଷତା କରିଥିଲେ ।