ETV Bharat / bharat

କୋଭିସିଲ୍ଡ ଟୀକାନେଇ ପିଜି ଛାତ୍ରୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି - କୋଭିସିଲ୍ଡ ଟୀକାନେଇ ପିଜି ଛାତ୍ରୀଙ୍କ ମୃତ୍ୟୁ

କୋଭିସିଲ୍ଡ ଟୀକାନେଇ ପିଜି ଛାତ୍ରୀଙ୍କ ମୃତ୍ୟୁ । ଜଣେ ପିଜି ଛାତ୍ରୀ କୋଭିସିଲ୍ଡ ଟୀକା ନେବାପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କେରଳ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ

କୋଭିସିଲ୍ଡ ଟୀକାନେଇ ପିଜି ଛାତ୍ରୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି

author img

By

Published : Apr 10, 2022, 3:31 PM IST

ଥିରୁଅନନ୍ତପୁରମ: କୋଭିସିଲ୍ଡ ଟୀକା ନେଇ ପିଜି ଛାତ୍ରୀଙ୍କ ମୃତ୍ୟୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ । ଜଣେ ପିଜି ଛାତ୍ରୀ କୋଭିସିଲ୍ଡ ଟୀକା ନେବାପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କେରଳ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ଝିଅର ମୃତ୍ୟୁ ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିବା ସହିତ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

ପଥନମଥିଟ୍ଟାର ସବୁ ସି ଥୋମାସ ଓ ତାଙ୍କ ପତ୍ନୀ ଜିନ ଜର୍ଜଙ୍କ ଅଭିଯୋଗ ଅନୁସାରେ, ସାହିତ୍ୟରେ ଏମ୍‌.ଏ କରିଥିବା ତାଙ୍କ ଝିଅ ନୋଭା ସବୁ କୋଚିର ଏକ ଘରୋଇ ହସ୍‌ପିଟାଲ୍‌ରେ କୋଭିସିଲ୍ଡ ଟୀକା ନେଇଥିଲେ। ସେହିଦିନ ହିଁ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ମୁଣ୍ଡବିନ୍ଧା ଓ ଜ୍ୱର ପାଇଁ ଚିକିତ୍ସା କରାଯାଇଥିଲା। ସେଠାରୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପରେ ସେଠାରେ ତାଙ୍କର ମୁଣ୍ଡ ବିନ୍ଧା ବଢ଼ିବା ସହିତ ବାନ୍ତି ହେଲା । ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶେଷରେ ରକ୍ତସ୍ରାବ ଯୋଗୁଁ ୨୦୨୧ ଅଗଷ୍ଟ ୧୨ ତାରିଖରେ ନୋଭାଙ୍କର ମୃତ୍ୟୁ ହୋଇଥିଲା ।

ଏହି ମାମଲାରେ ପରିବାର ଲୋକେ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇ କ୍ଷତିପୂରଣ ଦାବି କରିବା ପରେ ପଥନମଥିଟ୍ଟାର ମେଡିକାଲ ବିଭାଗ ତଦନ୍ତ ଆରମ୍ଭ କରିଥିଲେ। ନୋଭାରଙ୍କର ପୂର୍ବରୁ କୌଣସି ରୋଗ ନଥିଲା। ହେଲେ ଟୀକା ନେବା ପରେ ତୁରନ୍ତ ଏସବୁ ଆରମ୍ଭ ହୋଇଥିଲା ବୋଲି ତଦନ୍ତରେ ଜଣାପଡ଼ିଥିଲା। ତଦନ୍ତ ରିପୋର୍ଟ ଅନୁସାରେ, ନୋଭା ବୋଧହୁଏ ଥ୍ରୋମ୍ବୋସାଇଟୋପେନିଆ, ଥ୍ରୋମ୍ବୋସିସ ସିଣ୍ଡ୍ରମ, ଥ୍ରମ୍ବୋସିସ୍ ସିଣ୍ଡ୍ରମର ପୀଡ଼ିତ ହୋଇପାରିଥାନ୍ତି । ବ୍ରିଟେନର ଅଧ୍ୟୟନରୁ ଜଣାପଡିଛି ଯେ 18 ରୁ 49 ବର୍ଷ ବୟସର ଲୋକଙ୍କ ମଧ୍ୟରେ ପ୍ରତି ମିଲିୟନ୍ ଡୋଜରେ 20.3 ରୋଗାଗ୍ରସ୍ତ ହୋଇଥାନ୍ତି । ଏହି ଘଟଣାରେ ପରିବାର ଲୋକେ ଝିଅକୁ କୋଭିଡ ଟିକା ନେବା ପରର ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଥିବା ଘୋଷଣା କରିବା ପାଇଁ ଦାବି କରିଥିଲେ । ଶୁକ୍ରବାର ଏହି ମାମଲାର ଶୁଣାଣି ସମୟରେ ବିଚାରପତି ଏନ୍‌. ନାଗରେଶ କେନ୍ଦ୍ର ସରକାରଙ୍କ ମତାମତ ଲୋଡିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.