ETV Bharat / bharat

ଘାଟିରେ ଆତଙ୍କୀଙ୍କ ଆଖିବୁଜା ଗୁଳି ବର୍ଷା, ଜଣେ ରେଲୱେ ପୋଲିସ କର୍ମଚାରୀ ଶହୀଦ

author img

By

Published : Sep 17, 2021, 10:01 PM IST

କୁଲଗାମରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି ଆତଙ୍କୀ । ଗୁଳିମାଡରେ ଜଣେ ରେଲୱେ ପୋଲିସକର୍ମୀଙ୍କ ପ୍ରାଣ ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଘାଟିରେ ଆତଙ୍କୀଙ୍କ ଆଖିବୁଜା ଗୁଳି ବର୍ଷା, ଜଣେ ରେଲୱେ ପୋଲିସ ଶହୀଦ

ଶ୍ରୀନଗର: ଜମ୍ମୁକାଶ୍ମୀରର କୁଲଗାମରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି ଆତଙ୍କୀ । ଗୁଳିମାଡରେ ଜଣେ ରେଲୱେ ପୋଲିସକର୍ମୀଙ୍କ ପ୍ରାଣ ଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପୋଲିସକର୍ମୀଙ୍କୁ ହସ୍ପିଟାଲରେ ପହଁଞ୍ଚାଯାଇଥିଲା, ହେଲେ ସେଠାରେ ତାଙ୍କ ଜୀବନ ଚାଲିଯାଇଛି ।

ଆତଙ୍କୀ ଆକ୍ରମଣ ପରେ ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ମିଳିତ ସେନା । କୁଲଗାମ ବନପୋହ ଅଞ୍ଚଳରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିବା କୁହାଯାଉଛି । ତେବେ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ରେଲୱେ ପୋଲିସକର୍ମୀ ବନ୍ଧୁ ଶର୍ମା ।

ସଙ୍ଗେସଙ୍ଗେ ରେଲୱେ ପୋଲିସକର୍ମୀ ବନ୍ଧୁ ଶର୍ମାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ତେବେ କେଉଁ ଆତଙ୍କୀ ସଙ୍ଗଠନ ଆକ୍ରମଣ କରିଛି, କେତେ ଆତଙ୍କୀ ଥିଲେ ତାହା ଏଯାଏଁ ଜଣାପଡିନାହିଁ ।

ଘଟଣା ପରେ ଆଲର୍ଟ ରହିଛନ୍ତି ସୁରକ୍ଷାକର୍ମୀ । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରିଦିଆଯାଇଛି । ଆତଙ୍କୀଙ୍କୁ ଖୋଜିବା ପାଇଁ ଚାରିଆଡେ ଚାଲିଛି ଚଢାଉ । ଏହାପୂର୍ବରୁ ଶ୍ରୀନଗରରେ ଆତଙ୍କବାଦୀମାନେ ଜଣେ ଯବାନଙ୍କ ହତ୍ୟା କରିଦେଇଥିଲେ । ଘାଟିରେ ସିଧା ଚ୍ୟାଲେଞ୍ଜ ଦେଉଛନ୍ତି ଆତଙ୍କବାଦୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.