ETV Bharat / bharat

ଅଗରତାଲା ରେଳ ଷ୍ଟେସନରୁ ଦୁଇଟି ଟ୍ରେନ୍‌ର ସମ୍ପ୍ରସାରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author img

By

Published : Oct 13, 2022, 9:33 PM IST

ଅଗରତାଲା ରେଳ ଷ୍ଟେସନରୁ ଗୁରୁବାର ଦୁଇଟି ଟ୍ରେନ୍‌ ଚଳାଚଳର ସମ୍ପ୍ରସାରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାନିକ ଶାହା ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ପତାକା ଦେଖାଇ ଦୁଇଟି ଟ୍ରେନ୍‌ର ସମ୍ପ୍ରସାରଣ କରିଛନ୍ତି । ଅଧିକ ପଢ଼ନ୍ତୁ

President droupadi Murmu flags off two trains in Tripura
ଅଗରତାଲା ରେଳ ଷ୍ଟେସନରୁ ଦୁଇଟି ଟ୍ରେନ୍‌ର ସମ୍ପ୍ରସାରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲା ରେଳ ଷ୍ଟେସନରୁ ଗୁରୁବାର ଦୁଇଟି ଟ୍ରେନ୍‌ ଚଳାଚଳର ସମ୍ପ୍ରସାରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାନିକ ଶାହା ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ପତାକା ଦେଖାଇ ଦୁଇଟି ଟ୍ରେନ୍‌ର ସମ୍ପ୍ରସାରଣ କରିଛନ୍ତି । ଅଗରତାଲା-ଗୌହ୍ବାଟି ସ୍ପେଶାଲ ଏକ୍ସପ୍ରେସ୍‌ କୋଲକାତା ସହ ସଂଯୋଗ ହୋଇଛି । ସେହିଭଳି ଜନ ଶତାବ୍ଦୀ ଏକ୍ସପ୍ରେସ ଏଣିକି ଅଗରତାଲାରୁ ମଣିପୁରର ଖୋଙ୍ଗସାଙ୍ଗ୍‌କୁ ଗଡ଼ିବ ।

  • President Droupadi Murmu flagged off Agartala-Khongsang Janshatabdi Express and Agartala-Kolkata Express from Agartala Railway station.

    The trains connecting Tripura to Assam, West Bengal and Manipur will boost connectivity and tourism in the North East region. pic.twitter.com/UgXvISF1JK

    — President of India (@rashtrapatibhvn) October 13, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି,"ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗରତାଲା-ଖୋଙ୍ଗସାଙ୍ଗ୍‌ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ ଓ ଅଗରତାଲା କୋଲକାତା ଏକ୍ସପ୍ରେସ୍‌ର ସମ୍ପ୍ରସାରଣ କରିଛନ୍ତି । ଏହି ଟ୍ରେନ୍‌ ତ୍ରିପୁରାରୁ ଆସାମ ଓ ପଶ୍ଚିମବଙ୍ଗରୁ ମଣିପୁରକୁ ଯୋଡ଼ିବ । ଏହାଦ୍ବାରା ଉତ୍ତରପୂର୍ବ ଅଞ୍ଚଳରେ ପର୍ଯ୍ୟଟନ ବୃଦ୍ଧି ପାଇବ ।"

୧୪ଟି କୋଚ୍‌କୁ ନେଇ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି । ପ୍ରତ୍ୟେକ ସପ୍ତାହର ବୁଧବାର ସକାଳୁ ଅଗରତାଲା ଷ୍ଟେସନରୁ ଅଗରତାଲା-କୋଲକାତା ଏକ୍ସେପ୍ରେସ୍‌ ବାହାରିବ । ତା'ପର ଦିନ ଏହି ଟ୍ରେନ୍‌ କୋଲକାତାରେ ପହଞ୍ଚିବ । ଅନୁରୂପ ଭାବରେ ଏହି ଟ୍ରେନ୍‌ କୋଲକାତାରୁ ପ୍ରତି ରବିବାର ଦିନ ବାହାରିବ । ତେବେ ଏହା ଅଲଗା ରୁଟ୍‌ରେ ଆସି ମଙ୍ଗଳବାର ଅପରାହ୍ଣରେ ଅଗରତାଲାରେ ପହଞ୍ଚିବ ।

ଜନଶତାବ୍ଦୀ ଏକ୍ସେପ୍ରେସ୍‌ ସହ ହଫମ୍ୟାନ ବସ୍‌ କୋଚ୍‌ ଯୋଡ଼ା ଯାଇଛି । ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ତମାମ ସୁବିଧା ଯୋଗାଇ ଦିଆଯାଇଛି । ୩୦୦ କିମି ଯାତ୍ରାକୁ ଏହି ଟ୍ରେନ୍‌ ୭ ଘଣ୍ଟାରେ ପୂର୍ଣ୍ଣ କରିବ । ସଡ଼କପଥରେ ଏହି ଯାତ୍ରା ୧୫ ଘଣ୍ଟା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.