ETV Bharat / bharat

Chess Olympiad 2022: ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jun 16, 2022, 2:23 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 44ତମ ଚେସ ଅଲିମ୍ପିଆଡ ପାଇଁ ସର୍ବପ୍ରଥମ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ

ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆୟୋଜନ କରିବ FIDE ଚେସ୍‌ ଅଲମ୍ପିଆଡ୍‌ ୨୦୨୨ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 44ତମ ଚେସ ଅଲିମ୍ପିଆଡ ପାଇଁ ସର୍ବପ୍ରଥମ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ଅଲ ଇଣ୍ଡିଆ ଚେସ ଫେଡେରେସନ (All India Chess Federation) ପକ୍ଷରୁ ସୂଚନା ମିଳିଛି । ଜୁନ 19ରେ ଏହି ଜାତୀୟ ରାଜଧାନୀରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି AICF ସଭାପତି ସଞ୍ଜୟ କପୁର । 5 ଥର ବିଶ୍ବ ଚମ୍ପିଆନ ବିଶ୍ବନାଥନ ଆନନ୍ଦ ଏହି ରିଲେରେ ଅଶଂ ଗ୍ରହଣ କରିବେ ।

ଚେସ ଅଲିମ୍ପିଆଡ ଟର୍ଚ୍ଚ ରିଲେ ସର୍ବଦା ଭାରତରୁ ଆରମ୍ଭ ହେବ ବୋଲି କହିଛି FIDE । ବର୍ଷ ୧୯୨୭ ଠାରୁ ଅତୀତରେ ୪୩ ଥର ଆୟୋଜନ ହୋଇସାରିଥିବା FIDE ଚେସ୍‌ ଅଲମ୍ପିଆଡ୍‌ରେ ଭାରତ ଗୋଟିଏ ଥର ମଧ୍ୟ ଆୟୋଜକ ଦେଶ ହୋଇପାରିନଥିଲା । ତେବେ ୪୪ତମ FIDE ଚେସ୍‌ ଅଲମ୍ପିଆଡ୍‌ ୨୦୨୨ର ଆୟୋଜକ ମାନ୍ୟତା ଲାଭ କରିଥିବାରୁ ଚେସ୍‌ ଇଭେଣ୍ଟ ଆୟୋଜନ ଇତିହାସରେ ସବୁଠୁ ସଫଳ ଆୟୋଜନ ପାଇଁ ପ୍ରୟାସ ରହିଛି । ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ମେଗା ଇଭେଣ୍ଟରେ ପ୍ରାୟ ୨୦୦ରୁ ଅଧିକ ଦେଶରୁ ୨୦୦୦ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଭାରତ ଏହି ପ୍ରତିଯୋଗିତାରେ ଆୟୋଜକ ଦେଶ ଭାବେ ଖେଳିବ ଓ ଟାଇଟେଲ ବିଜେତା ହେବାନେଇ ଲକ୍ଷ୍ୟ ରଖିଛି ।

ପ୍ରକାଶ ଥାଉ କି, ଜୁଲାଇ ୨୬ରୁ ଅଗଷ୍ଟ ୮ ମଧ୍ୟରେ ଚେନ୍ନାଇ ମହାବଳିପୁରମରେ ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳାଯିବ । ଏହି ମେଗା ଇଭେଣ୍ଟ ଆୟୋଜନ କରିବ ତାମିଲନାଡୁ । ତାମିଲନାଡୁ ସରକାର ସହଭାଗିତାରେ ସର୍ବଭାରତୀୟ ଚେସ୍‌ ମହାସଂଘ ଚେସ୍‌ ଅଲମ୍ପିଆଡ୍‌ ୨୦୨୨ର ଆୟୋଜକ ରହିବ । ଓପନରେ 343 ଟି ଦଳ, ମହିଳା ବିଭାଗରେ 187 ଦେଶ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.