ETV Bharat / bharat

ଉତ୍ତର ପ୍ରଦେଶର ଅନର କିଲିଂ ! ଅଖା ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର - ଉତ୍ତର ପ୍ରଦେଶରେ ଅନର କିଲିଂ

ଉତ୍ତର ପ୍ରଦେଶ କୁଶୀନଗରରେ ଅଖା ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ । ଅନର କିଲିଂ ସନ୍ଦେହ । ବାପା, ଭାଇ ସମେତ 3 ଜଣ ଅଟକ । ଅଧିକ ପଢନ୍ତୁ

ଅଖା ଭିତରେ ଯୁବତୀଙ୍କ ମୃତଦେହ ଉଦ୍ଧାର
ଅଖା ଭିତରେ ଯୁବତୀଙ୍କ ମୃତଦେହ ଉଦ୍ଧାର
author img

By

Published : Feb 19, 2023, 8:35 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କୁଶିନଗରରେ ସନ୍ଦେହଜନକ ଅବସ୍ଥାରେ ନଦୀକୂଳରେ ପଡିଥିବା ଏକ ଅଖା ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେଭରାଇ ପୋଲିସ ଷ୍ଟେସନ ଅଞ୍ଚଳରେ ଗଣ୍ଡକ ନଦୀକୂଳରେ ପଡିଥିବା ଏକ ଅଖା ଭିତରୁ ଏହି ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ମୃତ ଯୁବତୀଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି ଓ ବୟସ 20 ବର୍ଷ ବୋଲି ପୋଲିସ କହିଛି । ପ୍ରାଥମିକ ଭାବେ ଏହା ଏକ ଅନର କିଲିଂ ଘଟଣା ପରି ସନ୍ଦେହ ହେଉଥିବାରୁ ମୃତ ଯୁବତୀର ପରିବାର ଲୋକଙ୍କୁ ପୋଲିସ ଅଟକ ରଖି ଜେରା କରୁଛି ।

ପ୍ରାଥମିକ ତଦନ୍ତ ପରେ ପୋଲସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ନଦୀକୂଳରେ ପଡିଥିବା ଏକ ଅଖା ଭିତରେ ଜଣେ ଯୁବତୀଙ୍କ ମୃତଦେହ ଥିବା ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ମିଳିଥିଲା । ତୁରନ୍ତ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତ ଯୁବତୀଜଣଙ୍କ ସ୍ଥାନୀୟ ଅଞ୍ଚଳର ଜଣେ 20 ବର୍ଷୀୟା ଯୁବତୀ ବୋଲି ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିହ୍ନଟ ମଧ୍ୟ କରିଥିଲା । ସେହିପରି ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯାହାକୁ ତାର ପରିବାର ସଦସ୍ୟ ବିରୋଧ କରି ଆସୁଥିଲେ ବୋଲି ଜଣାପଡିଛି ।

ଗ୍ରାମବାସୀଙ୍କ ଠାରୁ ଏହି ସୂଚନା ମିଳିବା ପରେ ପୋଲିସର ତଦନ୍ତର ଦିଗ ଏବେ ଅନର କିଲିଂ ଆଡକୁ ଯାଇଛି । ପରିବାର ସଦସ୍ୟ ହିଁ ଯୁବତୀଙ୍କୁ ହତ୍ୟା କରି ମୃତଦେହ ଅଖାରେ ଭର୍ତ୍ତି କରି ଫିଙ୍ଗି ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସ ମୃତ ଯୁବତୀର ବାପା, ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖିଛି । ପରିବାରର କିଛି ମହିଳାଙ୍କୁ ମଧ୍ୟ ଜେରା କରାଯାଇଛି । ତେବେ ଯୁବତୀଙ୍କୁ କେବେ ଓ କେମିତି ହତ୍ୟା କରାଯାଇଛି ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନି ।

ସ୍ଥାନୀୟ ଏଏସପି ରିତେଶ ସିଂ କହିଛନ୍ତି, ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ କେବେ ଓ କିପରି ହୋଇଥିଲା ତାହା ସ୍ପଷ୍ଟ ହେବ । ସେହିପରି ଅଟକ ଥିବା ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉତ୍ତର ଭାରତର କିଛି ରାଜ୍ୟରେ ସମାଜରେ ଜାତିବାଦର ପ୍ରଥା ଅଧିକ ମାତ୍ରାରେ ସମାଜ ଥିବା କାରଣରୁ ଏପରି ଅପରାଧ ବାରମ୍ବାର ଘଟୁଥିବା ଦେଖିବାକୁ ମିଳିଥାଏ । ଅନ୍ୟ ଜାତିରେ ପ୍ରେମ କିମ୍ବା ବିବାହରେ ପରିବାରର ତଥାକଥିତ ସମ୍ମାନ ପାଇଁ ଏପରି ହତ୍ୟାକାଣ୍ଡ ଘଟଣାମାନ ଦେଖିବାକୁ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.