ETV Bharat / bharat

ନୌସେନାର ନୂଆ ଧ୍ବଜାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ - ନୌସେନାର ନୂଆ ଧ୍ବଜା ଡିଜାଇନକୁ ମଞ୍ଜୁରୀ

ନୌସେନାର ନୂଆ ଧ୍ବଜା ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଲେ ନୌସେନାର ଅଧିକାରୀ । ଅଧିକ ପଢନ୍ତୁ

ନୌସେନାର ନୂଆ ଧ୍ବଜାକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author img

By

Published : Dec 6, 2022, 9:26 AM IST

ନୂଆଦିଲ୍ଲୀ: ପରିବର୍ତ୍ତନ ହୋଇଛି ଭାରତୀୟ ନୌସେନାର ଧ୍ବଜା । ନୌସେନାର ନୂଆ ଧ୍ବଜା ଡିଜାଇନକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu approves new design of Navys flag )। ଏନେଇ ନୌସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଡିସେମ୍ବର ୪ ତାରିଖରେ ବିଶାଖାପାଟନମରେ ନୌସେନା ଦିବସରେ ଏହାକୁ ଉନ୍ମୋଚିତ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ଔପନିବେଶକ ଅତୀତକୁ ପଛରେ ଛାଡିବା ପାଇଁ ଜାରି ରହିଥିବା ଜାତୀୟ ଉଦ୍ୟମ ଅନୁଯାୟୀ ଇତିହାସରୁ ପ୍ରେରଣା ନେଇ ଏକ ନୂତନ ଡିଜାଇନ୍ ସୃଷ୍ଟି କରାଯାଇଥିଲା ।

ଗତ ଡିସେମ୍ବର ୨ ତାରିଖରେ କେରଳର କୋଚିରେ ନୌସେନାକୁ ପ୍ରଥମ ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତ ସମର୍ପଣ ସମାରୋହରେ ମିଳିଥିଲା ନୂଆ ଧ୍ବଜା । ବର୍ଷ ବର୍ଷର ଗୁଲାମୀର ଚିହ୍ନ ହଟିଲା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ନୌସେନାର ଧ୍ବଜାରେ, ଲାଲ୍ କ୍ରସ ସ୍ଥାନ ପାଇଥିଲା । ହ୍ରାଇଟ୍ ବ୍ୟାକଗ୍ରାଉଣ୍ଡରେ ଲାଲ୍ କ୍ରସ ରହିଥିଲା ଏବଂ ଲେଫ୍ଟ କର୍ନରରେ ତ୍ରିରଙ୍ଗା ସ୍ଥାନ ପାଇଥିଲା । ସ୍ବାଧୀନତା ପରେ ଭାରତୀୟ ନୌସେନାର ଧ୍ବଜାରେ ବ୍ରିଟିସ୍ ଅମଳର ଧ୍ବଜା ଏବଂ ବ୍ୟାଜ ବ୍ୟବହୃତ ହେଉଥିଲା (British colonial flags and badges) ।

ଏହା ମଧ୍ୟ ପଢନ୍ତୁ-Gujarat Assembly Election: ପରିବେଶ ଅନୁକୂଳ ବୁଥ, ପ୍ରକୃତି କୋଳରେ ନେତା ଚୟନ କଲେ ଭୋଟର

ନୌସେନାର ନୂଆ ଧ୍ବଜାର ବାମ ପଟ ଶୀର୍ଷରେ ତ୍ରିରଙ୍ଗା ଶୋଭା ପାଉଥିବାବେଳେ ଅନ୍ୟ ଏକ ପାର୍ଶ୍ବରେ ଅଶୋକ ଚିହ୍ନ ସ୍ଥାନ ପାଇଛି । ନୌସେନା କହିବା ମୁତାବକ, ଏହି ନୀଳ ରଙ୍ଗର ଅଶୋକ ଚିହ୍ନ ଡିଜାଇନ୍ ୮ଟି ଦିଗ ଦର୍ଶାଉଛି । ଏହା ନୌସେନାର ଶକ୍ତି ଏବଂ କ୍ଷମତାକୁ ବହନ କରୁଛି । ଅନ୍ୟପଟେ ଏହି ଅଶୋକ ଚିହ୍ନ ଡିଜାଇନର ବର୍ଡରରେ ଦୁଇଟି ଗୋଲ୍ଡେନ ରଙ୍ଗର ଲାଇନ ରହିଛି । ଯାହା ଛତ୍ରପତି ଶିବାଜୀ ମହାରାଜଙ୍କ ଉଦ୍ଦେଶ୍ୟରେ ଅଙ୍କା ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.