ETV Bharat / bharat

68th National Film Awards: ସୁରିୟା ଓ ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା, ସମ୍ମାନିତ କଲେ ରାଷ୍ଟ୍ରପତି ମୁର୍ମୁ

author img

By

Published : Sep 30, 2022, 8:20 PM IST

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାମିଲ ଅଭନେତା ସୁରିୟା ଓ ବଲିଉଡ ଅଭିନେତା ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା । ଅଧିକ ପଢ଼ନ୍ତୁ

president Draupadi Murmu presented 68th National Film Awards
68th National Film Awards: ସୁରିୟା ଓ ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୬୮ତମ ଜାତୀୟ ଚଳଚ୍ଚିତ୍ର (68th National Film Awards) ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି ବିଶାଳ ଭରଦ୍ବାଜ । ପ୍ରାମାଣିକ ଚଳଚ୍ଚିତ୍ର ୧୨୩୨KMsର 'ମରେଙ୍ଗେ ତୋ ୱହିଁ ଯାକର' ଗୀତ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମଧ୍ୟ ପ୍ରଦେଶକୁ ଫିଲ୍ମ ଅନୁକୂଳ ରାଜ୍ୟ ଭାବରେ ବିବେଚନା କରାଯାଇଛି । ଏଥିପାଇଁ ମଧ୍ୟପ୍ରଦେଶର ମନ୍ତ୍ରୀ ଉଷା ଠାକୁରଙ୍କୁ ପୁରସ୍କାର ଗ୍ରହଣ କରିଛନ୍ତି । ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ କରାଯାଇଛି ।

ନୁଆଦିଲ୍ଲୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି । କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗିରିଶ କାସରୱାଲ୍ଲି ୧୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଶ୍ରେଷ୍ଠ ପରିବାର ବୋଧତା ଚଳଚ୍ଚିତ୍ର ଭାବରେ ମରାଠି ଫିଲ୍ମ କୁମକୁମାରଚନଙ୍କୁ ପୁରସ୍କୃତ କରାଯାଇଛି । 'ଓଃ ଦାଟ୍‌ସ୍‌ ଭାନୁ' ନିର୍ଦ୍ଦେଶକ ଆର୍‌ଭି ରମଣୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ପୁରସ୍କୃତ କରାଯାଇଛି । ମାଲାୟଲମ୍‌ ଚଲଚ୍ଚିତ୍ର ଶକ୍ତିକୁନ୍ନା କଲାପ୍ପାକୁ ନନ୍‌ ଫିଚର୍‌ ଫିଲ୍ମ କାଟାଗୋରୀରେ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ପୁରସ୍କୃତ କରାଯାଇଛି । ନିଖିଲ ଏସ୍‌ ପ୍ରବୀଣ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଶ୍ରେଷ୍ଠ ଅଭିନେତା ଭାବରେ ତାମିଲ ଅଭିନେତା ସୁରିୟାଙ୍କୁ ସମ୍ମାନିତ କରାଯାଇଛି । ସୁରାରାଇ ପଟ୍ରୁ ଚଳଚ୍ଚିତ୍ରର ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ ସୁରିୟା । ବଲିଉଡ ଚଳଚ୍ଚିତ୍ର ତାହ୍ନାଜି ପାଇଁ ଅଜୟ ଦେବଗନଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଉଭୟ ଯୁଗ୍ମ ଭାବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସେହିଭଳି ଫିଚର ଫିଲ୍ମ କାଟାଗୋରୀରେ ସୁରାରାଇ ପଟ୍ରୁ ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ପୁରସ୍କୃତ କରାଯାଇଛି ।

ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ ଭାବରେ ସେ ରାହୁଲ ଦେଶପାଣ୍ଡେଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଛି । ମରାଠୀ ଫିଲ୍ମ ଏମ୍‌ଆଇ ବସନ୍ତରାଓ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ଏହି କ୍ରମରେ ମହିଳା କଣ୍ଠଶିଳ୍ପୀ ଭାବରେ ନାଞ୍ଚମ୍ମାଙ୍କୁ ସମ୍ମାନିତ କରାଯାଇଛି । ସେ ମାଲାୟମଲମ ଚଳଚ୍ଚିତ୍ର ଏକେ ଆୟାପନୁମ୍‌ କୋଶିୟୁ୍‌ମ୍‌ରେ କଣ୍ଠ ଦାନ କରି ଶ୍ରୋତାଙ୍କ ମନ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.