ETV Bharat / bharat

ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବି; ପାଟନାରେ ଲାଗିଲା ପୋଷ୍ଟର

author img

By ETV Bharat Odisha Team

Published : Dec 19, 2023, 12:33 PM IST

INDIA Bloc Meet: ଆଜି ଦିଲ୍ଲୀରେ ଏକଜୁଟ ହେବେ ଇଣ୍ଡିଆ ମେଣ୍ଟ ସଦସ୍ୟ । ଏହାପୂର୍ବରୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଦାବିରେ ପାଟନା ଲାଗିଲା ପୋଷ୍ଟର । ଅଧିକ ପଢ଼ନ୍ତୁ

ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିରେ ପୋଷ୍ଟର

ପାଟନା: ଦିଲ୍ଲୀରେ ଆଜି ବିରୋଧୀ ମହାମେଣ୍ଟ ଇଣ୍ଡିଆର ଚତୁର୍ଥ ବୈଠକ ବସିବାକୁ ଯାଉଛି । ବୈଠକରେ ଆସନ ବୁଝାମଣା ସହ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଉପରେ ମାନସ ମନ୍ଥନ ହେବ । ହେଲେ ଏହା ପୂର୍ବରୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ଉଠିଛି ଦାବି । ବିହାରର ଶାସକ ଦଳ ଜେଡିୟୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଦାବିରେ ଆଜି ପାଟନାରେ ପୋଷ୍ଟର ମାରିଛି । ଏଥିରେ ସଫା ସଫା ଲେଖାଯାଇଛି, 'ଯଦି ବିଜୟ ଚାହୁଁଛ ତାହେଲେ ଏକ ନିଶ୍ଚୟ ଦରକାର, ଏକ ନୀତିଶ ଦରକାର ।' ଏହାର ଅର୍ଥ '୨୦୨୪ରେ ବିଜୟ ଚାହୁଁଥିଲେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର' ବୋଲି ବୁଝାପଡୁଛି ।

ଯଦିଓ ପୋଷ୍ଟରରେ ନୀତିଶଙ୍କୁ ମେଣ୍ଟର ସଂଯୋଜକ କିମ୍ବା ପ୍ରଧାନମନ୍ତ୍ରୀ ଚେହେରା କରିବା ପାଇଁ ସ୍ପଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନି, କିନ୍ତୁ ଏହାର ଉଦ୍ଦେଶ୍ୟ ନୀତିଶଙ୍କ ହାତରେ ମେଣ୍ଟର କମାଣ ଦେବା ବୋଲି ସ୍ପଷ୍ଟ ବାରି ହେଉଛି । କାରଣ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଜେଡିୟୁ ଲଗାତାର ଦାବି କରିଆସୁଛି । ଦିନକ ପୂର୍ବରୁ ଜେଡିୟୁ ବିଧାୟକ ରିଙ୍କୁ ସିଂହ ନୀତିଶଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବି ଦୋହରାଇଥିଲେ । ସେ ଏହା ମଧ୍ୟ କହିଥିଲେ କି, ଇଣ୍ଡିଆ ମେଣ୍ଟରେ ସବୁଠୁ ସଚ୍ଚୋଟ ଏବଂ ଯୋଗ୍ୟ ପ୍ରାର୍ଥୀ ହେଉଛନ୍ତି ନୀତିଶ କୁମାର । ଏହାପୂର୍ବରୁ କେସି ତ୍ୟାଗି, ଲଲନ ସିଂହ, ଅଶୋକ ଚୌଧୁରୀ ଏବଂ ନୀରଜ କୁମାର ସମେତ ଦଳର ଅନେକ ସାଂସଦ ଓ ବିଧାୟକ ମଧ୍ୟ ଜେଡିୟୁ ସୁପ୍ରିମୋଙ୍କୁ ଯୋଗ୍ୟ ପ୍ରାର୍ଥୀ ବୋଲି କହିସାରିଛନ୍ତି । ଯଦିଓ ନୀତିଶ ତାଙ୍କର କୌଣସି ପଦ ଲାଳସା ନଥିବା କହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ବୈଠକ: ଦିଲ୍ଲୀ ଗଲେ ଲାଲୁ-ତେଜସ୍ବୀ

ଆଜି ବସିଥିବାକୁ ଥିବା ଇଣ୍ଡିଆ ମେଣ୍ଟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ, ମନ୍ତ୍ରୀ ସଞ୍ଜୟ ଝା ପ୍ରମୁଖ ସାମିଲ ହେବେ । ଏଥିପାଇଁ ସବୁ ନେତା କାଲିଠୁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଆଜିର ବିରୋଧୀ ମେଣ୍ଟ ବୈଠକକୁ ନେଇ ଆପ୍ ମନ୍ତ୍ରୀ ଆତିଶି କହିଛନ୍ତି ଯେ, ବୈଠକରେ ୨୦୨୪ ପାଇଁ ସିଟ୍ ଭଗବଣ୍ଟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲ ବିରୋଧୀ ମେଣ୍ଟଙ୍କୁ ସଫଳ କରିବାକୁ ସବୁ ପ୍ରକାର ଉଦ୍ୟମ କରିବେ । ୨୦୨୪ ନିର୍ବାଚନକୁ ଆଉ ମାତ୍ର ୪ ମାସ ବାକି । ଏହି ଦୃଷ୍ଟିରୁ ଆଜିର ବୈଠକରେ ସିଟ୍ ବୁଝାମଣା ହିଁ ମୁଖ୍ୟ ପ୍ରସଙ୍ଗ ରହିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.