ETV Bharat / bharat

Gao CM: ସସପେନ୍ସ ହଟିଲା, ପ୍ରମୋଦ ସାଓ୍ବନ୍ତ ହେବେ ମୁଖ୍ୟମନ୍ତ୍ରୀ

author img

By

Published : Mar 21, 2022, 7:26 PM IST

ପ୍ରମୋଦ ସାଓ୍ବନ୍ତ ଗୋଆ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ । ମୁଖ୍ୟମନ୍ତ୍ରୀ ଦାୟିତ୍ବ ପାଇଁ ପ୍ରଧାନମନ୍ତ୍ରୀ ଓ ଗୋଆବାସୀଙ୍କୁ ଦେଲେ ଧନ୍ୟବାଦ । ନିଷ୍ପତ୍ତି ନେଇ ଆନୁଷ୍ଠାନିକ ଘୋଷଣା କଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଅଧିକ ପଢନ୍ତୁ

ଗୋଆର ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାଓ୍ବନ୍ତ
ଗୋଆର ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାଓ୍ବନ୍ତ

ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାଓ୍ବନ୍ତ । ଆଜି ବସିଥିବା ବିଧାୟକ ଦଳ ବୈଠକରେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ନିଷ୍ପତ୍ତି ସମ୍ପର୍କରେ ଗୋଆ ଗସ୍ତରେ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ।

  • Vishwajit Rane proposed the name of Pramod Sawant as the Leader of the Legislative Party. Everyone unanimously elected Sawant as the Leader. He will be the Leader of the Legislative Party for the next 5 years: Narendra Singh Tomar, Union Minister & BJP's central observer for Goa pic.twitter.com/uFY1PkXboQ

    — ANI (@ANI) March 21, 2022 " class="align-text-top noRightClick twitterSection" data=" ">

ତୋମାର କହିଛନ୍ତି, ବିଧାୟକ ଦଳ ବୈଠକରେ ବିଶ୍ବଜିତ ରାଣେ ପ୍ରମୋଦଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଯାହାକୁ ଅନ୍ୟମାନେ ସମର୍ଥନ କରିବା ସହ ସର୍ବସମ୍ମତି କ୍ରମେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ସେ ଆସନ୍ତା ୫ ବର୍ଷ ଯାଏ ବିଜେପି ବିଧାୟକ ଦଳ ନେତା ଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ ।

ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରମୋଦ । ପ୍ରମୋଦ କହିଛନ୍ତି, ରାଜ୍ୟବାସୀ ତାଙ୍କୁ ଆଉ ଥରେ ସୁଯୋଗ ଦେଇଥିବାରୁ ସେ କୃତଜ୍ଞ ଓ ସେ ଗୋଆର ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.