ETV Bharat / bharat

ତେଲେଙ୍ଗାନାରେ ପୋଷ୍ଟର କଟାକ୍ଷ: ବିଜେପି ରେଡ୍ ଓ୍ବାସିଂ ପାଉଡର, ମୋଦି ରାବଣ

ତେଲେଙ୍ଗାନାର ପୋଷ୍ଟରରେ ବିଜେପିକୁ ଦୁର୍ନୀତିର ୱାଶିଂ ପାଉଡର ଏବଂ ମୋଦିଙ୍କୁ ରାବଣ ବୋଲି ଦର୍ଶାଯାଇଛି । କବିତାଙ୍କୁ ଜାରି ରହିଛି ଜେରା । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ପୋଷ୍ଟର କଟାକ୍ଷ: ବିଜେପି ରେଡ ଓ୍ବାସିଂ ପାଉଡର, ମୋଦି ରାବଣ

author img

By

Published : Mar 11, 2023, 4:57 PM IST

ହାଇଦ୍ରାବାଦ: ତେଲେଙ୍ଗାନା ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀରେ ଜେରା ଜାରିରଖିଛି । ଅନ୍ୟପଟେ ବିଭିନ୍ନ ମାମଲାରେ ଅଣ ବିଜେପି ନେତାଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯାନୁଷ୍ଠାନ ଅଭିଯୋଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ହାଇଦ୍ରାବାଦରେ ଦେଖିବାକୁ ମିଳିଛି ବିଜେପି ଓ ମୋଦି ବିରୋଧୀ ପୋଷ୍ଟର । ବିଜେପି ସରକାରର ଦୁର୍ନୀତି ବିରୋଧୀ ଚଢାଉକୁ ରେଡ୍ ଓ୍ବାଂସି ପାଉଡର ବୋଲି ଦର୍ଶାଯାଇଛି । ଏକାଧିକ ନେତାଙ୍କ ଉପରେ ଚଢାଉ ଓ ପରେ ସେମାନେ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହେବା ପରେ ନିର୍ମଳ ହୋଇସାରିଥିବା ପୋଷ୍ଟରରେ ଦର୍ଶାଯାଇଛି । ସେହିପରି ଏବେ କେନ୍ଦ୍ରୀୟ ସଂସ୍ଥାର ଜେରାର ସମ୍ମୁଖୀନ ହେଉଥିବା କେ.କବିତାଙ୍କୁ ମଧ୍ୟ ପୋଷ୍ଟରରେ ରଖାଯାଇଛି । କବିତା ରେଡ ପରେ ମଧ୍ୟ ନାଲି ନୁହନ୍ତି ବରଂ ନିଜ ପ୍ରକୃତ ରଙ୍ଗରେ ଅଛନ୍ତି ବୋଲି ଦର୍ଶାଯାଇଛି ।

ଏହି ପୋଷ୍ଟରରେ ବଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ମହାରାଷ୍ଟ୍ରରେ ବିଜେପି ନେତା ତଥା କ୍ଯାବିନେଟ ମନ୍ତ୍ରୀ ନାରାୟଣ ରାଣେ ପ୍ରମୁଖଙ୍କ ଫଟୋ ସ୍ଥାନ ପାଇଛି । ପୋଷ୍ଟରରେ ରେଡ ପୂର୍ବରୁ ଏହି ନେତାଙ୍କ ପୋଷାକରେ କିଛି ଦାଗ ଲାଗିଛି । ରେଡ ବା ଚଢାଉ ହେବା ପରେ ଏହା ସମ୍ପୂର୍ଣ୍ଣ ନାଲି ହୋଇଯାଉଛି ଓ ଦାଗ ଲିଭି ଯାଉଥିବା ଦର୍ଶାଯାଇଛି । ପୋଷ୍ଟରରେ ଅପର ପାର୍ଶ୍ବରେ କେ.କବିତାଙ୍କ ଫଟୋ ଚଢାଉ ପରେ ମଧ୍ୟ ଅପରିବର୍ତ୍ତିତ ରହିଛି ବୋଲି ଦର୍ଶାଯାଇଛି ।

ସେହିପରି ଅନ୍ୟ ଏକ ବିଶାଳ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଶାନନ ରାବଣ ଭାବେ ଚିତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଓ ଅନ୍ୟ କିଛି ବ୍ୟବସାୟିକ ସଂସ୍ଥାର 10ଟି ମୁଣ୍ଡ ଧାରଣ କରି ରାବଣ ବେଶରେ ଦଣ୍ଡାୟମାନ ହୋଇଛନ୍ତି । ହାତରେ ଭାରତୀୟ ସମ୍ବିଧାନ ଥିବା ବେଳେ ଡାହାଣ ହାତରେ ଦେଶର ମାନଚିତ୍ର ରହିଛି । ମୋଦି ଏପରି କରି ଦେଶର ସମ୍ବିଧାନିକ ମୂଲ୍ୟବୋଧକୁ ନଷ୍ଟ କରୁଥିବା ପୋଷ୍ଟରରେ କଟାକ୍ଷ କରାଯାଇଛି । ମୋଦିଙ୍କ ରାବଣ ଅବତାରର 10 ମୁଣ୍ଡ ମଧ୍ୟରେ ଇଡି, ସିବିଆଇ, ଆୟକର, ନାର୍କୋଟିକ ବ୍ୟୁରୋ, ଏନଆଇଏ, ଗୁଇନ୍ଦା ସଂସ୍ଥା ପରି ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଥିବା ବେଳେ ବିବାଦୀୟ ଆଦାନୀ ସମୂହର ନାମ ମଧ୍ୟ ରହିଛି ।

ଏପରି ଏକାଧିକ ପୋଷ୍ଟର ହାଇଦ୍ରାବାଦର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ଦେଖାଯିବା ପରେ ରାଜନୀତି ଆରମ୍ଭ ହୋଇଛି । ଭାରତୀୟ ଜନତା ପାର୍ଟି ଏହାକୁ ନେଇ ଶାସନରେ ଥିବା କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତିକୁ ସମାଲୋଚନା କରିଛି । ଏପରି ପୋଷ୍ଟର କେସିଆରଙ୍କ ଦଳୀୟ କର୍ମୀ କିମ୍ବା ସମର୍ଥକ ଲଗାଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ପୋଷ୍ଟରରେ ସେପରି କୌଣସି ଦଳର ସୂଚନା କିମ୍ବା ଚିହ୍ନ ଉଲ୍ଲେଖ କରାଯାଇନାହିଁ । ଆଜି କେସିଆରଙ୍କ ଝିଅ ତଥା ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା କେ.କବିତାଙ୍କୁ ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ଜାରି ରଖିଛି । ଯାହାକୁ ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କେସିଆରଙ୍କ ଦଳ ପ୍ରଥମରୁ ଅଭିଯୋଗ କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.