ନୂଆଦିଲ୍ଲୀ: ଚଳିତମାସ 28 ତାରିଖରେ ଲୋକାର୍ପିତ ହେବ ନୁଆ ସଂସଦ ଭବନ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପରେ ନିର୍ମିତ ଏହି ନୂଆ ସଂସଦ ଭବନକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିବେ । ଲୋକସଭା ବାଚସ୍ପତି ଓମ ବିର୍ଲା ଏହାର ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରିତ ମଧ୍ୟ କରିସାରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସଂସଦ ଭବନର ଲୋକାର୍ପଣ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୁହେଁ ବରଂ ରାଷ୍ଟ୍ରପତିଙ୍କ ଦ୍ବାରା ହେବା ଉଚିତ ବୋଲି ରାହୁଲ କହିଛନ୍ତି ।
-
नए संसद भवन का उद्घाटन राष्ट्रपति जी को ही करना चाहिए, प्रधानमंत्री को नहीं!
— Rahul Gandhi (@RahulGandhi) May 21, 2023 " class="align-text-top noRightClick twitterSection" data="
">नए संसद भवन का उद्घाटन राष्ट्रपति जी को ही करना चाहिए, प्रधानमंत्री को नहीं!
— Rahul Gandhi (@RahulGandhi) May 21, 2023नए संसद भवन का उद्घाटन राष्ट्रपति जी को ही करना चाहिए, प्रधानमंत्री को नहीं!
— Rahul Gandhi (@RahulGandhi) May 21, 2023
ଆଜି ଏହି ପ୍ରସଙ୍ଗରେ ଟ୍ବିଟ କରି ରାହୁଲ ଆପତ୍ତି ଦର୍ଶାଇଛନ୍ତି । ଏହି ସଂସଦ ଭବନର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ରାଷ୍ଟ୍ରପତି କରିବା ଉଚିତ ବୋଲି ରାହୁଲ ଟ୍ବିଟରେ ଲେଖିଛନ୍ତି । କଂଗ୍ରେସ ମଧ୍ୟ ଲୋକାର୍ପଣ ପାଇଁ ନିର୍ଦ୍ଧାରିତ ତାରିଖକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛି । କାରଣ ଏହି ଦିନ ସ୍ବାଧୀନତା ସଂଗ୍ରାମୀ ତଥା ହିନ୍ଦୁ ମହାସଭା ପ୍ରତିଷ୍ଠାତା ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ ମଧ୍ୟ ପଡୁଛି । କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ଏହି ତାରିଖ ଚୟନ ପଛରେ ବିଜେପିର ଭିନ୍ନ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକାର୍ପଣ କାର୍ଯ୍ୟକ୍ରମରେ ସାବରକରଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ । ଏହା ପୂର୍ବରୁ ଶୁକ୍ରବାର ବାଚସ୍ପତି ଓମ ବିର୍ଲା ଟ୍ବିଟ କରି କହିଥିଲେ, ଏହି ନବନିର୍ମିତ ସଂସଦ ଭବନ 140 କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ପୂରଣ କରିବ । 2047 ସୁଦ୍ଧା ବିକଶିତ ଭାରତର ରୂପରେଖ ପ୍ରସ୍ତୁତ କରିବାରେ ଏହି ସଂସଦ ଭବନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ନେଇ ମଧ୍ୟ ବାଚସ୍ପତି ବିର୍ଲା କହିଥିଲେ ।
ଏହା ମଧ୍ୟ ପଢନ୍ତୁ:-New Parliament Building: 28ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
2020 ମସିହା ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି 4 ମହଲା ବିଶିଷ୍ଟ ଭବ୍ୟ ସୌଧର ନିର୍ମାଣ ପାଇଁ ମୋଟ 970 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଏକକାଳୀନ 1,224 ସାଂସଦଙ୍କ ବସିବା ପାଇଁ ଆସନ ବ୍ୟବସ୍ଥା ରହିଛି । ସେହିପରି ଏଥିରେ ଏକ ଗ୍ରାଣ୍ଡ ସାମ୍ବିଧାନ ପ୍ରେକ୍ଷାଳୟ ମଧ୍ୟ ରହିଛି । ଏଥିରେ ଭାରତର ଗଣତନ୍ତ୍ରର ଐତିହ୍ୟ ପ୍ରତିଫଳିତ ହେବ । ସେହିପରି ଅଧିବେଶନ ଗୃହ ବ୍ୟତୀତ ଅନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ ରହିଛି । ସାଂସଦଙ୍କ ପାଇଁ ଡାଇନିଂ ଓ ପାର୍କିଂର ବ୍ୟବସ୍ଥା ମଧ୍ୟ ଏହି ବିଲ୍ଡିଂ ପରିସରରେ ରଖାଯାଇଛି ।
ପୁରୁଣା ତଥା ବର୍ତ୍ତମାନର ସଂସଦ ଭବନ 1927 ରେ ନିର୍ମାଣ ହୋଇଥିଲା । ଯାହା ଚଳିତ ଦଶନ୍ଧିରେ ଶହେ ବର୍ଷ ପୂରଣ କରିବାକୁ ଯାଉଛି । ଏହି ପୁରାତନ ଐତିହାସିକ କୋଠାଟି ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁସାରେ ବ୍ୟବହାରକ୍ଷମ ହୋଇପାରୁନାହିଁ । କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଅଧୀନରେ ଏହି ନୂଆ ସଂସଦ ଭବନ ନିର୍ମାଣ କରାଯାଇଛି । ଦେଶ ଏବେ ‘ଆଜାଦି କା ଅମୃତ କାଳ’ ପାଳନ କରୁଥିବା ବେଳେ ବିଶ୍ବର ପ୍ରମୁଖ ସଂସଦୀୟ ଗଣତନ୍ତ୍ର ଭାରତ ନୂତନ ସଂସଦ ଭବନ ଲୋକର୍ପିତ କରିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