ETV Bharat / bharat

Doctor Murder in Kerala: ପୋଲିସ କଷ୍ଟଡିରେ ମହିଳା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା କଲା ଅଭିଯୁକ୍ତ ରୋଗୀ

କେରଳରେ ପୋଲିସ କଷ୍ଟଡିରେ ମହିଳା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା କଲା ଅଭିଯୁକ୍ତ । ପୋଲିସ କହିଲା ନିଶାଖୋର ଥିଲା ଅଭିଯୁକ୍ତ । ଆସନ୍ତାକାଲି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆଲନ୍ଦୋଳନ । ଅଧିକ ପଢନ୍ତୁ

author img

By

Published : May 10, 2023, 10:20 PM IST

ପୋଲିସ କଷ୍ଟଡିରେ ମହିଳା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା କଲା ଅଭିଯୁକ୍ତ

ଥିରୁଅନନ୍ତପୁରମ: କେରଳର କୋଲମରେ ଜଣେ ମହିଳା ଡାକ୍ତରଙ୍କୁ ପୋଲିସ କଷ୍ଟଡିରେ ଅପରେସନ ସରଞ୍ଜାମରେ ଭୁସି ହତ୍ୟା କରିଛି ଜଣେ ଅଭିଯୁକ୍ତ ରୋଗୀ । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ ମଧ୍ୟ କରିସାରିଛି । ସେ ଜଣେ ଅଭ୍ୟାସଗତ ନିଶାଖୋର ବୋଲି ପୋଲିସ ପ୍ରାଥମିକ ତଦନ୍ତରେ ସ୍ପଷ୍ଟ କରିଛି । ଅଭିଯୁକ୍ତ ପୂର୍ବରୁ କୋଲମର ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲା । ହେଲେ ନିଶା ସେବନ କାରଣରୁ ତାକୁ ଚାକିରିରୁ ବିଦା କରିଥିଲା ସମ୍ପୃକ୍ତ ସ୍କୁଲ । ପୂର୍ବରୁ ସେ ନିଶା ସେବନ କରି ସ୍କୁଲ ପରିସରରେ ମଧ୍ୟ ବଶୃଙ୍ଖଳା ସୃଷ୍ଟି କରିବାର ଅଭିଯୋଗ ରହିଛି ।

Doctor murder in Kerala: ପୋଲିସ କହିଲା ନିଶାଖୋର ଥିଲା ଅଭିଯୁକ୍ତ

ତେବେ ବାରମ୍ବାର ନିଶାସେବନ, ଗଣ୍ଡଗୋଳ କାରଣରୁ ତାର ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମ୍ପର୍କ କ୍ରମଶଃ ତିକ୍ତ ହୋଇଥିଲା । ଗତକାଲି ରାତିରେ ତାର ପରିବାର ସଦସ୍ୟଙ୍କ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବା କାରଣରୁ ସେ ନିଜେ ପୋଲିସକୁ ଫୋନ କରିଥିଲା । ସେ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଆହତ ହୋଇଛି ଓ ତାର ଗୋଡରେ ଆଘାତ ଲାଗିଛି କହି ସେ ବାରମ୍ବାର ସ୍ଥାନୀୟ ଥାନାକୁ କଲ କରିଥିଲା ଅଭିଯୁକ୍ତ । ପୋଲିସ ପହଞ୍ଚି ତାକୁ ଭ୍ୟାନରେ ସ୍ଥାନୀୟ କୋତାରକାରା ତାଲୁକା ହସ୍ପିଟାଲକୁ ନେଇଥିଲା । ଅଭିଯୁକ୍ତ ପୋଲିସ କଷ୍ଟଡିରେ ହସ୍ପିଟାଲ ବେଡରେ ଥିବା ସମୟରେ ତାକୁ ଚିକିତ୍ସିତ କରୁଥିବା ମହିଳା ଡାକ୍ତର ବନ୍ଦନା ଦାସ ଓ ଜଣେ ପୋଲିସ କର୍ମୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ପୋଲିସ କର୍ମୀଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡାକ୍ତର ବନ୍ଦନାଙ୍କର ମୃତ୍ୟୁ ହୋଇଛି । ବନ୍ଦନାଙ୍କ ଛାତି ଓ ଗଳାକୁ ଏକାଧିକ ଥର ଅପରେସନରେ ବ୍ୟବହାର ହେଉଥିବା ସରଞ୍ଜାମରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ପ୍ରବଳ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ଦୃଢ ପ୍ରତିବାଦ କରିଛି ଡାକ୍ତର ସଂଘ । ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ପୋଲିସ କଷ୍ଟଡିରେ ଚିକିତ୍ସା ପାଇଁ ଆସିଥିବା ଅଭିଯୁକ୍ତ ହତ୍ୟା ପରେ ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଆସନ୍ତାକାଲି ଏନେଇ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ରାଜ୍ୟରେ ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିବ । ଏପରିକି ଜରୁରୀ ଓ୍ବାର୍ଡ ମଧ୍ୟ ବନ୍ଦ ରହିବା ନେଇ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଘଟଣାରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜନୟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ଆସନ୍ତାକାଲି ଏହି ମାମଲାରେ କେରଳ ହାଇକୋର୍ଟରେ ଏକ ସ୍ପେସାଲ ସିଟିଂ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.