ETV Bharat / bharat

ଅଶୋକ ଚକ୍ର ପାଖରେ ଯୀଶୁ ଲେଖି ଗିରଫ ହେଲେ ଘର ମାଲିକ - ଅଶୋକ ଚକ୍ର ପାଖରେ ଯୀଶୁ ଲେଖି ଗିରଫ

ରଘୁ ନାମକ ଜଣେ ବ୍ୟକ୍ତି ଅଶୋକ ଚକ୍ର ପାଖରେ ଯୀଶୁ ଲେଖି ତ୍ରିରଙ୍ଗାକୁ ଉଡାଇ ଥିଲେ । ପରେ ଅଭିଯୋଗ ଅନୁଯାୟୀ ପୋଲିସ ଘର ମାଲିକକୁ ଗିରଫ କରିଛି । ଅଧିକ ପଢନ୍ତୁ

ତ୍ରିରଙ୍ଗାକୁ ଅସମ୍ମାନ: ଅଶୋକ ଚକ୍ର ପାଖରେ ଯୀଶୁ ଲେଖି ଗିରଫ ହେଲେ ଘର ମାଲିକ

author img

By

Published : Aug 14, 2022, 10:31 PM IST

Updated : Aug 15, 2022, 8:43 PM IST

କର୍ଣ୍ଣାଟକ: ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦୀ କା ଅମୃତ ମହୋତ୍ସବ । ତ୍ରିରଙ୍ଗାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା ଆହ୍ବାନ ଦେଇଛନ୍ତି । ତେବେ ସହରରେ ଗଣେଶ କଲୋନୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରଘୁ ନାମକ ଜଣେ ବ୍ୟକ୍ତି ଅଶୋକ ଚକ୍ର ପାଖରେ ଯୀଶୁ ଲେଖି ତ୍ରିରଙ୍ଗାକୁ ତାଙ୍କ ଘରେ ଲଗାଇଥିଲେ ।

ସୂଚନା ଅନୁଯାୟୀ, ସହରର ଗଣେଶ କଲୋନୀରେ ରହୁଥିବା ରଘୁ ନାମକ ବ୍ୟକ୍ତି ନିଜ ଘରେ ତ୍ରିରଙ୍ଗା ଉଡାଇଥିଲେ । ତେବେ ଏହି ତ୍ରିରଙ୍ଗାର ଅଶୋକ ଚକ୍ର ପାଖରେ ଯୀଶୁ ଲେଖାଥିବା ଜଣା ପଡିବା ପରେ କେତେକ ଲୋକ ଏହାର ଦୃଢ ପ୍ରତିବାଦ କରିବା ସହ ପୋଲିସକୁ ସୂଚନା ଦେଇଥିଲେ ।

ଗାନ୍ଧୀନଗର ପୋଲିସ ଇନିସ୍ପେକ୍ଟର ସିଦ୍ଧରାମେଶ୍ବର ଗଡାଡ ଘଟଣା ସ୍ଥଳରେ ପହଞ୍ଚି ତ୍ରିରଙ୍ଗାରୁ ଯୀଶୁ ନାମକୁ ଲିଭାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣାରେ ପୋଲିସ ନିଜଆଡୁ ମାମଲା ରୁଜୁ କରି ଘର ମାଲିକ ରଘୁକୁ ଗିରଫ କରିଛି । ସେପଟେ ଅଭିଯୁକ୍ତ ରଘୁ କହିଛି, ସେ ଏପରି କରିନାହିଁ । ତାଙ୍କ ପୁଅ ଅଜାଣତରେ ଏପରି ଲେଖିଛି ।

Last Updated : Aug 15, 2022, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.