ETV Bharat / bharat

SriLanka Crisis: ଶ୍ରୀଲଙ୍କା ତାମିଲିଆନଙ୍କୁ ଶରଣାର୍ଥୀ ଘୋଷଣା ଲାଗି କେନ୍ଦ୍ରକୁ ନିବେଦନ - ଶ୍ରୀଲଙ୍କା ତାମିଲ ଶରଣାର୍ଥୀ ପ୍ରସଙ୍ଗ

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ । ଦେଶରେ ସାଧାରଣ ଲୋକଙ୍କ ଚାହିଦା ମୁତାବକ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ପାରୁନାହାନ୍ତି ଶ୍ରୀଲଙ୍କା ସରକାର । ଅଧିକ ପଢନ୍ତୁ

SriLanka Crisis
SriLanka Crisis
author img

By

Published : Apr 25, 2022, 4:48 PM IST

ଚେନ୍ନାଇ: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ । ଦେଶରେ ସାଧାରଣ ଲୋକଙ୍କ ଚାହିଦା ମୁତାବକ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ପାରୁନାହାନ୍ତି ଶ୍ରୀଲଙ୍କା ସରକାର । ଶେଷରେ ବାଧ୍ୟ ହୋଇ ଶ୍ରୀଲଙ୍କାରେ ରହୁଥିବା ଶ୍ରୀଲଙ୍କାନ ତାମିଲ ଭାରତ ପଳାୟନ କରୁଛନ୍ତି ।

ଏପଟେ ଶ୍ରୀଲଙ୍କା ତାମିଲଙ୍କ ଆସିବାକୁ ନେଇ କେନ୍ଦ୍ର ସରକାର ବିଭିନ୍ନ କଟକଣା ଲଗାଇଛନ୍ତି । ହେଲେ ଆଜି ପଟ୍ଟାଲି ମକ୍କାଲ କାଚି(ପିଏମକେ)ର ପ୍ରତିଷ୍ଠାତା ଏସ. ରାମଦୋସ ଏମାନଙ୍କୁ ଶରଣାର୍ଥୀ ମାନ୍ୟତା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ପିଏମକେର ପ୍ରତିଷ୍ଠାତା ଏସ. ରାମଦୋସ ଏକ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି ଯେ, ଶ୍ରୀଲଙ୍କାରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ଲାଗି ବହୁତ ସଂଖ୍ୟାରେ ତାମିଲ ସଂପ୍ରଦାୟର ଲୋକେ ତାମିଲନାଡୁ ଆସୁଛନ୍ତି । ମାତ୍ର ତାମିଲନାଡୁ ସରକାର ଏମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବା ଲାଗି ପ୍ରସ୍ତୁତ ଥିବାବେଳେ କେନ୍ଦ୍ର ସରକାର ଏମାନଙ୍କୁ ଶରଣାର୍ଥୀ ଘୋଷଣା କରି ନଥିବାରୁ କିଛି କରି ହେଉନାହିଁ ।

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ ଶ୍ରୀଲଙ୍କା ତାମିଲମାନେ ଶରଣାର୍ଥୀ ଭାବେ ତାମିଲନାଡୁ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ । ତେବେ କେନ୍ଦ୍ର ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ୭୫ ଜଣ ଶ୍ରୀଲଙ୍କା ତାମିଲିଆନ ତାମିଲନାଡୁ ଆସିଥିବାବେଳେ ସେମାନେ ଶ୍ରୀଲଙ୍କାରେ ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।

ସେହିଭଳି ଆଉ ୬୦ ଜଣ ଟୁରିଷ୍ଟ ଭିସାରେ ଭାରତ ଆସିଥିବାବେଳେ ସଙ୍କଟ କାରଣରୁ ସେମାନେ ଶ୍ରୀଲଙ୍କା ନ ଫେରିବାକୁ ଘୋଷଣା କରିଛନ୍ତି । ତେବେ ଶ୍ରୀଲଙ୍କା ଗୃହଯୁଦ୍ଧ ସମୟରେ ୩ ଲକ୍ଷ ତାମିଲିଆନ ତାମିଲନାଡୁ ଆସିଥିଲେ । ଏଥିସହ ଏମାନଙ୍କୁ ଶରଣାର୍ଥୀ ଭାବେ ଘୋଷଣା କରାଯାଇଥିଲା ।

ମାତ୍ର ଶ୍ରୀଲଙ୍କା ଗୃହଯୁଦ୍ଧ ଶେଷ ହେବା ପରେ ଏମାନଙ୍କ ମଧ୍ୟରୁ ବହୁତ ଲୋକ ଫେରିଯାଇଥିଲେ ବୋଲି ରାମଦୋସ କହିଛନ୍ତି । ଏଥିସହ ସରକାରୀ ତଥ୍ୟ ଅନୁସାରେ, ୧୯ ହଜାର ୨୩୩ ପରିବାରର ୫୮ ହଜାର ୫୪୭ ଶ୍ରୀଲଙ୍କା ତାମିଲିଆନ ଏବେ ତାମିଲନାଡୁରେ ରହିଛନ୍ତି । ଏହା ସହିତ ଏମାନଙ୍କୁ ୧୦୮ଟି ଭିନ୍ନ ଭିନ୍ନ ଶରଣାର୍ଥୀ କ୍ୟାମ୍ପରେ ରହିଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାମଦୋସ କେନ୍ଦ୍ର ସରକରାଙ୍କୁ ଅନୁରୋଧ କରିବା ସହ ଏହି ତାମିଲ ଲୋକଙ୍କୁ ଶରଣାର୍ଥୀ ଭାବେ ଘୋଷଣା କରିବାକୁ ସେ କହିଛନ୍ତି । କେନ୍ଦ୍ର ସରକାର ଏହି ଅନୁମତି ପ୍ରଦାନ କଲେ ତାମିଲନାଡୁ ସରକାର ଏମାନଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିପାରିବେ ବୋଲି ଏସ. ରାମଦୋସ ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.