ETV Bharat / bharat

ଆଜି ପହିଲି ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

author img

By

Published : Jun 14, 2023, 9:39 AM IST

Updated : Jun 14, 2023, 10:24 AM IST

ଆଜି ଓଡିଆଙ୍କ ଗଣପର୍ବ ରଜ । ରଜ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Raja 2023
ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଓଡିଶାର ଗଣ ତଥା କୃଷିଭିତ୍ତିକ ପର୍ବ ରଜ । ଏନେଇ ସବୁଠି ଉତ୍ସବ ଆନନ୍ଦ ଓ ଉଲ୍ଲାସ । ପହିଲି ରଜରେ ପୁଲକିତ ହୋଇଛି ଧରା । ପିଠା ମଠାରେ ମହକୁଛି ଗାଁ । ସଜବାଜ ହୋଇ ପିଠା ଖାଇ ଦୋଳି ଖେଳି ରଜ ପର୍ବ ପାଳିଛନ୍ତି ଓଡିଶାବାସୀ । ଏହି ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଅଛି ।

    — President of India (@rashtrapatibhvn) June 14, 2023 " class="align-text-top noRightClick twitterSection" data=" ">

ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି, ''କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡିଶାର ପୁରପଲ୍ଲୀରେ ତିନିଦିନ ବ୍ୟାପୀ ରଜ ପର୍ବ ପାଳିତ ହେଉଛି । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତ୍ତର ସ୍ବାସ୍ଥ୍ୟ କାମନା କରୁଛି ।''

  • ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି। #ରଜ pic.twitter.com/sNNcrfn4D4

    — Naveen Patnaik (@Naveen_Odisha) June 14, 2023 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜ ଶୁଭେଚ୍ଛା ଜଣାଇ ଟ୍ବିଟ କରି କହିଛନ୍ତି, ''ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ । ବସୁଧା ପ୍ରକୃତି ଓ ନାରୀମାନଙ୍କୁ ସମ୍ମାନ ଜଣାଇବାରେ ଏହା ଆମର ଅନନ୍ୟ ପରମ୍ପରା । ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି ।''

  • ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। #rajaparba #ରଜପର୍ବ pic.twitter.com/oSYRE2Vq6E

    — Governor Odisha (@GovernorOdisha) June 14, 2023 " class="align-text-top noRightClick twitterSection" data=" ">

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଣ ପର୍ବ ରଜର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି କହିଛନ୍ତି, ''ଓଡିଶାର ଅନନ୍ୟ ସାଂସ୍କୃତିକ ରଜ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା । ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରୁଛି ।''

ଏହା ବି ପଢନ୍ତୁ...Raja 2023: ବନସ୍ତେ ଡାକିଲା ଗଜ, ଆଜି ପହିଲି ରଜ

ଏହା ବି ପଢନ୍ତୁ...ଆଜି ପହିଲି ରଜ, ଦୋଳି ଖେଳି ପିଠା ଖାଇ ରଜ ପାଳୁଛନ୍ତି ରାଜଧାନୀବାସୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଜ ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି,'' ଓଡିଶାର ଅନନ୍ୟ ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢିଙ୍କ ସହ ଜଡିତ ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବା ଅନନ୍ୟ ପରମ୍ପରାର ପର୍ବ ହେଉଛି ରଜ । ମହାପ୍ରଭୁଙ୍କ ଆଶୀର୍ବାଦକୁ ସମସ୍ତଙ୍କ ଜୀବନରେ ଏହି ପର୍ବ ଆନନ୍ଦ ଓ ଉଲ୍ଲାସ ଆଣିଦେଉ ଏହା ହିଁ କାମନା ।''

ରଜ ପୃଥିବୀମାତାର ଉପାସନା ତଥା ନାରୀତ୍ବର ମହନୀୟତାର ଏକ ବଡ ପର୍ବ । ସମାଜରେ ପ୍ରତି ନାରୀର ଅବଦାନକୁ ସମ୍ମାନ ଜଣାଇବାକୁ ଏହି ପର୍ବ ପାଳନ ହୋଇଥାଏ । ରଜରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇଛି ।

Last Updated : Jun 14, 2023, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.