ETV Bharat / bharat

ଜୁନ 22ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ବାଇଡେନ ଆୟୋଜନ କରିବେ ନୈଶ୍ୟଭୋଜି - ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ

ଆସନ୍ତା ମାସ(ଜୁନ) 22ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ବାଇଡେନ ଆୟୋଜନ କରିବେ ନୈଶ୍ୟଭୋଜି । ସୂଚନା ଦେଲା ହ୍ବାଇଟ ହାଉସ । ଅଧିକ ପଢନ୍ତୁ

ଆସନ୍ତାମାସ 22 ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ବାଇଡେନ ଆୟୋଜନ କରିବେ ନୈଶ୍ୟଭୋଜି

author img

By

Published : May 11, 2023, 7:35 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ବାଇଡେନଙ୍କ ନମନ୍ତ୍ରଣ କ୍ରମେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମାସ (ଜୁନ୍‌) 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିବାକୁ ଯାଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ନୈଶ୍ୟଭୋଜି ଆୟୋଜନ କରିବେ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ମିଳିଛି ।

ହ୍ବାଇଟ ହାଉସର ପ୍ରେସ ସଚିବ କେ. ଜିନ ପିଆର ଏକ ବିବୃତ୍ତିରେ ଏହି ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ମାସରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଆମେରିକା ଏବଂ ଭାରତ ମଧ୍ୟରେ ଗଭୀର ତଥା ଘନିଷ୍ଠ ଦ୍ବିପାକ୍ଷିକ ସହଭାଗିତାକୁ ଆହୁରି ଗଭୀର କରିବ ବୋଲି ଆଶା କରାଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଆମେରିକୀୟ ଏବଂ ଭାରତୀୟଙ୍କୁ ଯୋଡିଥିବା ସମ୍ପର୍କକୁ ଆହୁରି ଦୃଢ କରିବ ବୋଲି ହ୍ବାଇଟ ହ୍ବାଉସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।

ଗଣମାଧ୍ୟମ ସଚିବ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଏକ ମୁକ୍ତ, ସମୃଦ୍ଧ ତଥା ସୁରକ୍ଷିତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ରଣନୀତିରେ ଦୁଇ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ଆହୁରି ଦୃଢ କରିବ । ସେହିପରି ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ବୈଷୟିକ ଭାଗିଦାରୀକୁ ମଧ୍ୟ ପୂର୍ବାପେକ୍ଷା ଅଧିକ କ୍ରିୟାଶୀଳ କରିବ । ଉଭୟ ରାଷ୍ଟ୍ରମୁଖ୍ୟ ଏକାଧିକ ମିଳିତ ପ୍ରସଙ୍ଗ ସହ ଅନ୍ୟ ସାମ୍ପ୍ରତିକ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ ।

ପୂର୍ବରୁ ଭାରତ- ଆମେରିକା ସମ୍ପର୍କ ମଧ୍ୟ ବେଶ ଭଲ ରହିଆସିଛି । ଇଣ୍ଡୋନେସିଆରେ ଆୟୋଜିତ ଜି-20 ସମ୍ମିଳନୀରେ ଅଂଶଗ୍ରହଣ କରିବା ବେଳେ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଆସି ବାର୍ତ୍ତାଳାପ କରିଥିଲେ । ସେତେବେଳେ ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା । ଉଭୟ ରାଷ୍ଟ୍ରମୁଖ୍ୟ ବେଶ ଅନ୍ତରଙ୍ଗ ଭାବେ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହ୍ବାଇଟ ହାଉସ ନୈଶ୍ୟ ଭୋଜି ଆୟୋଜନ କରିବାକୁ ଯାଉଛି ।

ତେବେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ରହୁଥିବା ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିପାରନ୍ତି । ହେଲେ ଏନେଇ କୌଣସି ସୂଚନା ମିଳିନଥିଲେ ସୁଦ୍ଧା ପ୍ରତ୍ୟେକ ବିଦେଶ ଗସ୍ତରେ ସେ ସେଠାକାର ପ୍ରବାସୀ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର ନଜିର ରହିଛି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ନିଶ୍ଚିତ ହେବା ପରେ ଆମେରିକାରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.