ETV Bharat / bharat

President Rajasthan Tour: ୨ଦିନିଆ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ମୁର୍ମୁ, କହିଲେ ଅଶାନ୍ତିର ଦୁନିଆରେ ଭାରତକୁ ଦେଖୁଛି ବିଶ୍ୱ

author img

By

Published : Jan 3, 2023, 10:25 PM IST

Updated : Jan 3, 2023, 10:59 PM IST

୨ଦିନିଆ ରାଜସ୍ଥାନରେ ଗସ୍ତରେ ରହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ଜୟପୁର ସ୍ଥିତ ରାଜଭବନଠାରେ ସମ୍ବିଧାନ ପାର୍କର ଉଦଘାଟନ କରିଛନ୍ତି ମୁର୍ମୁ (Constitution Park) । ଅଧିକ ପଢନ୍ତୁ

Etv Bharat
Etv Bharat

ଜୟପୁର: ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu Rajasthan Tour) । ମଙ୍ଗଳବାର ସେ ରାଜଭବନଠାରେ ନବନିର୍ମିତ ସମ୍ବିଧାନ ପାର୍କର (Murmu inaugurated Constitution Park) ଉଦଘାଟନ କରିଛନ୍ତି । ଉଦଘାଟନ ପରେ ସେ ଏହି ପାର୍କ ପରିଭ୍ରମଣ କରିବା ସହିତ ସେଠାରେ ଥିବା ମୟୂର ସ୍ତମ୍ଭ, ଧ୍ବଜାରୋହଣ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ମହାରାଣୀ ପ୍ରତାପଙ୍କ ଘୋଡ଼ା ଚେତକ ସହିତ ଥିବା ବିଶ୍ରାମ ମୂଦ୍ରା ମଧ୍ୟ ବୁଲି ଦେଖିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅଶାନ୍ତିର ଦୁନିଆରେ ଭାରତକୁ ଦେଖୁଛି ବିଶ୍ୱ । ବ୍ରହ୍ମକୁମାରୀ ଶାନ୍ତିବନର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସେ ନିଜ ପୁରୁଣା ସ୍ମୃତିକୁ ସ୍ମରଣ କରିଛନ୍ତି । ଯେତେବେଳେ ରାଷ୍ଟ୍ରପତିଙ୍କ ସ୍ବାମୀ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା ସେତେବେଳେ ଏଠାକୁ ଆସିଥିଲେ ରାଷ୍ଟ୍ରପତି ।

ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି:- ରାଷ୍ଟ୍ରପତି ଏହି ଗସ୍ତରେ ପ୍ରଥମେ ରାଜଭବନରେ ପହଞ୍ଚିଥିଲେ । ଏହାପୂର୍ବରୁ ଜୟପୁର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜ୍ୟପାଳ କଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ସ୍ବାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ମୁର୍ମୁ ସହରରେ ଥିବା ବୀର ଯବାନଙ୍କ ଜ୍ୟୋତି ଓ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଉକ୍ତ ସ୍ଥାନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭା ବାଚସ୍ପତି ସି.ପି ଜୋଶୀ ଉପସ୍ଥିତ ଥିଲେ । ପାର୍କର ସ୍ଥପତି ଅନୁପ ଭରତିୟା ତାଙ୍କୁ ପାର୍କ ସମ୍ପର୍କରେ ସୂଚନା ଦେଇଥିଲେ । ସାମ୍ବିଧାନିକ ଜାଗରଣ ସୃଷ୍ଟି କରିବା ଲାଗି ଏହି ପାର୍କର ନିର୍ମିତ ହୋଇଛି । ଏପରି ପାର୍କ ନିର୍ମାଣ କରିବାରେ ରାଜସ୍ଥାନ ପ୍ରଥମ ରାଜ୍ୟ ହୋଇପାରିଛି ।

ଏହା ବି ପଢନ୍ତୁ- President Visit: ଆଜିଠୁ ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଯିବେ ରାଷ୍ଟ୍ରପତି

ଜନତାଙ୍କ ପାଇଁ ଖୋଲିଲା ରାଜଭବନର ଦ୍ବାର:- ରାଜସ୍ଥାନରେ ନୂଆବର୍ଷ ପୂର୍ବରୁ ରାଜଭବନର ଦ୍ବାର ସାଧାରଣ ଲୋକଙ୍କ ପାଇଁ ଖୋଲିଛି । ଏହି ପାର୍କଟି ଉଦଘାଟନ ହୋଇଥିବା ବେଳେ ଜୟପୁର ସମେତ ବାହାରୁ ଆସୁଥିବା ପର୍ଯ୍ୟଟକ ଏହି 'ସମ୍ବିଧାନ ପାର୍କ' ବୁଲି ଦେଖିପାରିବେ । ଏହି ପାର୍କରେ ସମ୍ବିଧାନ ନିର୍ମାଣଠୁ ଆରମ୍ଭ କରି ଏହାର କାର୍ଯ୍ୟକଳାପ ସମ୍ପର୍କରେ ବିଭିନ୍ନ ମୂର୍ତ୍ତି ଓ ମଡେଲ ମାଧ୍ୟମରେ ସୂଚନା ଦିଆଯାଇଛି ।

