ETV Bharat / bharat

Diwali 2023: ଦେଶବାସୀଙ୍କୁ ଶୁଭ ଦୀପାବଳିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 12, 2023, 9:41 AM IST

ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

diwali wishes
diwali wishes

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି । ବିନା ବାଣରେ ଦୀପାବଳି ପାଳିବେ ଦେଶବାସୀ । ସନ୍ଧ୍ୟା ସମୟରେ ଦୀପ ଓ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠିବ ପୁରପଲ୍ଲୀ । ଏନେଇ ଉତ୍ସବମୁଖର ଗାଁଠୁ ସହର । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟର ସବୁ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ। #ଶୁଭଦୀପାବଳି #HappyDiwali pic.twitter.com/P4VLOv1FWu

    — Naveen Patnaik (@Naveen_Odisha) November 12, 2023 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପାବଳି ଶୁଭ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଥିବା ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା । ଦୀପାବଳି ଆନନ୍ଦ ଏବଂ ଖୁସିର ପର୍ବ ଅଟେ । ଏହା ଅନ୍ଧକାର ଉପରେ ଆଲୋକର ବିଜୟ, ଅସତ୍ୟ ଉପରେ ସତ୍ୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ଅବସରରେ ପାଳନ କରାଯାଏ । ବିଭିନ୍ନ ଧର୍ମର ଲୋକମାନେ ଏହି ପର୍ବ ପାଳନ କରନ୍ତି ଏବଂ ପ୍ରେମ, ଭାଇଚାରାର ବାର୍ତ୍ତା ବାଟନ୍ତି । ଏହି ପର୍ବ ଦୟା, ସକରାତ୍ମକତା ଏବଂ ସମୃଦ୍ଧିର ପ୍ରତୀକ ଅଟେ । ଗୋଟିଏ ଦୀପ ଅନେକଙ୍କୁ ଆଲୋକିତ କରିପାରେ । ଆଲୋକର ପର୍ବକୁ ସୁରକ୍ଷିତ ଭାବରେ ପାଳନ କରନ୍ତୁ ଏବଂ ପରିବେଶ ସୁରକ୍ଷାରେ ଅଂଶ ଗ୍ରହଣ କରି ରାଷ୍ଟ୍ର ଗଠନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ-Diwali 2023: ଆଜି ଆଲୋକର ପର୍ବ ଦୀପାବଳି, ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦୀପଟିଏ ଦେବା ଜାଳି

  • देश के अपने सभी परिवारजनों को दीपावली की ढेरों शुभकामनाएं।

    Wishing everyone a Happy Diwali! May this special festival bring joy, prosperity and wonderful health to everyone’s lives.

    — Narendra Modi (@narendramodi) November 12, 2023 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି କହିଛନ୍ତି ଯେ, ସମସ୍ତ ଦୀପାବଳିର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ଏହି ସ୍ବତନ୍ତ୍ର ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ସମୃଦ୍ଧତା ଆଣୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଲୋକର ପର୍ବ ଦୀପାବଳି ଅବସରରେ ମୁଁ ରାଜ୍ୟର ସବୁ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି । ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ । ଏହା ମୋର କାମନା ।

ଆଜି ଧରାବତରଣ କରିବେ ମା' କାଳୀ । ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ଦୀପାବଳି ଦିନ ବିଭିନ୍ନ ପୂଜା ମଣ୍ଡପରେ ମହାକାଳୀ ପୂଜା ପାଇଥାଆନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଦୀପାବଳି ପାଳିତ ହୁଏ । ମହାପ୍ରଭୁ ଜଗନ୍ନାଥ ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.