ETV Bharat / bharat

ଆସନ୍ତା 21ରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ - ନଓ୍ବାଜ ଶରିଫଙ୍କ ବିମାନ ଟିକେଟ ବୁକ

ସ୍ବଦେଶ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ । ଅକ୍ଟୋବର 21 ତାରିଖରେ ପାକିସ୍ତାନ ଫେରିବା ନେଇ ଫ୍ଲାଇଟ ଟିକେଟ ବୁକ ହୋଇସାରିଥିବା ସୂଚନା । ଅଧିକ ପଢନ୍ତୁ

ଅକ୍ଟୋବର 21ରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ

author img

By ETV Bharat Odisha Team

Published : Oct 3, 2023, 11:14 AM IST

Updated : Oct 3, 2023, 11:22 AM IST

ଇସଲାମାବାଦ: ସ୍ବଦେଶ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ ନଓ୍ବାଜ(PML-N)ର ସୁପ୍ରିମୋ ନଓ୍ବାଜ ଶରିଫ । ତାଙ୍କ ସ୍ବଦେଶ ଫେରିବା ନେଇ ତାରିଖ ଧାର୍ଯ୍ୟ ହୋଇସାରିଛି । ଅକ୍ଟୋବର 21 ତାରିଖରେ ସେ ପାକିସ୍ତାନ ଫେରିପାରନ୍ତି । ତେବେ ଲଣ୍ଡନରୁ ସ୍ବଦେଶକୁ ଫେରିବା ପରେ ତାଙ୍କ 4 ବର୍ଷର ଆତ୍ମ ନିର୍ବାସନ ଶେଷ ହେବାକୁ ଯାଉଛି ।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଚଳିତ ମାସରେ ବ୍ରିଟେନରୁ ପାକିସ୍ତାନ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ନେଇ ବିମାନ ଟିକେଟ ମଧ୍ୟ ବୁକ ହୋଇସାରିଥିବା ସୂତ୍ରରୁ ସୂଚନା ମିଳିଛି । ସେ ଚଳିତ ମାସ 21 ତାରିଖରେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବିମାନ ଟିକେଟ ବୁକ କରିଛନ୍ତି । ସେ ପ୍ରଥମେ ଲଣ୍ଡନରୁ ଉଡାଣ ଭରି ଆବୁଧାବି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଓହ୍ଲାଇବେ । ଏଠାରୁ ପୁଣି ପାକିସ୍ତାନର ଲାହୋରକୁ ଉଡାଣ ଭରିବେ । ତେବେ ଏହି ସମୟରେ ତାଙ୍କ ସହ ପିଏମଏଲଏନର ଏକାଧିକ ନେତା, ସିନେଟର ଆସିବେ ବୋଲି ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. Viral Video: ପାକିସ୍ତାନରେ ଲାଇଭ ଟିଭି ଶୋ'ରେ ନେତାଙ୍କ ମଧ୍ୟରେ ମାରପିଟ୍‌, ଦୁର୍ନୀତି ଥିଲା ବିଷୟବସ୍ତୁ

ସୂଚନା ଅନୁଯାୟୀ, ସେ ଏୟାରଲାଇନ୍ସ EY243 ମାଧ୍ୟମରେ ଆବୁଧାବି ପହଞ୍ଚିବେ । ଏଥିପାଇଁ ଶରିଫଙ୍କ ବିଜନେସ କ୍ଲାସ ଟିକେଟ ପୂର୍ବରୁ ହିଁ ବୁକ ହୋଇସାରିଛି । ସେ ସନ୍ଧ୍ୟା ପାଖାପାଖି 6.25 ସୁଦ୍ଧା ଲାହୋର ବିମାନ ବନ୍ଦରରେ ଓହ୍ଲାଇବେ । ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିବା ପାଇଁ ପିଏମଏଲ-ଏନ କର୍ମକର୍ତ୍ତାମାନେ ବେଶ ଉତ୍ସାହିତ ଥିବା ଜଣାପଡିଛି । ତାଙ୍କ ପାକିସ୍ତାନ ଫେରିବା ନେଇ ଝିଅ ତଥା ପିଏମଏଲ-ଏନର ବରିଷ୍ଠ ଉପାଧ୍ୟକ୍ଷା ମରିୟମ ନଓ୍ବାଜ ଏକ ସାଧାରଣ ସଭାରେ ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସରକାରୀ ଉପହାରକୁ ବିକ୍ରି କଲେ ଇମରାନ ଖାନ୍‌, ସଂସଦ ସଦସ୍ୟତା ରଦ୍ଦ କଲେ ପାକିସ୍ତାନ ନିର୍ବାଚନ ଆୟୋଗ

ବ୍ରିଟେନରେ ରହୁଥିବା 73 ବର୍ଷିୟ ନଓ୍ବାଜ ଶରିଫ ପାକିସ୍ତାନର ଆଗାମୀ ନିର୍ବାଚନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିପାରନ୍ତି । ଜାନୁୟାରୀ 2024ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହୋଇପାରେ । ଏହି ନିର୍ବାଚନରେ ନିଜ ଦଳର ସକ୍ରିୟ ନେତୃତ୍ବ ନେଇପାରନ୍ତି ପାକିସ୍ତାନ ମୁସଲିମ ଲିଗ ନଓ୍ବାଜ (PML-N)ର ସୁପ୍ରିମୋ । 2024 ସାଧାରଣ ନିର୍ବାଚନ ଓ ପାକିସ୍ତାନ ଫେରିବା ନେଇ ନଓ୍ବାଜ ଶରିଫ ବେଶ୍ ଉତ୍ସାହିତ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ନଓ୍ବାଜ ଶରିଫ 2017ରେ ପାକିସ୍ତାନ ଛାଡିଥିଲେ । 2019ରୁ ସେ ଲଣ୍ଡନରେ ରହିଆସୁଛନ୍ତି । ପାକିସ୍ତାନରେ ଅଲ- ଆଜିଜିଆ ମିଲ୍ସ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ପାଖାପାଖି 7 ବର୍ଷ ଧରି ଲାହୋରର ଏକ ଜେଲରେ କଏଦୀ ଭାବେ ସଜା କାଟିଛନ୍ତି । ପରେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ପାକିସ୍ତାନ ଛାଡି 2019ରେ ଲଣ୍ଡନ ପଳାଇ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2023, 11:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.