ETV Bharat / bharat

Mumbai Azaan Row: ମୁମ୍ବାଇର 72% ମସଜିଦ କମାଇଲେ ଲାଉଡସ୍ପିକର

author img

By

Published : Apr 20, 2022, 7:00 AM IST

ରାଜ ଠାକରେଙ୍କ ଚେତାବନୀ ପରେ ମୁମ୍ବାଇର 72% ମସଜିଦ କମାଇଲେ ଲାଉଡସ୍ପିକର ସାଉଣ୍ଡ । ମୁମ୍ବାଇ ପୋଲିସ ସର୍ଭେରୁ ସୂଚନା । ଅଧିକ ପଢନ୍ତୁ

Mumbai Azaan Row: ମୁମ୍ବାଇର 72% ମସଜିଦ କମାଇଲେ ଲାଉଡସ୍ପିକର
Mumbai Azaan Row: ମୁମ୍ବାଇର 72% ମସଜିଦ କମାଇଲେ ଲାଉଡସ୍ପିକର

ମୁମ୍ବାଇ: ମହାରାଷ୍ଟ୍ରରେ ଲାଇଡସ୍ପିକରକୁ ନେଇ ବିବାଦ ଲାଗି ରହିଛି । ଗତ ସପ୍ତାହରେ ମସଜିଦଗୁଡିକରେ ଲାଉଡସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଦାବି କରିଥିଲେ । ଏଥିପାଇଁ ଶିବସେନା ଓ ଏମଏନଏସ ମୁହାଁମୁହିଁ ମଧ୍ୟ ହୋଇଥିଲେ । ତେବେ ଏହି ବିବାଦ ମଧ୍ୟରେ ମୁମ୍ବାଇର ୭୨ ପ୍ରତିଶତ ମସଜିତ ଅଜାନ ସମୟରେ ଲାଉଡସ୍ପିକର କମ୍ କରିଛନ୍ତି । ଏପରିକି ଅନେକ ମସଜିଦ ଲାଉଡସ୍ପିକର ବ୍ୟବହାର ମଧ୍ୟ ବନ୍ଦ କରିଦେଇଛନ୍ତି । ମୁମ୍ବାଇ ପୋଲିସର ଏକ ସର୍ଭେରୁ ଏହା ଜଣାପଡିଛି । ନିକଟରେ ଅଜାନ ସମୟରେ ଲାଇଡସ୍ପିକର ବ୍ୟବହାର ନେଇ ମୁମ୍ବାଇ ପୋଲିସ ସର୍ଭେ କରିଥିଲା ।

ସର୍ଭେରୁ ଏହାମଧ୍ୟ ଜଣାଯାଇଛି କି, ରାଜ ଠାକରେଙ୍କ ଭାଷଣ ପୂର୍ବରୁ କିଛି ମସଜିଦ ଲାଉଡସ୍ପିକର କମ୍ କରିଥିଲେ ଆଉ କିଛି ଭାଷଣ ପରେ କରିଛନ୍ତି । ରାଜ ଠାକରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ, ମେ ୩ ସୁଦ୍ଧା ମସଜିଦଗୁଡିକରେ ଲାଉଡସ୍ପିକର ହଟାଯାଉ । ଯଦି ପୋଲିସ କିମ୍ବା ପ୍ରଶାସନ ଲାଉଡସ୍ପିକର ନ ହଟାନ୍ତି ତେବେ ମସଜିଦ ସାମ୍ନାରେ ହନୁମାନ ଚାଳିଶା ପାଠ କରାଯିବ ।

ରାଜ ଠାକରେ ନିଜ ଦାବି ନେଇ ସ୍ପଷ୍ଟ କରିଥିଲେ ଯେ ମୁଁ କୌଣସି ପ୍ରାର୍ଥନା କିମ୍ବା ଧର୍ମକୁ ବିରୋଧ କରୁନି । ପ୍ରତି ଧର୍ମରେ ପ୍ରାର୍ଥନାର ଅଧିକାର ଅଛି । କେବଳ ମୁଁ ଲାଉଡସ୍ପିକରକୁ ବିରୋଧ କରୁଛି, ଯାହା ଲୋକମାନଙ୍କ ସାମାଜିକ ଏବଂ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଅନ୍ୟପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ୱଲସେ ପାଟିଲ କହିଥିଲେ, ରାଜ୍ୟର ଡିଜିପି ଲାଉଡସ୍ପିକର ପ୍ରସଙ୍ଗରେ ସମସ୍ତ ପୋଲିସ କମିଶନରଙ୍କ ଆଲୋଚନା କରିବେ । ଏକ ଗାଇଡଲାଇନ ପ୍ରସ୍ତୁତ କରାଯିବ । ରାଜ୍ୟରେ ଆଇନ ଶୃଙ୍ଖଳା ଉଲ୍ଲଙ୍ଘନ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.