ETV Bharat / bharat

ଆଜି ବିଶାଖାପାଟଣାରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି

ଆଜିଠୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ବିଶାଖାପାଟଣାରେ ନୌସେନା ଦିବସର ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମରେ ରହିଛି (President Murmu to Attend Navy Day Celebrations in Visakhapatnam) । ଅଧିକ ପଢନ୍ତୁ

author img

By

Published : Dec 4, 2022, 11:59 AM IST

Updated : Dec 4, 2022, 12:18 PM IST

ରାଷ୍ଟ୍ରପତି
ରାଷ୍ଟ୍ରପତି

ଅମରାବତୀ: ଆଜି ନୌସେନା ଦିବସ(Navy Day) । ଏହି ଅବସରରେ ଆଜିଠୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ( President Droupadi Murmu )। ସେ ବିଶାଖାପାଟଣାରେ ନୌସେନା ଦିବସର ଏକ କାର୍ଯ୍ୟକ୍ରମରେ ଯୋଗଦେବେ(President Murmu to Attend Navy Day Celebrations in Visakhapatnam) । ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ବିଜୟଓ୍ବାଡାରେ ପହଞ୍ଚିବା ପରେ ରାଜଭବନକୁ ଯିବେ । ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ବିଜୟଓ୍ବାଡା ଉପକଣ୍ଠ ପୋରଙ୍ଗି ଗ୍ରାମରେ ଏକ ସଭାର ଆୟୋଜିତ କରାଯାଇଛି ।

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ(AP Governor Biswabhusan Harichandan) ଦ୍ବାରା ଆୟୋଜିତ ସଭାରେ ଯୋଗଦେବା ପରେ ରାଷ୍ଟ୍ରପତି ବିଶାଖାପାଟଣା ଗସ୍ତ କରିବେ । ବିଶାଖାପାଟଣାର ରାମକୃଷ୍ଣ ବେଳାଭୂମିରେ ଆୟୋଜିତ ହେବାକୁ ଥିବା ନୌସେନା ଦିବସରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହାସହ ମୁର୍ମୁ ନୌସେନାର କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ କରିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଭର୍ଚ୍ଚୁଆଲରେ ଉଦଘାଟନ କରିବେ ।

ଏହା ମଧ୍ୟ ପଢନ୍ତୁ: 2047 ସୁଦ୍ଧା ଆତ୍ମନିର୍ଭର ହେବ ନୌସେନା: ନୌସେନା ମୁଖ୍ୟ

ଏହାପରେ ରାଷ୍ଟ୍ରପତି କୁର୍ନୁଲ ଜିଲ୍ଲାରେ ଜାତୀୟ ଓପନ୍ ଏୟାର ରେଞ୍ଜର ସହ କୃଷ୍ଣ ଜିଲ୍ଲାର ନିମାକୁରୁ ଠାରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ଆଡଭାନ୍ସ ନାଇଟ୍ ଭିଜନ୍ ପ୍ରଡକ୍ଟ ଫ୍ୟାକ୍ଟ୍ରିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଶ୍ରୀ ସତ୍ୟସାଇ ଜିଲ୍ଲାରେ NH-342ର ମୁଦିଗୁବା-ପୁଟ୍ଟାପାର୍ଟି ଷ୍ଟ୍ରେଚ୍ ବିସ୍ତାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତେବେ ବିଶାଖାପାଟଣାରେ ନୌସେନା କାର୍ଯ୍ୟକ୍ରମରେ ଯୋଗଦେବା ପରେ ତିରୁପତି ମନ୍ଦିର ଗସ୍ତ କରିବେ ।

ଅନ୍ୟପଟେ ସୋମବାର ଦିନ ରାଷ୍ଟ୍ରପତି ତିରୁମାଳା ପାହାଡରେ ଥିବା ଭେଙ୍କଟେଶ୍ବର ସ୍ବାମୀଙ୍କ ପୂଜାର୍ଚ୍ଚନା କରିବେ । ଏହାପରେ ରାଷ୍ଟ୍ରପତି ତିରୁପତି ସ୍ଥିତ ଶ୍ରୀ ପଦ୍ମାବତୀ ମହିଳା ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମ ପରେ ସୋମବାର ଦିନ ତିରୁପତିରୁ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2022, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.