ଥରକେ ୫୦ ଲୋକଙ୍କ ପ୍ରବେଶ:- ଏହି ସମ୍ବିଧାନ ପାର୍କରେ ଗୋଟିଏ ଥରକେ ପ୍ରାୟ ୫୦ରୁ ଅଧିକ ପର୍ଯ୍ୟଟକ ପ୍ରବେଶ କରିପାରିବେ । ଏଥିଲାଗି ରାଜଭବନ ଗେଟ୍‌ ନିକଟରେ ଏକ ପାସ୍‌ ଆଣିବାକୁ ପଡ଼ିବ । ଏଠାରେ ଆଧାର କାର୍ଡ ସମେତ ଅନ୍ୟ ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବ । ସପ୍ତାହରେ ୨ଦିନ ପ୍ରବେଶ କରିବା ଲାଗି ଅନୁମତି ମିଳିବ । ଏଥିଲାଗି ଅନଲାଇନରେ ମଧ୍ୟ ରେଜିଷ୍ଟ୍ରେସନ କରାଯାଇ ହେବ । ଏହା ପାର୍କ ତିଆରି ଲାଗି ୮.୧୬ କୋଟି ଟଙ୍କା ବଜେଟ ସ୍ଥିର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ୯.୫ କୋଟି କରାଯାଇଥିଲା ।

ବ୍ରହ୍ମକୁମାରୀ ସଂସ୍ଥାନରେ ହେଲେ ସାମିଲ, ପୁରୁଣା ସ୍ମୃତିକୁ କଲେ ସ୍ମରଣ:- ଆଜି ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ବ୍ରହ୍ମକୁମାରୀ ସଂସ୍ଥାନର ଡାଏମଣ୍ଡ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ ଭାରତ ବିଶ୍ବରେ ଶାନ୍ତି ଅଗ୍ରଦୂତର ଭୂମିକା ଗ୍ରହଣ କରିଛି । ଏଥିଲାଗି ଅଶାନ୍ତି ବେଳେ ସଭିଏଁ ଭାରତ ଆଡ଼କୁ ଦେଖୁଛନ୍ତି । ବ୍ରହ୍ମକୁମାରୀ ଶାନ୍ତିବନ ସହିତ ରାଷ୍ଟ୍ରପତିଙ୍କ ପୁରୁଣା ସମ୍ବନ୍ଧ ରହିଛି । ଏହାକୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି । ଯେତେବେଳେ ତାଙ୍କ ସ୍ବାମୀ ଓ ପୁଅଙ୍କର ମୃତ୍ୟୁ ଘଟିଥିଲା, ସେହି ଅନ୍ଧକାର ଭରା ସମୟରେ ଏଠାକୁ ଆସିଥିଲେ ରାଷ୍ଟ୍ରପତି । ଏ ନେଇ ରାଷ୍ଟ୍ରପତି କହିଛନ୍ତି, " ଯେତେବେଳେ ମୋ ଜୀବନରେ ଅନ୍ଧକାର ଭରି ଯାଇଥିଲା, ସେତେବେଳେ ସଂସ୍ଥାନ ପକ୍ଷରୁ ହେଉଥିବା ରାଜଯୋଗ ସେହି ଅନ୍ଧକାର ଭରା ଜୀବନରୁ ମୋତେ ବାହରକୁ ଆଣିଥିଲା ।"

ସଂସ୍ଥାନ ଶାନ୍ତି, ଅହିଂସା ଓ ପ୍ରେମ ଉପରେ ଆଧାରିତ ସାମାଜିକ କାର୍ଯ୍ୟ କରୁଥିବା ସେ କହିଥିଲେ । ଆଜି ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ବ୍ରହ୍ମକୁମାରୀ ସଂସ୍ଥାନର ଡାଏମଣ୍ଡ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ ଭାରତ ବିଶ୍ବରେ ଶାନ୍ତି ଅଗ୍ରଦୂତର ଭୂମିକା ଗ୍ରହଣ କରିଛି । ଏଥିଲାଗି ଅଶାନ୍ତି ବେଳେ ସଭିଏଁ ଭାରତ ଆଡ଼କୁ ଦେଖୁଛନ୍ତି । ବ୍ରହ୍ମକୁମାରୀ ଶାନ୍ତିବନ ସହିତ ରାଷ୍ଟ୍ରପତିଙ୍କ ପୁରୁଣା ସମ୍ବନ୍ଧ ରହିଛି । ଏହାକୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି । ଯେତେବେଳେ ତାଙ୍କ ସ୍ବାମୀ ଓ ପୁଅଙ୍କର ମୃତ୍ୟୁ ଘଟିଥିଲା, ସେହି ଅନ୍ଧକାର ଭରା ସମୟରେ ଏଠାକୁ ଆସିଥିଲେ ରାଷ୍ଟ୍ରପତି । ଏ ନେଇ ରାଷ୍ଟ୍ରପତି କହିଛନ୍ତି, " ଯେତେବେଳେ ମୋ ଜୀବନରେ ଅନ୍ଧକାର ଭରି ଯାଇଥିଲା, ସେତେବେଳେ ସଂସ୍ଥାନ ପକ୍ଷରୁ ହେଉଥିବା ରାଜଯୋଗ ସେହି ଅନ୍ଧକାର ଭରା ଜୀବନରୁ ମୋତେ ବାହରକୁ ଆଣିଥିଲା ।" ସଂସ୍ଥାନ ଶାନ୍ତି, ଅହିଂସା ଓ ପ୍ରେମ ଉପରେ ଆଧାରିତ ସାମାଜିକ କାର୍ଯ୍ୟ କରୁଥିବା ସେ କହିଥିଲେ ।

Last Updated : Jan 3, 2023, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.