ETV Bharat / bharat

ଯମରାଜାଙ୍କ ବେଶରେ ପୋଲିସ, ବାଣ୍ଟିଲେ କୋରୋନା ସଚେତନତା ବାର୍ତ୍ତା - corona awareness

ମଧ୍ୟପ୍ରଦେଶରେ ପୋଲିସ କର୍ମଚାରୀ ଯମରାଜାଙ୍କ ବେଶ ଧାରଣ କରି ଲୋକମାନଙ୍କୁ ସଚେତନ କରାଇଛନ୍ତି । ଅଧିକ ପଢନ୍ତୁ...

ପୋଲିସ ନେଲେ ଯମରାଜାଙ୍କ ବେଶ, ଲୋକଙ୍କୁ ଦେଲେ କୋରୋନା ସଚେତନତା ବାର୍ତ୍ତା

author img

By

Published : Apr 11, 2021, 9:28 AM IST

ଭୋପାଳ: କୋରୋନା ସଚେତନତା ବାର୍ତ୍ତା ଦେବା ପାଇଁ ପୋଲିସ କର୍ମଚାରୀ ଧାରଣ କଲେ ଯମରାଜାଙ୍କ ବେଶ । ମଧ୍ୟପ୍ରଦେଶରେ ଦୀର୍ଘ 60 ଘଣ୍ଟା ଲକଡାଉନ ଜାରି କରାଯିବା ପରେ ଶନିବାର ସଂନ୍ଧ୍ୟା‌ରେ ଇନ୍ଦୋର ଜିଲ୍ଲା ପୋଲିସ ଏପରି ଅଭିନବ ଉପାୟରେ ଲୋକମାନଙ୍କୁ ସଚେତନ କରାଇଛି । ତେବେ ଲକଡାଉନକୁ ସଫଳ କରିବା ସହିତ ସଂକ୍ରମଣ ସଂଖ୍ୟାକୁ କମାଇବା ପାଇଁ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ଯମ ଦେବତାଙ୍କ ବେଶକୁ ଧାରଣ କରି ଲୋକମାନଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି ।

ଯମରାଜା ମୃତ୍ୟୁର ଦେବତା ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ କରାଯାଏ । ତେବେ କୋଭିଡ଼ ନିୟମ ପାଳନ ନ କଲେ ମୃତ୍ୟୁକୁ ସ୍ବାଗତ କରିବା ଭଳି ପରିସ୍ଥିତି ଉପୁଜିବ ବୋଲି ସେ ସଚେତନ କରାଇଛନ୍ତି । ଯମରାଜାଙ୍କ ବେଶ ଧାରଣ କରିଥିବା ପୋଲିସ କର୍ମଚାରୀ ଜୱାହାର ସିଂ ଜେଡ଼ୌନ ଏ ସମ୍ପର୍କରେ କହିଛନ୍ତି ଯେ ଏହି ବେଶ ଧାରଣ କରିବାର ଅର୍ଥ ହେଉଛି ଯେ ଲୋକମାନଙ୍କୁ ସଚେତନ କରାଇବା । ଯଦି ଲୋକମାନେ କୋରୋନା ନିୟମ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ସେମାନେ ନିଜ ଜୀବନ ହରାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ।

ରାଜ୍ୟରେ ଗତ କିଛି ଦିନ ଧରି କୋରୋନା ସଂକ୍ରମଣରେ ବୃଦ୍ଧି ଘଟିବା ପରେ ମଧ୍ୟପ୍ରଦେଶ ରାଜ୍ୟ ସରକାର ଗତ ଶୁକ୍ରବାର ସନ୍ଧ୍ୟା 6ଟାରୁ ସୋମବାର ସକାଳ 6ଟା ପର୍ଯ୍ୟନ୍ତ ଲକଡ଼ାଉନ ଜାରି କରିଛନ୍ତି । ମାର୍ଚ୍ଚ ମାସରେ ରାଜ୍ୟର ଭୋପାଳ, ଜବଲପୁର ଲକଡାଉନ ଜାରି କରାଯାଇଥିଲା । ଏହାରି ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶରେ 2426 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 23 ଜଣଙ୍କର ମୃତ୍ୟୁ ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.