ETV Bharat / bharat

Florence Nightingale Award: ସ୍ବାସ୍ଥ୍ୟ ସେବିକାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି, ଓଡ଼ିଶାରୁ 2 ସେବିକା ସମ୍ମାନିତ

author img

By

Published : Jun 22, 2023, 12:01 PM IST

ସ୍ବାସ୍ଥ୍ୟ କ୍ଷେତ୍ରରେ ଜୀବନକୁ ସମର୍ପିତ କରିଥିବା ସ୍ବାସ୍ଥ୍ୟ ସେବିକାଙ୍କୁ ଫ୍ଲୋରେନ୍ସ ନାଇଟ ଆଙ୍ଗେଲ ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

Florence Nightingale Award
ଓଡିଶାରୁ 2 ସେବିକା ସମ୍ମାନିତ

ନୂଆଦିଲ୍ଲୀ: ସେବାକୁ ସମ୍ମାନ । ସ୍ବାସ୍ଥ୍ୟ କ୍ଷେତ୍ରରେ ଜୀବନକୁ ସମର୍ପିତ କରିଥିବା ସ୍ବାସ୍ଥ୍ୟ ସେବିକାଙ୍କୁ ସମ୍ମାନିତ କରାଯାଇଛି । କର୍ମକୁ ବ୍ରତ କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଥିବା ସେବିକାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫ୍ଲୋରେନ୍ସ ନାଇଟ ଆଙ୍ଗେଲ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଓଡ଼ିଶା ନବରଙ୍ଗପୁର ଜିଲ୍ଲା ସେବତୀ ସାହୁ ଓ ପୁରୀର ମଞ୍ଜୁଲତା ମହାରଣା ଫ୍ଲୋରେନ୍ସ ନାଇଟ ଆଙ୍ଗେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି । 2022 ଓ 2023 ବର୍ଷ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଏହି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି । ଦେଶର ମୋଟ 30 ସ୍ବାସ୍ଥ୍ୟକର୍ମୀଙ୍କୁ ଫ୍ଲୋରେନ୍ସ ନାଇଟ ଆଙ୍ଗେଲ ସମ୍ମାନରେ ସମ୍ମାନିତ କରାଯାଇଛି ।

ଓଡିଶାରୁ 2 ସେବିକା ସମ୍ମାନିତ: ପୁରୀ ଜିଲ୍ଲା କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ନୂଆଦିଲ୍ଲୀରେ ମଞ୍ଜୁଲତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଗତ ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର କଣାସ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଏହି ସମୟରେ ପ୍ରସବ ଯନ୍ତ୍ରଣା ପାଉଥିବା 4ଜଣ ଗର୍ଭବତୀଙ୍କୁ ମଞ୍ଜୁଲତା ନିଜ ଉପକେନ୍ଦ୍ରରେ ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଥିଲେ । ମଞ୍ଜୁଲତା ମହାରଣା ଏଏନଏମ ତାଲିମ ସମାପ୍ତ କରିବା ପରେ 2007 ମସିହାରେ ଜାତୀୟ ସ୍ବାସ୍ଥ୍ୟ ମିଶନରେ ପ୍ରଥମେ ଚାକିରି କରିଥିଲେ । ଗତ 2019 ମସିହାରୁ ନିୟମିତ ହୋଇ ସ୍ବାସ୍ଥ୍ୟକର୍ମୀ ଭାବରେ ନିଜର କର୍ମ ଜାରି ରଖିଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲାର ସେବତୀ ସାହୁ ଫ୍ଲୋରେନ୍ସ ନାଇଟ ଆଙ୍ଗେଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ଦୀର୍ଘ 20 ବର୍ଷ ହେବ ସ୍ବାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବିଭାଗରେ କାର୍ଯ୍ୟରତ ନର୍ସିଂ ଅଫିସର ସେବତୀ ସାହୁ ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ସେବା ଯୋଗାଇ ଆସୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 614ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । 1973ରୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଏଏନଏମ ସ୍ବାସ୍ଥ୍ୟସେବିକାରେ 5ଜଣଙ୍କୁ ସମ୍ମାନିତ କରାଯାଇଥିବାବେଳେ ରେଜିଷ୍ଟର ଲେଡି ହେଲ୍ଥ ଭିଜିଟରରେ ଗୋଟିଏ ପୁରସ୍କାର ଏବଂ ରେଜିଷ୍ଟ୍ରର ନର୍ସ ଓ ରେଜିଷ୍ଟ୍ରର ମିଡୱାଇଫରେ 9ଟି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତିବର୍ଷ ମେ' ୧୨କୁ ଇଣ୍ଟରନାସନାଲ ନର୍ସ ଡେ ଭାବରେ ପାଳନ କରାଯାଇଥାଏ । ବିଶ୍ୱରେ ଏହି ଦିନକୁ ନର୍ସ ଡେ' ଭାବରେ ସେଲିବ୍ରେଟ କରିବାର ପଛର କାହାଣୀ ହେଉଛି ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜୟନ୍ତୀ । ଫ୍ଲୋରେନ୍ସ ନାଇଟ ଆଙ୍ଗେଲ ଜଣେ ନର୍ସ ଏବଂ ଜଣେ ନେତା ଥିଲେ, ଯିଏକି ସ୍ୱାସ୍ଥ୍ୟ ସମ୍ବନ୍ଧିତ ମୁଦ୍ଦା ଉପରେ ୧୫୦ରୁ ଅଧିକ ପୁସ୍ତକ ଏବଂ ରିପୋର୍ଟ ଲେଖିଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ ସେବିକାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.