ଶିମଲା: ଆସନ୍ତା 31ରେ ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଅବସରରେ ସେ ଶିମଲାରେ ଏକ ମେଗାରାଲିକୁ ସମ୍ବୋଧିତ କରିବେ । ହିମାଚଳ ପ୍ରଦେଶ ବିଜେପି ମୁଖ୍ୟ ସୁରେଶ କଶ୍ୟପ(Himachal Pradesh BJP chief Suresh Kashyap)ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି ।
BJP ନେତୃତ୍ୱାଧୀନ NDA ସରକାର କେନ୍ଦ୍ରରେ ୩୦ ତାରିଖରେ ୮ ବର୍ଷ ପୂରଣ କରୁଛି । ଏ ପୂର୍ତ୍ତି ଅବସରରେ ରାଜ୍ୟରେ ମେଗା ରାଲିର ଆୟୋଜନ କରାଯାଉଛି । ଦେଶର ସାମଗ୍ରୀକ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପାଇଁ ଦଳ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ ରହିଛି । ‘ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଐତିହାସିକ । ବିଜେପି ଦେଶବାସୀଙ୍କୁ ଏକ ଶକ୍ତିଶାଳୀ, ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ସରକାର ଦେଇଛି’ ବୋଲି ହିମାଚଳ ପ୍ରଦେଶ ବିଜେପି ମୁଖ୍ୟ ସୁରେଶ କଶ୍ୟପ କହିଛନ୍ତି ।
ହିମାଚଳର ରିଜ୍ ମଇଦାନରେ (Ridge Maidan) ମେଗା ରାଲି ଆୟୋଜିତ ହେବ । ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଦେଶର ୧୭ ଲକ୍ଷ ହିତାଧିକାରୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଶିମଲା ସଂସଦୀୟ ନିର୍ବାଚନ ମଣ୍ଡଳୀର 50,000 ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିବେ।
ଶିମଲାର ସିଟିଓ(Shimla’s CTO and will end at Ridge Maidan)ରୁ ଏକ ରୋଡ ଶୋ ଆରମ୍ଭ ହୋଇ ରିଜ୍ ମଇଦାନରେ ଶେଷ ହେବ । ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତା ଏବଂ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ । ହିମାଚଳ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଶିମଲାରେ ମୋଦିଙ୍କ ଏକ ସାଧାରଣ ସଭା ଦଳୀୟ କର୍ମୀଙ୍କ ମନୋବଳକୁ ଆହୁରି ସୁଦୃଢ କରିବ ।