ETV Bharat / bharat

Prachanda to meet PM Modi: ବାଣିଜ୍ୟିକ ବିଦ୍ୟୁତ୍‌ ପରିବହନ ଉପରେ ହେବ ଆଲୋଚନା - ଭାରତ ଗସ୍ତରେ ଆସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ ହାଉସରେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ନରେନ୍ଦ୍ର ମୋଦି । ବାଣିଜ୍ୟିକ ବିଦ୍ୟୁତ୍‌ ପରିବହନ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ହୋଇପାରେ ଦ୍ୱିପାକ୍ଷିକ ଆଲୋଚନା । ଅଧିକ ପଢନ୍ତୁ

prachanda to meet pm modi today
prachanda to meet pm modi today
author img

By

Published : Jun 1, 2023, 9:40 AM IST

ନୂଆଦିଲ୍ଲୀ: 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ । ଆଜି ଗସ୍ତର ଦ୍ବିତୀୟ ଦିନ ଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ପୁଷ୍ପ କମଳ ଦହଲ ପ୍ରଚଣ୍ଡ ।

ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଭାରତୀୟ ବୈଦେଶିକ ସଚିବ ବିନୟ ମୋହନ କାୱାଟ୍ରାଙ୍କୁ ମଧ୍ୟ ଭେଟିବେ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ।

ବିଶେଷସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । ଭାରତୀୟ ମାର୍ଗ ଦେଇ ବାଂଲାଦେଶକୁ ବିଦ୍ୟୁତ ପରିବହନ ପ୍ରସଙ୍ଗ ଉପରେ ମୋଦି ଓ ପ୍ରଚଣ୍ଡଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ । ବାଣିଜ୍ୟିକ ବିଦ୍ୟୁତ କ୍ଷେତ୍ରରେ କିଛି ଚୁକ୍ତିନାମା ହେବା ନେଇ ଆଶା କରାଯାଉଛି । ଦୁଇ ଦେଶ ମଧ୍ୟରେ ଯାତାୟତକୁ ବୃଦ୍ଧି କରିବା ପାଇଁ ରେଲୱେ ୟାଡର ଉଦଘାଟନ କରିପାରନ୍ତି ମୋଦି ଓ ପ୍ରଚଣ୍ଡ ।

ନେପାଳରେ ଥିବା ଭାରତର ପୂର୍ବତନ ରାଷ୍ଟ୍ରଦୂତ ମଞ୍ଜୀବ ସିଂ ପୁରୀ କହିଛନ୍ତି, “ଏହି ଗସ୍ତରେ ଭାରତ ଏବଂ ନେପାଳ ମଧ୍ୟରେ ବିଦ୍ୟୁତ୍‌, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ରରେ ଫଳପ୍ରଦ ହୋଇପାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟବସାୟ କ୍ଷେତ୍ରରେ ଭାରତ ନେପାଳକୁ ଏକ ବଡ ବଜାର ଭାବରେ ଦେଖୁଛି । ତେଣୁ ଜଳ ବିଦ୍ୟୁତ କ୍ଷେତ୍ରରେ ଭାରତରେ ନିବେଶ କରିବା ପାଇଁ ନେପାଳ ଚିନ୍ତା କରିବ । ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି । ଭାରତ ଏବଂ ନେପାଳ ମଧ୍ୟରେ ସୀମା ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ। ''

ଚାରି ଦିନିଆ ଗସ୍ତ ମଧ୍ୟରେ ପ୍ରଚଣ୍ଡ ନେପାଳ ଭାରତ ମଧ୍ୟରେ ଆୟୋଜିତ ବ୍ୟବସାୟ ସମ୍ମିଳନୀକୁ ସମ୍ବୋଧୋନ କରିବେ । ଫେଡେରେସନ ଅଫ୍ ନେପାଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FNCCI) ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ମିଳିତ ଭାବେ ଦିଲ୍ଲୀରେ ଏହି ସମ୍ମିଳନୀର ଆୟୋଜନ କରିବେ। କାଠମାଣ୍ଡୁ ଫେରିବା ପୂର୍ବରୁ ଜୁନ୍ ୨ରେ ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଉଜୈନ ଏବଂ ଇନ୍ଦୋର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.