ETV Bharat / bharat

ଅନ୍ଧବିଶ୍ବାସର ଅନ୍ଧଗଳିରେ ସମାଜ: ଝିଅର ମୃତଦେହକୁ 3 ଦିନ ଧରି ଝଡାଫୁଙ୍କା କରୁଥିଲେ ପରିବାର

ଉତ୍ତରପ୍ରଦେଶ ରାଜ୍ୟ ଜନପଦର କରଛନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଝିଅର ମୃତ୍ୟୁ ପରେ ପରିବାର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମୃତଦେହକୁ ତିନି ଦିନ ଧରି ଏକ ବନ୍ଦ କଠୋରୀରେ ରଖି ପୁନଃଜୀବିତ କରିବାକୁ ଉଦ୍ୟମ କରିଥିଲେ । ଅଧିକ ପଢ଼ନ୍ତୁ

PRAYAGRAJ FAMILY REMAINED LOCKED IN HOUSE WITH DEAD BODY OF DAUGHTER
ଅନ୍ଧବିଶ୍ବାସର ଅନ୍ଧଗଳିରେ ସମାଜ, ଝିଅ ମୃତଦେହକୁ 3 ଦିନ ଧରି ଝଡାଫୁଙ୍କା କରୁଥିଲେ ପରିବାର
author img

By

Published : Jun 29, 2022, 2:13 PM IST

ଲକ୍ଷ୍ନୌ: ଆଜି ବି ଏ ସମାଜ ଅନ୍ଧ ବିଶ୍ବାସର ଅନ୍ଧକାରରେ ରହିଛି । ଉତ୍ତରପ୍ରଦେଶ ରାଜ୍ୟ ଜନପଦର କରଛନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଝିଅର ମୃତ୍ୟୁ ପରେ ପରିବାର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମୃତଦେହକୁ ତିନି ଦିନ ଧରି ଏକ ବନ୍ଦ କଠୋରୀରେ ରଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଅଭୟରାଜ ଯାଦବ ନାମକ ଜଣେ ବ୍ୟକ୍ତି କରଛନା ଥାନା ଅନ୍ତର୍ଗତ ଦିହା ଗ୍ରାମରେ ନିଜ ପରିବାର ସହ ରହୁଥିଲେ । ତିନି ଦିନ ପୂର୍ବେ ଅଭୟରାଜଙ୍କ 18 ବର୍ଷୀୟ ଝିଅଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଲୋକେ ମୃତ ଝିଅର ଶେଷକୃତ୍ୟ କରିନଥିଲେ । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ତନ୍ତ୍ରମନ୍ତ୍ର ସାଧନାରେ ଝିଅକୁ ପୁନଃଜୀବିତ କରିବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କ

ସୂଚନା କ୍ରମେ ପୋଲିସ ପହଞ୍ଚି ଯେଉଁ ଦୃଶ୍ୟ ଦେଖିଲା, ତାହା ଆଶ୍ଚର୍ଯ୍ୟକର ଥିଲା । ପରିବାର ଲୋକେ ମୃତ ଝିଅକୁ ଚଟାଣରେ ସୁଆଇ ଝଡ଼ା ଫୁଙ୍କା କରୁଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ପରିବାର ଲୋକେ ବିରୋଧ କରିଥିଲେ। ଏହାପରେ ଘଟଣାସ୍ଥଳରୁ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଲିସର ସୂଚନା ଅନୁଯାୟୀ, ଉକ୍ତ ପରିବାର ଲୋକଙ୍କ ମାନସିକ ଅବସ୍ଥା ଭଲନାହିଁ । ଅନ୍ୟପଟେ ଏହି ଧଟଣାର ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.